ମାଆ
......ମାଆ ..... ମାଆ ର ସେହି ଅଦୃଶ୍ୟ ସ୍ନେହ ଓ ପ୍ରେମ ଦୁନିଆ ର କୌଣସି ସ୍ଥାନରେ ମିଳେ ନାହିଁ। ଆଜିକାଲି ସେ ବାଡ଼ିରେ ହୋଇଥିବା ଡାଳପତ୍ର କୁ ବଜାରରେ ବିକିବାକୁ ନେଉଛି ।ସେଥିରୁ ଯାହା ପାଏ,ପରିବାର ଚଳେ । ନିଜେ ବଞ୍ଚିବା ଓ ପରିବାର କୁ ବଞ୍ଚେଇବାର ଉପାଧି କିଏ ଯେ ତାକୁ ଦେଇଛି ମୁଁ ଆଜିପର୍ଯ୍ୟନ୍ତ ଜାଣିପାରି ନାହିଁ ।ଏହି ଉପାଧି ର ମର୍ଯ୍ୟାଦା ରକ୍ଷା କରିବାରେ ସେ କେବେ ବି ଅବଳା ଦୂର୍ବଳା ଅଥବା ପଛଘୁଞ୍ଚା ନ ଦେଇ ସର୍ବଦା ବୀର ଦର୍ପରେ ଆଗେଇ ଚାଲେ । ଯାହା କିଛି ବଜାରରୁ ପାଉଛି ସେଥିରୁ ନିଜେ ବଞ୍ଚିବା ଓ ପରିବାରକୁ ବଂଚେଇବା ରେ ସେ ଆଜି ସକ୍ଷମ । ତା ପୁଅ ବାହାରେ ପଢୁଛି । ସେ କେବଳ ଏତିକି ଜାଣିଚି ଯେ ତା ପୁଅ ପଢୁଛି। କିନ୍ତୁ ସେ, କ'ଣ ପଢୁଛି , କେଉଁଠି ରହୁଛି ଏ ବିଷୟରେ କିଛି ଜାଣି ନାହିଁ ।ଆଜି କାଲି ପଇସା ନଥିଲେ ଘରୁ ପାଦେ ଗୋଡ଼ କାଡ଼ିବା କଷ୍ଟକର । ପୁଅଟି ତା ଠାରୁ ବହୁତ୍ ଦୂରରେ ରହୁଛି । ସେ ସବୁବେଳେ ପୁଅଟି ତାର କେମିତି ରହୁଛି, ଆଜି ଖାଇଲା ନା ଭୋକରେ ରହିଲା ,କଣ ଅସୁବିଧା ହେଲା କି ? ଏହିପରି ଅନେକ ପ୍ରଶ୍ନ ରେ ବିଚଳିତ ହୋଇ ଉଠେ । ରାତି ଅଧରେ ତାର ନିଦ ଭାଙ୍ଗି ଯାଏ । ସେ ଶାନ୍ତି ରେ ଶୋଇ ପାରେନି ।ଭୋର୍ ଭୋର୍ ଉଠି ପୁଣିଥରେ ବାଡ଼ିରୁ କିଛି ଶାଗ ଧରି ସିଧା ଚାଲେ ବଜାରକୁ । ମାସକୁ ଥରେ ଅଧେ ଫୋନ ରେ କଥା ହୁଏ । ପଚାରେ " ବାବୁ ରେ ଭଲ ଅଛୁ ?" ଏତିକି ଶୁଣୁ ଶୁଣ...