ଅତିରିକ୍ତ ଜିଲ୍ଲା ପାଳ ଙ୍କ ଦ୍ୱାରା "ମିଲେଟ ଫୁଡ "ଷ୍ଟଲ ଉଦଘାଟିତ

ଅତିରିକ୍ତ ଜିଲ୍ଲା ପାଳ ଙ୍କ ଦ୍ୱାରା "ମିଲେଟ ଫୁଡ "ଷ୍ଟଲ ଉଦଘାଟିତ।
ବୌଦ୍ଧ:(ବ୍ରାହ୍ମ ମୁହୂର୍ତ୍ତ)09/12. ବୌଦ୍ଧ ଜିଲ୍ଲା ମିୟୁଜିୟମ ପ୍ରାଙ୍ଗଣରେ" ମିଲେଟ ଫୁଡ଼" ଷ୍ଟଲ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ ତଥା ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସମୂହ ମହିଳା ମାନେ ଏହି ଫୂଡ଼ ଷ୍ଟଲକୁ ପରିଚାଳନା କରୁଛନ୍ତି। ଏବେ ଜିଲ୍ଲାରେ ମାଣ୍ଡିଆ ଚାଷ ଓ ଚାହିଦା ବୃଦ୍ଧି ନିମନ୍ତେ ସମସ୍ତ ଅନୁଷ୍ଠାନ ଗୁଡିକ ତତ୍ପର ହୋଇପଡିଛନ୍ତି।  ଏଡିଏମ ମହୋଦୟା ଜିଲ୍ଲାରେ ଥିବା ସମସ୍ତ ବ୍ଲକରେ ଓ ମିଶନ ଶକ୍ତି କାଫେ, *ଲେଥା କେଫେ* ଗୁଡିକରେ ମାଣ୍ଡିଆ ଜାତୀୟ କ୍ଷୁଦ୍ରଶସ୍ୟ ରୁ ତିଆରି କରାଯାଇଥିବା ବିସ୍କୁଟ, ଲଡୁ, ମିକ୍ଚର ଓ ଅନ୍ୟାନ୍ନ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବାକୁ ଓଡିଶା ମିଲେଟ ମିଶନ ଅଧିକାରୀଙ୍କୁ କହିଥିଲେ। ଆଗକୁ  ଜିଲ୍ଲାର ଅନ୍ୟ ବ୍ଲକ ମାନଙ୍କରେ ମିଲେଟ ଖାଦ୍ୟ ସାମଗ୍ରୀ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତକରାଯିବ ବୋଲି ଓଡିଶା ମିଲେଟ ମିଶନ ର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ପ୍ରକାଶ କାନ୍ତ କହିଛନ୍ତି। ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ଏକ ନୂତନ ଆଶା ସଂଚାରକରିଛି, ଲୁପ୍ତପ୍ରାୟ ମାଣ୍ଡିଆ ଜାତୀୟ କ୍ଷୁଦ୍ରଶସ୍ୟ ର ପୁନରୁଦ୍ଧାର ହୋଇପାରିଛି। ଓଡିଶା ମାଣ୍ଡିଆ ମିଶନ କାର୍ଯ୍ୟକ୍ରମ, ମାଣ୍ଡିଆ ଶସ୍ୟକୁ ଏକ ନୂତନ ପରିଚୟ ଦେବବୋଲି ଅତିରିକ୍ତ ପରିଯୋଜନା ନିର୍ଦେଶକ ଆତ୍ମା ଶ୍ରୀ କମଳାକାନ୍ତ କଟାରୀ ପତ୍ରକାରକର୍ମୀମାନଙ୍କୁ ଜଣେଇଥିଲେ। ଏହି କାର୍ଯ୍ୟକ୍ରମର ସହଯୋଗୀ ସଂସ୍ଥା ଭାବେ ସ୍ବେଛାସେବୀ ଅନୁଷ୍ଠାନ ୱାଇସିଡିଏ, ବିଶ୍ୱ ଯୁବ କେନ୍ଦ୍ର ଓ ଲୋକ କଳା ବିକାଶ କେନ୍ଦ୍ର ବୌଦ୍ଧ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି।

ରିପୋର୍ଟର :ବୌଦ୍ଧ ରୁ ସୁଶାନ୍ତ କୁମାର ବେହେରା

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ