ପଦ୍ମଶ୍ରୀ ବାବା ବଳିଆଙ୍କ କର କମଳରେ ଉନ୍ମୋଚନ ହେଲା ସଙ୍ଗୀତ ମୋ ଗଣିଆ
ପଦ୍ମଶ୍ରୀ ବାବା ବଳିଆଙ୍କ କର କମଳରେ ଉନ୍ମୋଚନ ହେଲା ସଙ୍ଗୀତ ମୋ ଗଣିଆ
ଗଣିଆର ଐତିହ୍ୟ, ପରମ୍ପରା ଏବଂ ସଂସ୍କୃତିକୁ ନେଇ ବିକାଶ କୁମାରଙ୍କ ଦ୍ବାରା ରଚିତ ତଥା ମଣିଭଦ୍ରା ଖବରର ପ୍ରଥମ ଅବଦାନ ମୋ ଗଣିଆ ସଙ୍ଗୀତ ଉନ୍ମୋଚିତ ହୋଇଯାଇଛି । ରଘୁନାଥ ଜୀଉ ମନ୍ଦିରରେ ଉନ୍ମୋଚନ ଉତ୍ସବରେ ପଦ୍ମଶ୍ରୀ ବାବା ବଳିଆ ଯୋଗ ଦେଇ ଆନୁଷ୍ଠାନିକ ଭାବେ ମୋ ଗଣିଆ ସଙ୍ଗୀତକୁ ଉନ୍ମୋଚନ କରିଥିଲେ । ଏହି ସଙ୍ଗୀତଟିକୁ ଲକ୍ଷ୍ମୀପ୍ରସାଦ ମହାପାତ୍ର ସ୍ବରରେ ସଜାଇଥିବା ବେଳେ କଣ୍ଠଦାନ କରିଛନ୍ତି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ରବିନ୍ଦ୍ର କୁମାର ମହାପାତ୍ର,ଚମେଲୀ,ଲକ୍ଷ୍ମୀପ୍ରସାଦ ଏବଂ ପିଣ୍ଟୁ । ମଣିଭଦ୍ରା ଖବରର ପ୍ରଥମ ଅବଦାନ ତଥା ମୁଖ୍ୟ ସମ୍ପାଦକ ଦେବୀ ପ୍ରସାଦ ଦାଶଙ୍କ ଏଭଳି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା କରାଯାଇଛି । ସଙ୍ଗୀତଟିର ଅଡିଓ ବାଜିବା ପରେ ଉପସ୍ଥିତ ଜନସାଧାରଣ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ଗୀତଟି ଅତ୍ୟନ୍ତ ସ୍ମୃତି ମଧୁର ହୋଇଥିବା ବାବା ବଳିଆ ପ୍ରକାଶ କରିଥିଲେ । ଖୁବଶୀଘ୍ର ଏହାର ଭିଡିଓ ରିଲିଜ ହେବ ବୋଲି ମଣିଭଦ୍ରା ଖବରର ମୁଖ୍ୟ ସମ୍ପାଦକ ଦେବୀ ପ୍ରସାଦ ଦାଶ ଜଣାଇଛନ୍ତି । ଦୀର୍ଘ ଦିନ ଧରି ଗଣିଆକୁ ନେଇ ଗୋଟିଏ ଗୀତ ଲେଖିବାକୁ ଯେଉଁ ଆଶା ରଖିଥିଲି ତାହା ସଫଳ ହୋଇ ପାରିଛି ବୋଲି ସେ ପ୍ରକାଶ କରିଛନ୍ତି । ମଣିଭଦ୍ରା ଖବର ଏଭଳି ଆଗକୁ ଆହୁରି ନୂଆ ନୂଆ ସଙ୍ଗୀତ ରଚନା କରି ଦର୍ଶକମାନଙ୍କ ମନୋରଞ୍ଜନ କରୁ ବୋଲି ବାବା ମତବ୍ୟକ୍ତ କରିଥିଲେ । ରିପୋର୍ଟ୍: ମାନସ ରଞ୍ଜନ ଦାସ
Comments
Post a Comment