ଲେବଗା ସଏଙ୍କ ସନ୍ଦେହ ଜନକ ମୃତ୍ୟୁ

ଲେବଗା ସଏଙ୍କ ସନ୍ଦେହ ଜନକ ମୃତ୍ୟୁ
ଠାକୁରମୁଣ୍ଡା ରୁ ଲକ୍ଷ୍ମୀ ନାରାୟଣ ରାଉତରାୟ
ଠାକୁରମୁଣ୍ଡା/ମୟୁରଭଞ୍ଜ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-
 ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ହାତୀଘୋଡ଼ା ଗ୍ରାମ ପଞ୍ଚାୟତ ଅଧୀନ ରାଣୀଭୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେହି ଗ୍ରାମର ଲେବଗା ସଏଙ୍କୁ ନିଜର ସ୍ଵାମୀ ସିତୁଂ ସଏ  ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ନିଜର ଭାଈ ରାମାୟା ହୋ ଘର ଖପରଖାଇ ଠାକୁରମୁଣ୍ଡା ଥାନାରେ ଏତଲା ଦେଇଛନ୍ତି । ତାଙ୍କର ସ୍ବାମୀ କହିବା ଅନୁସାରେ ଶୁକ୍ରବାର ଦିନ ହାତୀ ଘୋଡ଼ା ସାପ୍ତାହିକ ହାଟରୁ ବିଳମ୍ବ ରେ ଘରକୁ ଫେରିଥିଲେ । ସେହି କଥାକୁ ନେଇ ଦୁଇ ଜଣଙ୍କର ଝଗଡ଼ା ହୋଇଥିଲା । ସେଥିପାଇଁ ସେ ବିଷପିଇ ଆତ୍ମହତ୍ୟା କରିଛନ୍ତି । ଥାନା ଅଧିକାରୀଣୀ ତଦନ୍ତ ଜାରି ରଖିଛନ୍ତି ଏବଂ ଶବକୁ ବ୍ୟବଛେଦ କରିବା ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଛନ୍ତି । ସେଠାରୁ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଯେ ଏହା ଆତ୍ମହତ୍ୟା ନା ହତ୍ୟା ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ