ପୋଲସରା ଥାନା ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୮୧ ୟୁନିଟ ରକ୍ତ ସଂଗ୍ରହ।
ପୋଲସରା ଥାନା ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୮୧ ୟୁନିଟ ରକ୍ତ ସଂଗ୍ରହ।
ପୋଲସରା(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ୨୩/୧୧/୨୦୨୨ ପୋଲସରା ପୋଲିସ ଥାନା ପରିସର ମଧ୍ୟରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ପୋଲସରା ଥାନା ଓ ସମ୍ବାଦ ଆମ ଓଡ଼ିଶା ମିଳିତ ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଶିବିରକୁ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସହଧର୍ମିଣୀ ଶ୍ରୀମତୀ ଗୋଲାପ ସାହୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଗଞ୍ଜାମ ଏସ ପି ବ୍ରିଜେଶ ରାୟ, ଆସିକା ଏସ ଡି ପି ଓ ଉମା ଶଙ୍କର ସିଂ, ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ସଂଯୋଜନା କରିଥିଲେ। ଏନ ଏ ସି ଅଧ୍ୟକ୍ଷ ସଙ୍ଗୀତା ବେହେରା, ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟ ଦର୍ଶିନି ଆଚାରୀ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ଝୁନୁ ଦାଶ, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ମେଡ଼ିକାଲ ଅଫିସର ନାରାୟଣ ସ୍ବାଇଁ, ବ୍ଲକ ଅତିରିକ୍ତ ବି ଡି ଓ ଧର୍ମରାଜ ପରିଡ଼ା, ଅତିରିକ୍ତ ତହସିଦାର ଶୋଭନ କୁମାର ବେହେରା, ବାର ଆସୋସିଏସନ ସଭାପତି ସୁଶାନ୍ତ କୁମାର ସାହୁ , ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ , ଏନ ଏ ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବ୍ଲକ ବି ଜେ ଡି ସଭାନେତ୍ରୀସଂଯୁକ୍ତା ବାଡ଼ତ୍ୟା, ବି ଜେ ଡି ନଗର ସଭାନେତ୍ରୀ କନକ ରାଉତ, ରଞ୍ଜନ କୁମାର ସାହୁ , ଜିଲ୍ଲା ବି ଜେ ଡି ଉପସଭାନେତ୍ରୀ କବିତା ସାହୁ , ସାମ୍ବାଦିକା କେ. ସୁମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ପୋଲସରା ଥାନାର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।
ବ୍ରହ୍ମପୁର ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ପ୍ରଦୀପ କୁମାର ସୁବୁଦ୍ଧି, କବିରାଜ ପ୍ରଧାନ, ସୁଶାନ୍ତ କୁମାର ପଣ୍ଡା, ସୁଶାନ୍ତ କୁମାର ପାତ୍ର, ଡମ୍ବୁରୁ ବାହାଦୁର କାର୍କୀ, ଲକ୍ଷ୍ମଣ ବେହେରା, ବସନ୍ତ କୁମାର ବେହେରା, ନାଗ ଭୂଷଣ ପ୍ରଧାନ, ବ୍ରହ୍ମପୁର ସଂସ୍କରଣ ଆମ ଓଡ଼ିଶା ସଂଯୋଜକ ବସନ୍ତ କୁମାର ପଣ୍ଡା, ପୋଲସରା ବ୍ଲକ ପ୍ରତିନିଧି କେ. ସନ୍ତୋଷ କୁମାର ପାତ୍ର,
ଜିବଦୟା ସ୍ୱେଚ୍ଛାସେବୀ ସଙ୍ଗଠନ ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନ ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ। ପୋଲସରା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ପ୍ରିଣ୍ଟ ଓ ବୈଦୁତିକ ସାମ୍ୱାଦିକ ମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
କଳମ୍ବ ଗ୍ରାମର ଶ୍ୟାମ ସୁନ୍ଦର ପ୍ରଧାନ ଉକ୍ତ ରକ୍ତଦାନ ଶିବିରକୁ ମିଶାଇ ୭୫ ଥର ରକ୍ତଦାନକରି ଖୁସିଥିବାବେଳେ ଭବିଷ୍ୟତରେ ଆହୁରି ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ କରିବା ପାଇଁ ପ୍ରୋତ୍ସାହିତ କରିବି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
Comments
Post a Comment