ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ଗଞ୍ଜାମ ଜିଲ୍ଲା ବିଇଓ ଏବଂ ଡିଇଓ କାର୍ଯ୍ଯାଳୟ

ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ଗଞ୍ଜାମ ଜିଲ୍ଲା ବିଇଓ ଏବଂ ଡିଇଓ କାର୍ଯ୍ଯାଳୟ । 
ପୋଲସରା/ଗଞ୍ଜାମ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):୦୭/୧୧: ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ବିଇଓ ଓ ଡିଇଓ କାର୍ଯ୍ଯାଳୟରେ ଅର୍ଥ କାରବାର ହେଉଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ଜାଲ୍ ସାର୍ଟିଫିକେଟ କ୍ରୟ ଓ ବିକ୍ରୟର ପେଣ୍ଠ ସ୍ଥଳି। ବିଭିନ୍ନ ସଂଗଠନ ଓ ବ୍ଯକ୍ତି ମାନଙ୍କ ଦ୍ବାରା ଜାଲ୍ ସାର୍ଟିଫିକେଟ ତଦନ୍ତ ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ତାଲିକା ପ୍ରଦାନ କରାଯାଇଛି ତହା ସଂପୂର୍ଣ୍ଣ ତଦନ୍ତ ନହୋଇ ଧର୍ମକୁ ଆଖିଠାର ଭଳି ତଦନ୍ତ ଚାଲିଛି। ମାର୍କ ଟେମ୍ପେରିଙ୍ଗ କରି ସିଟି ଓ ବିଇଡି ରେ ନାମ ଲେଖାଇ ଉତିନ୍ନ ହୋଇ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ବର୍ତ୍ତମାନ ଚାକିରି କରୁଛନ୍ତି। ଜାଲ୍ ସାର୍ଟିଫିକେଟ ଦେଇ ମଧ୍ଯ ଚାକିରି କରୁଛନ୍ତି। ସରକାର ବାରମ୍ବାର ସାର୍ଟିଫିକେଟ ଯାଞ୍ଚ ପାଇଁ ବିଇଓ, ଡିପିସି ଓ ଡିଇଓ ମାନଙ୍କୁ ଚିଠି କରିଥିଲେ ମଧ୍ଯ ଜାଲ୍ ସାର୍ଟିଫିକେଟ ଚିହ୍ନଟ ହୋଇ ପାରୁ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଶିକ୍ଷାଧିକାରୀ ତଥା ଶିକ୍ଷା ବିଭାଗ ଜାଲ୍ ଶିକ୍ଷକ ଚିହ୍ନଟ ନକରିପାରିବା ଏବଂ ବିଭିନ୍ନ ସଂଗଠନ ଜାଲ୍ ସାର୍ଟିଫିକେଟ ତଦନ୍ତ ପାଇଁ ତାଲିକା ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଜାଲ୍ ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ ହେଲେ ଯାଞ୍ଚ ଆଳରେ ଆହେତୁକ ବିଳମ୍ବ କରି ସୁରକ୍ଷା ଦେବା ପାଇଁ ଉଦ୍ୟମ ଜାରି ରହୁଛି। ବର୍ତ୍ତମାନ ଗୋଟିଏ ଅଭିଯୋଗକୁ ନେଇ ଶିକ୍ଷା ବିଭାଗ ସନ୍ଦେହ ଘେରରେ। ସାମାଜିକ କର୍ମୀ ସମରଜିତ୍ ମହାନ୍ତି ତା-୨୬/୧୧/୨୦୨୧ ରେ ବୁଗୁଡା ବ୍ଲକ ଜଣେ,ପୁରୁଷୋତ୍ତମପୁର ବ୍ଲକର ୨ ଜଣ ଓ ଆସ୍କା ଅଞ୍ଚଳର ୪ଜଣଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଯାଞ୍ଚ ପ୍ରକ୍ରିୟା କଣ ହୋଇଛି ସୂଚନା ତଥ୍ଯ ତା-୨୭/୦୭/୨୦୨୨ରେ ମାଗିବା ପରେ ଜଣା ପଡିଲାଯେ ବୁଗୁଡା ଜୁନ ମାସରେ ସାର୍ଟିଫିକେଟ ଯାଞ୍ଚ ପାଇଁ ଚିଠି କରିଛି। କିନ୍ତୁ ପୁରୁଷୋତ୍ତମପୁର ଓ ଆସ୍କା ଯାଞ୍ଚ ନକରି ଚୁପଚାପ ବସିଥିବା ଜଣା ପଡିଲା। ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଡିଇଓ କାର୍ଯ୍ଯାଳୟ ତଦନ୍ତ କରିବା କଥା କିନ୍ତୁ ତଦନ୍ତ ନକରି କର୍ମଚାରୀ ମାନେ ଫାଇଲକୁ ଚପାଇ ରଖିଛନ୍ତି। ପ୍ରଥମ ଅପିଲ୍ ତା ୨୯/୦୯/୨୦୨୨ ଶୁଣାଣି ପରେ ମଧ୍ଯ ତଥ୍ଯ ଦେଇ ପାରିଲେ ନାହିଁ। ବର୍ତ୍ତମାନ ସୂଚନା କମିଶନଙ୍କ ନିକଟରେ ଆପିଲ୍ ହୋଇଛି। ପୁରୁଷୋତ୍ତମପୁର ବ୍ଲକର ଜନୈକ ଶିକ୍ଷକଙ୍କ ଠାରୁ ୩ ଲକ୍ଷ ଟଙ୍କାର କାରବାର ଡିଇଓ କାର୍ଯ୍ଯାଳୟରେ ହୋଇଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଘଟଣା ତଦନ୍ତ ସାପେକ୍ଷ। ବୁଗୁଡା ଶିକ୍ଷକ ମଧ୍ଯ ବିଭିନ୍ନ ରାଜନୈତିକ ଚପା ପକାଇ ସମାଧାନ ପାଇଁ ଉଦ୍ୟମ ଚଳାଇଛନ୍ତି । ତତ୍କାଳୀନ ବୁଗୁଡା ବିଇଓ ସଂପୃକ୍ତ ଶିକ୍ଷକଙ୍କ ମାର୍ଗଦର୍ଶକ ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି। ଡିପିସି କାର୍ଯ୍ଯାଳୟରେ ଦୀର୍ଘ ବର୍ଷ ଧରି କିଛି କର୍ମଚାରୀ ରହି ଜାଲ୍ ସାର୍ଟିଫିକେଟ କାରବାରକୁ ନିୟନ୍ତ୍ରଣ କରି କୋଟିପତି ହୋଇଗଲେଣି। ଉକ୍ତ କର୍ମଚାରୀଙ୍କ ପ୍ରତି ଶିକ୍ଷା ବିଭାଗ ଓ ଭିଜିଲାନ୍ସ ପକ୍ଷରୁ କାର୍ଯ୍ଯାନୁଷ୍ଠାନ ହେବ ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି। ଡିପିସି ତଥା ଡିଇଓ ଗଞ୍ଜାମ ଜିଲ୍ଲାର ବାସିନ୍ଦା ହୋଇଥିବାରୁ ଜାଲ ସାର୍ଟିଫିକେଟ ତଦନ୍ତ ସଠିକ ଢଙ୍ଗରେ ନହୋଇ ବାଟବଣା ହେଉଛି  । ଯଦି ସରକାର ଜାଲ୍ ସାର୍ଟିଫିକେଟ ତଦନ୍ତ ସଠିକ ମାର୍ଗରେ ହେଉ ବୋଲି ଚାହୁଁଛନ୍ତି ତାହାହେଲେ ଡିଇଓଙ୍କ ସମେତ ଡିପିସି ଓ ଡିଇଓ କାର୍ଯ୍ଯାଳୟର କର୍ମଚାରୀ ମାନଙ୍କୁ ଅନ୍ଯ ଜିଲ୍ଲାକୁ ବଦଳି କରିବା ନିହାତି ଆବଶ୍ୟକ। ଜାଲ୍ ସାର୍ଟିଫିକେଟ ଯାଞ୍ଚରେ ଶିକ୍ଷା ବିଭାଗର ଆନ୍ତରିକତା ନଥିବା ଭଳି ଲାଗୁଛି। ଓଡିଶାର କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ମଧ୍ଯ ନିଷ୍କ୍ରିୟ। ଓଡିଶା ସରକାରଙ୍କ ଶିକ୍ଷା ବିଭାଗରେ ଶିକ୍ଷକ ନିଯୁକ୍ତି ଏକ ବଡ ଘୋଟଲା ବୋଲି ସାମାଜିକ କର୍ମୀ ସମରଜିତ୍ ମହାନ୍ତି କହିଛନ୍ତି। ଓଡିଶାରେ ଜାଲ୍ ସାର୍ଟିଫିକେଟ ତଦନ୍ତ ସମ୍ଭବ ପର ନୁହେଁ ତେଣୁ ଏହାର ତଦନ୍ତ ସିବିଆଇ ଦ୍ବାରା କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ଯ କୌଣସି ଉତ୍ତର ମିଳିନାହିଁ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଜାଲ୍ ସାର୍ଟିଫିକେଟ ତଦନ୍ତ ନେଇ ଉଚ୍ଚ ନ୍ଯାୟଳୟରେ ମାମଲା ମାମଲା ଦାୟର ହୋଇଛି। ତଥାପି ଶିକ୍ଷାଧିକାରୀ ମନମୁଖି କାରବାର ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ