ଝରିଗାଁ ପ୍ରେସକ୍ଲବ ପକ୍ଷରୁ କଳାବ୍ୟାଜ ପରିଧାନ
ଝରିଗାଁ ପ୍ରେସକ୍ଲବ ପକ୍ଷରୁ କଳାବ୍ୟାଜ ପରିଧାନ
ଝରିଗାଁ ୧୫/୩/୨୪(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ସମୟ ସମୟରେ ନିଜ ଜୀବନ କୁ ବାଜି ଲଗେଇ ଖବର ପରିବେଷଣ କରୁଥିବା ବେଳେ ବିଭିନ୍ନ ସତ୍ୟ ଘଟଣା, ଅସହାୟ ଙ୍କ ସମସ୍ୟା, ସରକାର ଓ ବଡ଼ବାବୁ ଙ୍କ ଦୁର୍ନୀତି କୁ ଲୋକଲୋଚନକୁ ଆଣୁଛନ୍ତି ଗଣମାଧ୍ୟମ ପ୍ରତିନିଧିମାନେ। ହେଲେ ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ଙ୍କ ପାଇଁ ବିଭିନ୍ନ ଯୋଜନା ସବୁ କରିଲେ। ହେଲେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ ଅଣଦେଖା କରୁଛନ୍ତି। ଏନେଇ ସାମ୍ବାଦିକ ସଂଘ ପକ୍ଷରୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଉଛି । ହେଲେ ରାଜ୍ୟ ସରକାର ବିଳମ୍ବ କରୁଥିବା ରୁ OUJ ଅନୁବନ୍ଧିତ ଝରିଗାଁ ର ସାମ୍ବାଦିକ ସଂଘ ପକ୍ଷରୁ ଏହାକୁ ବିରୋଧ କରି ସ୍ଥାନୀୟ କନ୍ଫାରେନେସ ହଲ୍ ପ୍ରାଙ୍ଗଣରେ ଏକ ସାମ୍ୱାଦିକ ସମ୍ମିଳନୀ କରି ସମସ୍ତ ସାମ୍ବାଦିକ ମାନେ କଳାବ୍ୟାଜ୍ ପରିଧାନ କରିଥିଲେ। ଝରିଗାଁ ପ୍ରେସକ୍ଲବ ପକ୍ଷରୁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ , ବୟସ୍କ ସାମ୍ବାଦିକ ଙ୍କୁ ପେନସନ , ପ୍ରବର୍ତ୍ତିତ ସ୍ବାସ୍ଥ୍ୟ ବୀମା ଯୋଜନା ରେ ବାପା ମାଁ ଓ ୨୫ ବର୍ଷ ରୁ ଉର୍ଦ୍ଧ୍ୱ ନିର୍ଭରଶୀଳ ସନ୍ତାନ ମାନଙ୍କୁ ସାମିଲ , ଲୋକସଭା ଭବନ ସମେତ ରାଜ୍ୟ ର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସାମ୍ବାଦିକ ମାନଙ୍କୁ ପ୍ରବେଶ ଅଧିକାର ଆଦି ଦାବି କରାଯାଇଛି। ଝରିଗାଁ ପ୍ରେସକ୍ଲବ ର ସଭାପତି ତ୍ରିନାଥ ଧୁରୁଆ ଙ୍କ ନେତୃତ୍ବରେ ସଂଘ ର ସମସ୍ତ ସାମ୍ବାଦିକ ଉପସ୍ଥିତ ରହି କଳାବ୍ୟାଜ ପରିଧାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କିଶୋର ଚନ୍ଦ୍ର ମଣ୍ଡଲ , ରମେଶ ପଟ୍ଟନାୟକ, ଗିରି ମାଝୀ, ଜୟ ଶ୍ରୀ ଦାସ, ଲକ୍ଷ୍ମୀ କାନ୍ତ ପାଣ୍ଡେ, ସମ୍ବିତ କୁମାର ଦାସ, ରାମଦାସ ଭତ୍ରା, ପ୍ରମୁଖ ଉପସ୍ଥିତ ରହିଥିଲେ।।
Comments
Post a Comment