Posts

Showing posts from March, 2024

ବିଶ୍ଵ ବନ ଦିବସ ମହାସମାରୋହରେ ପାଳିତ

Image
ପୋଲସରା, ତା: 21/03/2024(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ସ୍ଥାନୀୟ କନକ ଦୁର୍ଗା ବିଦ୍ୟା ପୀଠ ମଧୁସୂଦନପୁରରେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ପୋଲାଇଙ୍କ ନେତୃତ୍ୱରେ ଏବଂ ବିଦ୍ୟାଳୟ ସ୍କାଉଟ ଶିକ୍ଷକ ବିକ୍ରମ ମହାରଣାଙ୍କ ତତ୍ତ୍ଵାବଧାନରେ ବିଶ୍ଵ ବନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ସ୍କାଉଟ ମାନେ ପ୍ଲାକାର୍ଡ ଧରି "ପିଲା ଟିଏ ଗଛ ଟିଏ ", " ରହିଲେ ବନ ବଞ୍ଚିବେ ଜନ ", "ମୁଁ ବଞ୍ଚିଲେ ତୁମେ ବଞ୍ଚିବ " , " ଗଛ ଆମକୁ ଅମ୍ଳଜାନ ଦିଏ", "ଜଙ୍ଗଲ କୁ ସୁରକ୍ଷା ଦିଅନ୍ତୁ" , " ପରିବେଶ ସୁରକ୍ଷିତ ରଖନ୍ତୁ" , " ଗଛ ଗଛ ଗଛ ଆଉ ସବୁ ପଛ " ଇତ୍ୟାଦି ସ୍ଲୋଗାନ ଦେଇ ବନ ର ସୁରକ୍ଷା ନେବା ପାଇଁ ସ୍କାଉଟ ମାନେ ଶପଥ ପାଠ କରିଥିଲେ।ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗଛ ର ମହତ୍ତ୍ଵ ଓ ଜଙ୍ଗଲ ର ସୁରକ୍ଷା ନିମନ୍ତେ ଆମର ଭୂମିକା ସମ୍ପର୍କରେ ଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ବିକ୍ରମ ମହାରଣା,ପ୍ରହଲ୍ଲାଦ ସାହୁ, ଗୀତା ବିଷୋୟୀ , ସୁବୋଧ କାନ୍ତ ସେଠି, ଅଜିତ କୁମାର ଦଳାଇ , ନାରାୟଣ ସାହୁ ଉପସ୍ଥିତ ଥିଲେ। ପୋଲସରାରୁ ଟି.ଆଶିଷ କୁମାର ସୁବୁଦ୍ଧିଙ୍କ ରିପୋର୍ଟ - ...

ଝରିଗାଁ ପ୍ରେସକ୍ଲବ ପକ୍ଷରୁ କଳାବ୍ୟାଜ ପରିଧାନ

Image
ଝରିଗାଁ ପ୍ରେସକ୍ଲବ ପକ୍ଷରୁ କଳାବ୍ୟାଜ  ପରିଧାନ ଝରିଗାଁ ୧୫/୩/୨୪(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ସମୟ ସମୟରେ ନିଜ ଜୀବନ କୁ ବାଜି ଲଗେଇ ଖବର ପରିବେଷଣ କରୁଥିବା ବେଳେ  ବିଭିନ୍ନ ସତ୍ୟ ଘଟଣା, ଅସହାୟ ଙ୍କ ସମସ୍ୟା, ସରକାର ଓ ବଡ଼ବାବୁ ଙ୍କ ଦୁର୍ନୀତି କୁ ଲୋକଲୋଚନକୁ ଆଣୁଛନ୍ତି ଗଣମାଧ୍ୟମ ପ୍ରତିନିଧିମାନେ। ହେଲେ ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ଙ୍କ ପାଇଁ ବିଭିନ୍ନ ଯୋଜନା ସବୁ କରିଲେ। ହେଲେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ ଅଣଦେଖା କରୁଛନ୍ତି। ଏନେଇ ସାମ୍ବାଦିକ ସଂଘ ପକ୍ଷରୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଉଛି । ହେଲେ ରାଜ୍ୟ ସରକାର ବିଳମ୍ବ କରୁଥିବା ରୁ OUJ ଅନୁବନ୍ଧିତ ଝରିଗାଁ ର ସାମ୍ବାଦିକ ସଂଘ ପକ୍ଷରୁ ଏହାକୁ ବିରୋଧ କରି ସ୍ଥାନୀୟ  କନ୍ଫାରେନେସ ହଲ୍ ପ୍ରାଙ୍ଗଣରେ ଏକ ସାମ୍ୱାଦିକ ସମ୍ମିଳନୀ କରି  ସମସ୍ତ ସାମ୍ବାଦିକ ମାନେ କଳାବ୍ୟାଜ୍ ପରିଧାନ କରିଥିଲେ। ଝରିଗାଁ ପ୍ରେସକ୍ଲବ ପକ୍ଷରୁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ , ବୟସ୍କ ସାମ୍ବାଦିକ ଙ୍କୁ ପେନସନ , ପ୍ରବର୍ତ୍ତିତ ସ୍ବାସ୍ଥ୍ୟ ବୀମା ଯୋଜନା ରେ ବାପା ମାଁ ଓ ୨୫ ବର୍ଷ ରୁ ଉର୍ଦ୍ଧ୍ୱ ନିର୍ଭରଶୀଳ ସନ୍ତାନ ମାନଙ୍କୁ ସାମିଲ , ଲୋକସଭା ଭବନ ସମେତ ରାଜ୍ୟ ର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସାମ୍ବାଦିକ ମାନଙ୍କୁ ପ୍ରବେଶ ଅଧିକାର ଆଦି ଦାବି କରାଯାଇଛି। ଝର...