ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।
ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।
ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ):- ସରକାରୀ ଯୋଜନା ପୂର୍ଣ୍ଣ ସଫଳତା ପାଇବାରୁ ବଞ୍ଚିତ ରହୁଥିବା ଗୋଟିଏ କି ଦୁଇଟି ନୁହେଁ ବରଂ ଏକାଧିକ ହିତାଧିକାରୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଳକ ଭିତରୁ ଆସିଛି ଏହି ଖବର ଯାହାକୁ ନେଇ ଦେଖାଦେଇଛି ଅନିଶ୍ଚିତତା ସନ୍ଦେହ ପୂର୍ଣ୍ଣ ମାନସିକ ଯନ୍ତ୍ରଣା। ଏଠାରେ ଫେଲ ମାରିଛି ଆବାସ ଯୋଜନା । ତଥ୍ୟ କହୁଛି ପାଞ୍ଚ ବର୍ଷ ରେ ସମୁଦାୟ ୧୩୬୭୮ ଘର ଆସିଛି। ସମ୍ପୂର୍ଣ୍ଣ ହୋଇଛି ୧୨୭୯୦,ଅଧାପନ୍ତରିଆ ଅବସ୍ଥାରେ ୮୮୮ ଘର। ଖଟିଖିଆ ଏବଂ କୁଲି ମଜୁରିଆ ମାନଙ୍କ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ଉଦ୍ୟମ ରେ ମାଳ ମାଳ ଯୋଜନା ପ୍ରଣୟନ କରାଯାଇଛି | କେନ୍ଦ୍ର ସରକାର ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ) ଅନ୍ୟତମ |ହେଲେ କେନ୍ଦ୍ର ସରକାର ଙ୍କ ଏହି ଯୋଜନା ବ୍ଲକ ରେ ସଫଳ ହୋଇପାରିନଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି | ବ୍ଳକ୍ ପ୍ରୋଜେକ୍ଟ କୋର୍ଡିନେଟର ଶ୍ରୀ ଅଶୋକ ଶତପଥୀ ଦେଇଥିବା ସୂଚନା ମୁତାବକ ବିଗତ 2016-17 ଆର୍ଥିକ ବର୍ଷ ଠାରୁ ଆରମ୍ଭ କରି 2020-21 ଆର୍ଥିକ ବର୍ଷ ମଧ୍ୟରେ ସର୍ବମୋଟ ୧୩୬୭୮ ଟି ଆବାସ ଘର ଝରୀଗାଁ ବ୍ଲକ ପାଇଁ ଆସିଥିଲା |ସେଥି ମଧ୍ୟରେ ସମୁଦାୟ ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ଘର , ବିଜୁ ପକ୍କା ଘର ଏବଂ ନିର୍ମାଣ ଶ୍ରମିକ ପକ୍କା ଘର ରହିଥିବା ବେଳେ ୧୨୭୯୦ ଘର ସମ୍ପୂର୍ଣ ହୋଇଥିବା ବେଳେ ୮୮୮ ଗୋଟି ଘର ଅଧ ପନ୍ତରିଆ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। କିନ୍ତୁ ସମସ୍ତ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲେ ସୁଦ୍ଧା 5ବର୍ଷ ରେ ୧୨୬୯୦ ଘର ସମ୍ପୂର୍ଣ୍ଣ ରହିଥିବା ସୂଚନା ମିଳିଛି |ବାକି ୮୮୮ଘର ଏଯାଏ ଅସମ୍ପୂର୍ଣ୍ଣ ରହିଛି, କାହାର ଛାତ ପଡିନି, କେଉଁଠି କବାଟ ଝରକା ଲାଗିନି, କେଉଁଠି ପ୍ଲାଷ୍ଟର କାମ ହୋଇ, ପୁଣି କେତେକ ସ୍ଥାନରେ ତ କାନ୍ଥ ଯୋଡ଼େଇ କାମ ବି ସରିନି |ବିଜୁ ପକ୍କା ଘର ଓ ନିର୍ମାଣ ଶ୍ରମିକ ପକ୍କା ଘର କଥା ତ ନ କହିବା ହିଁ ଭଲ | ବ୍ଲକରେ ଆସିଥିବା ବିଜୁ ପକ୍କା ଘର ଏବଂ ନିର୍ମାଣ ଶ୍ରମିକ ପକ୍କା ଘର ମଧ୍ୟରୁ ଗୋଟିଏ ବି ଆଜି ଯାଏ ସମ୍ପୂର୍ଣ୍ଣ ହୋଇନାହିଁ |ବ୍ଲକ ପ୍ରଶାସନର ଅପାରଗତା ଯୋଗୁଁ ବ୍ଲକ ରେ ୮୮୮ଟି ଆବାସ ଘର ଅସମ୍ପୂର୍ଣ୍ଣ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି | ଆବାସ ଘର ବାବଦକୁ ଆସୁଥିବା ଟଙ୍କାସବୁ କେଉଁଠି ହିତାଧିକାରୀ ଉଠେଇ ଖାଇଦେଇ ଚୁପ ବସିଛି ତ ଆଉ କେଉଁଠି ଲମ୍ପଟ ଠିକାଦାର ଉଠେଇ ଖାଇଦେଇ ଚୁପ ରହିଛି |ଅଧିକାଂଶ ଘର ସବୁରେ ଠିକାଦାର ମାନେ ନିରୀହ ଆଦିବାସୀ ମାନଙ୍କୁ କମ ସମୟ ମଧ୍ୟରେ ଘର ତିଆରି କରିଦେବୁ କହି ବହଲେଇ ଫୁସଲେଇ ଟଙ୍କା ସବୁ ଉଠେଇ ଖାଇ ଦେଇଛନ୍ତି |ଯେତେବେଳେ ହିତାଧିକାରୀ ଘର କରିବା କଥା ଠିକାଦାର ମାନଙ୍କୁ କହୁଛନ୍ତି ସେମାନେ ବିଭିନ୍ନ ଆଳ ଦେଖେଇ ଖସି ଯିବାର ପ୍ରଚେଷ୍ଟା କରୁଛନ୍ତି |ପଂଚାୟତ ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଯଦି ପୂର୍ବରୁ ଏଥିପ୍ରତି ଦୃଷ୍ଟି ଦେଇଥାନ୍ତେ ତେଵେ ହୁଏ ତ ଆଜି ଏହି ଦିନ ଦେଖିବାକୁ ମିଳିନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି |ପଂଚାୟତ ଅଧିକାରୀ ମାନେ ଯଦି ହିତାଧିକାରୀ ମାନଙ୍କ ସହିତ ସମ୍ପର୍କରେ ରହିଥାନ୍ତେ ଓ ହିତାଧିକାରୀ ମାନଙ୍କ ସମସ୍ତ ତଥ୍ୟ ରଖିଥାନ୍ତେ ଓ ବାରମ୍ବାର ତାକୁ ଚେତେଇ ଥାନ୍ତେ ତେଵେ ହୁଏତ ଘର ସବୁ ସମ୍ପୂର୍ଣ୍ଣ ହୋଇଥାନ୍ତା ବୋଲି ବର୍ତମାନ ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଥିବା ବେଳେ ଝରିଗାଁ ବ୍ଲକ କଂଗ୍ରେସ ବରିଷ୍ଠ ନେତୃବୃନ୍ଦ ଏବଂ ବିଜେପି ନେତାଗଣ ଆଗାମୀ ବିଧାନ ସଭା ନିର୍ବାଚନ ରେ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରାଯିବ ବୋଲି ଭିତିରି ଚର୍ଚ୍ଚା ହେଉଥିବା ସୁଚନା ମିଳୁଛି।
ରାମଦାସ ଭତ୍ରାଙ୍କ ରିପୋର୍ଟ -
Comments
Post a Comment