ମୋବାଇଲ ସେବା ବ୍ୟବସ୍ଥା ହେବାକୁ ଯାଉଛି, ଅଞ୍ଚଳରେ ଖୁସିର ଲହରୀ।

ମୋବାଇଲ ସେବା ବ୍ୟବସ୍ଥା ହେବାକୁ ଯାଉଛି, ଅଞ୍ଚଳରେ ଖୁସିର ଲହରୀ।
ଲମତାପୁଟ/ କୋରାପୁଟ:(ବ୍ରାହ୍ମ ମୁହୂର୍ତ୍ତ) ଜିଲ୍ଲାର ଏମିତି କିଛି ବ୍ଲକ ରହିଛି ଯେଉଁଠାରେ ଆଜିବି ମୋବାଇଲ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ ଦୀର୍ଘ ବର୍ଷ ପରେ ଲମତାପୁଟ ବ୍ଳକ ଅନ୍ତର୍ଗତ ବାଦିଗଡ ଗ୍ରାମ ପଞ୍ଚାୟତରେ ଜିଓ ନେଟୱର୍କ କାମ ଆରମ୍ଭ ହେଇଛି। ଭାରତ ଦେଶ ସ୍ବାଧୀନ ହେଇ ବହୁତ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ପଞ୍ଚାୟତ ରେ କୈାଣସି ନେଟୱର୍କ ନଥିଲା। ପଞ୍ଚାୟତ ବାସିନ୍ଦା ମାନଙ୍କ ପାଇଁ ଏହାଥିଲା ସେମାନଙ୍କ ସ୍ଵପ୍ନ ସମସ୍ତ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ନେଟୱର୍କ ହବକି ହବନି। ଏହି ପଞ୍ଚାୟତ ଲମତାପୁଟ ଠାରୁ ପ୍ରାୟ 30କିଲୋମିଟର ଦୂରରେ ଅବସ୍ଥିତ। ପଞ୍ଚାୟତ ର ଲୋକ ଫୋନ୍ କରିବା ପାଇଁ ମାଛକୁଣ୍ଡ ର BSNL ନେଟୱର୍କ ଉପରେ ନିର୍ଭର କରୁଥିଲେ।ବାଦିଗଡ ରୁ ମାଛକୁଣ୍ଡ ର ଦୂରତା ପ୍ରାୟ 06କି.ମି.ପାହାଡ ପର୍ବତ ଘେରା ଅଞ୍ଚଳ ସେହି ସେହି ନେଟୱର୍କ ମଧ୍ୟ ଠିକ୍ ରେ ଆସୁନଥିଲା। ପାହାଡ ପର୍ବତ ଚଢ଼ି ଲୋକ ନିଜ ମୋବାଇଲ ଫୋନ ବ୍ୟବହାର କରୁଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଗ୍ରାମ ରୋଜଗାର ସେବକ ପଞ୍ଚାୟତର କୈାଣସି ଅନଲାଇନ୍ କାମ କରିବା ପାଇଁ ବାଧା ସୃଷ୍ଟି ହେଉଥିଲା ସେଥିପାଇଁ ବ୍ଲକ କାର୍ଯ୍ୟାଳୟ ଲମତାପୁଟ ଯିବାକୁ ପଡୁଥିଲା ବୋଲି ପଞ୍ଚାୟତ ବାସି କହିଛନ୍ତି।30/09/2022ରିଖ ଦିନ ପଞ୍ଚାୟତ ର ସରପଞ୍ଚ ପଦୁ ମୁଦୁଲି ବ୍ରାହ୍ମ ମୂହୁର୍ତ୍ତ ଖବରକାଗଜ ରେ ଏହି ନେଟୱର୍କ ବିଷୟରେ ପ୍ରତିକ୍ରିୟା ଦେଇଥିଲେ ବ୍ରାହ୍ମ ମୂହୁର୍ତ୍ତ ଖବରକାଗଜ ରେ ଏହି ସମ୍ବନ୍ଧରେ ଖବର ପ୍ରକାଶିତ ହୋଇଥିଲା  ସରକାର ଲୋକମାନଙ୍କ ଅସୁବିଧା ବିଷୟରେ ସଚେତନ ହୋଇ ଜିଓ କମ୍ପାନୀ ନେଟୱର୍କ କୁ ଅନୁମତି ଦେଇଛନ୍ତି। ରାମଚନ୍ଦ୍ର ଖିଲ ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ