ସହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳିତ

ସହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳିତ
ଗୁଣପୁର/ରାୟଗଡ଼ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ରାୟଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟି ଗୁଣପୁର ପକ୍ଷରୁ ସହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ଦିବସ ଜିଲ୍ଲାର ବିଜେପି କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି । ଏହି ଅବସରରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ସହିଦ ଲକ୍ଷଣ ନାୟକଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଦେଇ  , ସେହି ମହାନ ଦେଶ ଭକ୍ତଙ୍କ ସ୍ମୃତି ଚାରଣ କରିଥିଲେ । ଏଥିରେ ଉପସ୍ଥିତ ଥିଲେ ଜିଲ୍ଲା ଉପସଭାପତି ୱାଇ.ଗଣପତି ,ରାଜ୍ୟ ଜନଜାତି ମୋର୍ଚ୍ଚା ସମ୍ପାଦକ ବିଦ୍ୟା ଶବର, ଜିଲ୍ଲା ଯୁବମୋର୍ଚା ଉପସଭାପତି ଅମର କୁମାର ସାହୁ, ଗୋପାଳ କୃଷ୍ଣ ଦେବପାତ୍ର, ରମେଶ ଚନ୍ଦ୍ର ସାହୁ, ଜୟଦେବ ପଣ୍ଡା, ଅମିତ କୁମାର ଷଡଙ୍ଗୀ, ବିନୋଦ କୁମାର ସିଂ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା । ରାୟଗଡ଼ ଜିଲ୍ଲା ପ୍ରତିନିଧି ମାଧବ ବିଡିକାଙ୍କ ରିପୋର୍ଟ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ