ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ
ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ
ମହାକାଳପଡା/କେନ୍ଦ୍ରାପଡ଼ା (ବ୍ରାହ୍ମ ମୁହୂର୍ତ୍ତ)-: ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଦେଉଳପଡ଼ା ଗ୍ରାମ ପଞ୍ଚାୟତର ଚ଼ଣ୍ଡିଆପଲ୍ଲୀ ଗ୍ରାମରେ ଜଗତଜନନୀ ମା' ଜଗଦ୍ଧାତ୍ରୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଅଛି। ଏହି ଆଧ୍ୟାତ୍ମିକ ପରିବେଶରେ ପ୍ରତ୍ୟହ ଚଣ୍ଡୀ ପାଠ ଉପଚାର ସହ ମା' ଙ୍କ ପୂଜା ଆରାଧନା କରାଯାଇଛି। ମାଆଙ୍କ ପୂଜା ଅବସରରେ କେନ୍ଦ୍ରାପଡ଼ା ସମେତ ଭଦ୍ରକ ଓ ସୁଦୂର ବଲାଙ୍ଗୀର ଜିଲ୍ଲାରୁ ଆସିଥିବା କଳାକାରମାନଙ୍କ ଦ୍ବାରା ଭଜନ, ଲୋକସଂଗୀତ ତଥା ସମ୍ବଲପୁରୀ ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପ୍ରତ୍ୟେକ ଦିନ ଲୋକ ମାନଙ୍କୁ ଆହୁରି ଆକର୍ଷଣ କରିଥିଲା। ପାର୍ବଣ ଋତୁର ଶେଷ ପ୍ରହରରେ ଅନୁଷ୍ଠିତ ହେଉଥିବା ମାଁ ଜଗଦ୍ଧାତ୍ରୀଙ୍କ
ପୂଜାରେ ଆଖପାଖ ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲେ ବୋଲି ଆୟୋଜନକାରୀ କମିଟି ପକ୍ଷରୁ ସୂଚନା ମିଳିଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷର ପୂଜାରେ ଚଣ୍ଡିଆପଲି ଗ୍ରାମର ସମସ୍ତ ଆବାଳବୃଦ୍ଧବନିତା ତଥା ବିଶେଷ କରି ଯୁବ ଗୋଷ୍ଠୀଙ୍କ ସହଯୋଗରେ ମଂଚର ସାଜସଜ୍ଜା ଠାରୁ ଆରମ୍ଭ କରି ମାଆଙ୍କ ବିଜେ ପ୍ରତିମା ଏବଂ ମେଢ଼ ସଜା ବେଶ୍ ମନୋଲୋଭା ହୋଇଥିବା କୁହନ୍ତି ଦର୍ଶନ କାରୀ ଶ୍ରଦ୍ଧାଳୁମାନେ। ମହାକାଳପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କ ମଧ୍ୟରେ ଦେଉଳ ପଲ୍ଲୀ ପଞ୍ଚାୟତର ଏହି ଚଣ୍ଡିଆପଲି ଗ୍ରାମର ଆଧ୍ୟାତ୍ମିକ ଭାବନାର ଷ୍ପର୍ଶତା ବର୍ଷ ବର୍ଷ ଧରି ଅଞ୍ଚଳରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା କହିଛନ୍ତି ସ୍ଥାନୀୟ ସଚେତନ ନାଗରିକ ମାନେ।
* ଆପଣଙ୍କ ଅଞ୍ଚଳର ଟିକିନିଖି ଖବର ପ୍ରସାରଣ ପାଇଁ ଆଗ୍ରହୀ ବ୍ୟକ୍ତିମାନେ ଖବରଦାତା/ସାମ୍ବାଦିକ ରୂପେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଆମ ସହିତ ଯୋଗାଯୋଗ କରନ୍ତୁ।7205706449 ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ, ଦୈନିକ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲ।
Comments
Post a Comment