ଝଣ୍ଡାଛକ ବଜରଙ୍ଗବାଲି ମନ୍ଦିର ରେ ସାମୁହିକ ହନୁମାନ ଚାଳିସା ପାଠ।

ଝଣ୍ଡାଛକ ବଜରଙ୍ଗବାଲି ମନ୍ଦିର ରେ ସାମୁହିକ ହନୁମାନ ଚାଳିସା ପାଠ

 ଝାରସୁଗୁଡ଼ା(ବ୍ରାହ୍ମ ମୁହୂର୍ତ୍ତ)  -  କର୍ମ ଜଞ୍ଜାଳ ର ବ୍ୟସ୍ତତା ଭିତରେ ପେଷି ହୋଇ ମଣିଷ  ଏବେ ମେସିନ ସଦୃଶ ଅତ୍ୟଧିକ କାମର ଚାପ   ଯୋଗୁଁ ବଢୁଛି ସାମାଜିକ ଦୂରତା ଯାହା ଯୋଗୁଁ ଅଳ୍ପବୟସ ରେ ଅବସାଦ ରେ ରହୁଛନ୍ତି ଯୁବା। ଉଚ୍ଚ ରକ୍ତଚାପ ହୃଦଘାତ ସହ ମଧୁମୟ ରୋଗରେ ପଡ଼ି ଶେଷରେ ଆତ୍ମହତ୍ୟା କୁ ଆପଣେଇ ନେବାକୁ ବାଧ୍ୟ ହେଉଛି ଆଜିର ସମାଜ ତେଣୁ ବ୍ୟସ୍ତ ବହୁଳ ଜୀବନ ରୁ ସପ୍ତାହ କୁ ଗୋଟେ ଘଣ୍ଟା ସମୟ ବାହାର କରି ମନ ଓ ମସ୍ତିଷ୍କ କୁ ଶାନ୍ତ କରିବାର ରାସ୍ତା ଖୋଜିଛନ୍ତି ଝାରସୁଗୁଡ଼ା ର କିଛି ଯୁବା । ପ୍ରତି ଶନିବାର ହନୁମାନ ଚାଳିଶା ପାଠ କରିବାର  ଏକ ଉଦ୍ୟମ କରିଛନ୍ତି ଜିଲା ହନୁମାନ ଚାଳିଶା ପ୍ରେମୀ ।ଏକ ପ୍ରୟାସ ଯେଉଁମାନେ ହନୁମାନଙ୍କଠାରେ ମନ ଲଗାଇଥାଆନ୍ତି ସେମାନେ ସାଧାରଣତଃ ହନୁମାନ ଚାଳିଶା ପାଠ କରିଥାନ୍ତି। କାରଣ ସେମାନେ ଜାଣନ୍ତି ଯେ ପ୍ରଭୁ ବଜରଙ୍ଗବାଲୀ ହନୁମାନଙ୍କ କୃପା ପ୍ରାପ୍ତ କରିବା ଲାଗି ସବୁଠୁଁ ସରଳ ଉପାୟ ହେଲା ହନୁମାନ ଚାଳିଶା ପାଠ କରିବା। ହନୁମାନ ଚାଳିଶା ଖୁବ୍‌ ସରଳ ଓ ମନକୁ ଶାନ୍ତି ପ୍ରଦାନ କରିବା ଭଳି ସ୍ତୁତି। ଯେଉଁ ଲୋକ ଧନାଭାବ ଯୋଗୁଁ କଷ୍ଟ ଭୋଗୁଛନ୍ତି ,ଯାହାର ଅଫିସ୍‌ରେ କିଛି ସମସ୍ୟା ରହିଛି,ବା ସମାଜରେ ସମ୍ମାନ ହାନି ହେଉଛି କିମ୍ବା ସ୍ୱାସ୍ଥ୍ୟ ଠିକ୍‌ ରହୁନାହିଁ,ତେବେ ଏହାକୁ ଦୂର କରିବା ଲାଗି ହନୁମାନ ଚାଳିଶାର ଜପ କରିବା ଉଚିତ୍‌ ବୋଲି  କହିଛନ୍ତି  ସୁଶୀଲ ତିବାରି 
ହନୁମାନ ଚାଳିଶା ପାଠର କିଛି ସମୟ ମଧ୍ୟରେ ସମସ୍ତ କଷ୍ଟଦୂର ହୋଇଥାଏ।ଯେଉଁ ଲୋକମାନେ ମସ୍ତିଷ୍କ ଉପରେ ଚାପ ପଡ଼ୁଥିବା ଭଳି କାର୍ଯ୍ୟ କରନ୍ତି,ସେମାନେ ଶୋଇବା ପୂର୍ବରୁ ହନୁମାନ ଚାଳିଶାର ଜପ କରିବା ଉଚିତ ବୋଲି କହିଛନ୍ତି ଡାକ୍ତର ଶିବ କୁମାର ଲାଠ  ।ଏହି ହନୁମାନ ଚାଳିଶା ପ୍ରତି ଶନିବାର ରାତି ୮ ଘଟିକା ରେ ଝାରସୁଗୁଡ଼ା ର ଭିନ୍ନ ଭିନ୍ନ ସ୍ଥାନ ରେ ହେବ ଏଥିରେ ସାମିଲ ହେବାକୁ ଝାରସୁଗୁଡ଼ା ବାସୀଙ୍କୁ  ଅନୁରୋଧ କରିଛି ଆୟୋଜକ କମିଟି  । ଆସନ୍ତା ଶନିବାର ସର୍ବାହଲ ଜଗରନାଥ ମନ୍ଦିର ରେ ହେବ ବୋଲି କହିଛନ୍ତି ଆୟୋଜନ କମିଟି ।  ଏହି ହନୁମାନ ଚାଲିସା ପାଠରେ ଶହେରୁ ଉର୍ଦ୍ଧ୍ବ ଭକ୍ତ ଉପସ୍ଥିତ ରହିଥିବା ସୂଚନା ମିଳିଛି।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ