ଅବିଭକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭା ବୈଠକ
ଅବିଭକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭା ବୈଠକ ରିପୋର୍ଟ - ରାମଦାସ ଭତ୍ରା ଝରିଗାଁ -24-10-2024(ବ୍ରାହ୍ମ ମୁହୂର୍ତ୍ତ)- ନବରଙ୍ଗପୁର ଜିଲ୍ଲା ବୁଧବାର ଦିନ ପୂର୍ବାହ୍ନ ପ୍ରାୟ ୧୦ଘ: ସମୟରେ ଝରିଗାଁଵ୍ଳକର ଖଲେଗାଁ( ଗୈାଡ ଗୁଡ଼ା) ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମଗଧା ଗୈାଡ ମହାସଭା ଶାଖା-ନଵରଙ୍ଗପୁର ଜିଲା ତରଫରୁ ଉମରକୋଟ, ଝରିଗାଁ ଵ୍ଳକର କର୍ମ କର୍ତ୍ତା ମାନଙ୍କୁ ନେଇ ଅବିଭକ୍ତ କୋରାପୁଟ ମଗଧା ଗୈାଡ ମହାସଭା ଝରିଗାଁ ଵ୍ଳକର ସଦସ୍ୟ ଶ୍ରୀ ଗଙ୍ଗାରାମ ଗୈାଡଙ୍କ ଅଧ୍ୟକ୍ଷତାରେ ଗୋଟିଏ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା , ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ଅଭିଭୁକ୍ତ କୋରାପୁଟ ଜିଲ୍ଲାର ମଗଧା ଗୈାଡ ମହାସଭାର ସଭାପତି ଶ୍ରୀ ଭୁବନ ଗୈାଡ, ସାଧାରଣ ସଂପାଦକ ଶ୍ରୀ ପର୍ଶୁରାମ ନାୟକ ଯାଦବ ସହ ସଂପାଦକ ଶ୍ରୀ ଡମ୍ବରୁଧର ଗୈାଡ, କୋଷାଧ୍ୟକ୍ଷ ଶ୍ରୀ ସନ୍ୟା ଗୈାଡ, ସଂପାଦକ ତ୍ରିନାଥ ଗୈାଡ ସମେତ ଦୁଇ ଗୋଟି ବ୍ଲକ ସମାଜର ସଭାପତି ସଂପାଦକ କୋଷାଧ୍ୟକ୍ଷ ଓ ନାୟକ ପାଇକମାନଙ୍କ ସମେତ ପ୍ରାୟ ପାଞ୍ଚ ସହ ସଦସ୍ୟ ଯୋଗ ଦେଇଥିଲେ, ଏଥିରେ ଆସନ୍ତା ମାସରେ ଅବିଭକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭା ତରଫରୁ ଭୁବନେଶ୍ୱର ଠାରେ ଦଶ ଦଫା ଦାବିପତ୍ର ଓଡ଼ିଶାର ସମ୍ମାନିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ଓଵିସି କମିଶନର , ବିରୋଧ ଦଳନେତାଙ୍କୁ ଦାବି ପତ୍ର ପ୍ରଦାନ କରିଵା ପାଇଁ...