କାହିଁକି ମାଝୀ
କାହିଁକି ମାଝୀ... ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବା ସମସ୍ତଙ୍କୁ ଚକିତ କରିଥିଲା, ବିଜେପି ଅନେକ ସ୍ଵପ୍ନରେ ମସଗୁଲ ନେତାଙ୍କର ଯେପରି ପାଦ ତଳୁ ମାଟି ଖସି ଯାଇଥିଲା । ନେତାକର୍ମୀ ହତବାକ ହୋଇ ଯାଇଥିଲେ ।କିନ୍ତୁ ଏମାନେ ଯେତେ ଯାହା କହିଲେ ମଧ୍ୟ ଏ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହାଙ୍କ ହିଁ ଥିଲା। ଆଜି କାଲି ଆଉ ବିଧାୟକ ନେତା ବାଛୁନାହାଁନ୍ତି ।କଂଗ୍ରେସ ଭଳି ବିଜେପିରେ ବି ଦିଲ୍ଲୀ ସ୍ଥିର କରୁଛି ।ଜଣେ ଦୁଇ ଜଣଙ୍କୁ ଚିଟରେ ନାଁ ଲେଖି ପଠାଇ ଦିଆଯାଉଛି ।ରାଜ୍ୟର ନେତାମାନଙ୍କୁ ସର୍ବମୟ କର୍ତ୍ତାଙ୍କ ବାର୍ତ୍ତା ଓ ଇଚ୍ଛା ଜଣାଇ ଦିଆଯାଉଛି।ତାହା ପରେ ଖାଲି ଔପଚାରିକତା ଦୃଷ୍ଟିରୁ ଵିଧାୟକ ଦଳ ବୈଠକରେ ଜଣେ ନାଁ ପ୍ରସ୍ତାବ ଦିଅନ୍ତି, ଆଉ ଜଣେ ସମର୍ଥନ କରନ୍ତି ତାହା ପରେ ସବୁ ବିଧାୟକ ତାଳି ମାରି ପ୍ରସ୍ତାଵ ଗୃହୀତ ହେବା ସହ ନେତା ଚୟନ ହୁଏ। ଓଡ଼ିଶାର ଯେଉଁମାନେ ମୁଖ୍ୟମନ୍ତ୍ରୀ ହେବା ଦୃଢ଼ ନିଶ୍ଚିନ୍ତ ଥିଲେ ବା ସ୍ୱପ୍ନ ଦେଖୁଥିଲି ସେମାନେ ଏ ନିଷ୍ପତ୍ତିରେ ଭାଙ୍ଗି ପଡ଼ିବା ସ୍ୱାଭାବିକ । କିନ୍ତୁ ସେମାନେ ଭୁଲି ଯାଉଛନ୍ତି କିପରି ଯେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶତାଧିକ ରାଲି ସଭା କରିଥିଲେ ,ତାଙ୍କ ନାଁରେ ଭୋଟ୍ ମାଗଯାଇଥିଲା ସେ ମଧ୍ୟ ଦୃଢ଼ ନିଶ୍ଚିନ୍ତ ଥିଲେ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବେ ବୋଲି କିନ୍ତୁ ହେଲା କଣ । ସେ ତ ମୁଖ୍ୟମନ୍ତ୍ରୀ ହେଲେ ...