ଗଣିଆ ବ୍ଲକର ଅପହଞ୍ଚ ଅଞ୍ଚଳରେ ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟମେଳା।
ଗଣିଆ ବ୍ଲକର ଅପହଞ୍ଚ ଅଞ୍ଚଳରେ ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟମେଳା।
ଗଣିଆ:- (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓଡ଼ିଶା ପକ୍ଷରୁ ସରକାରଙ୍କ ଦ୍ଵାରା ଆୟୋଜିତ ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ସ୍ତରୀୟ କାର୍ଯ୍ୟକ୍ରମ ଆଜି ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ବଡ଼ଶିଲିଙ୍ଗା ଉପକେନ୍ଦ୍ର ଠାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ବିଭିନ୍ନ ବିଭାଗର ଅଭିଜ୍ଞତା ସମ୍ପନ୍ନ ଚିକିତ୍ସକ , ସିଏଚଓ, ପିଏଚଓ ତଥା ବିଭିନ୍ନ ସ୍ବାସ୍ଥ୍ୟକର୍ମୀ ମାନେ ଉକ୍ତ ମେଳରେ ଯୋଗଦେଇ ପ୍ରାୟ ୩୦୦ ରୁ ଉର୍ଦ୍ଧ ବିଭିନ୍ନ ବିଭାଗ ରୋଗୀ ଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଔଷଧ ପ୍ରଦାନ କରିଥିଲେ। ଏତଦ ବ୍ୟତୀତ ଆୟୁଷ ଓ ଯୋଗ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।ଏହି ଦୁର୍ଗମ ଭରା ବଣ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ସ୍ବାସ୍ଥ୍ୟ ସେବା ଅତି ସୁନ୍ଦର ଭାବେ ଭାରା ପ୍ରାପ୍ତ ଚିକିତ୍ସକ ଡି ଆର ମଧୁସୂଦନ ଦାସ , ସ୍ବାସ୍ଥ୍ୟକର୍ମୀ ଦୟାନିଧି ଦାସ , ସିଏଚଓ ସୁଭାଷିନୀ ସହୁ, ଏଏନଏମ ଚନ୍ଦ୍ରକାନ୍ତି ନାୟକ ପରିଚାଳନା କରିଥିଲେ। ଏ ନେଇ ସ୍ଥାନୀୟ ଲୋକମାନେ ଉପକୃତ ହୋଇଥିବା ମତ ପ୍ରକାଶ କରିଥିଲେ। ରିପୋର୍ଟ୍: ମାନସ ରଞ୍ଜନ ଦାସ
Comments
Post a Comment