ଭଞ୍ଜନଗର ଉପଖଣ୍ଡ ବିଡିପୁର ଠାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଭଞ୍ଜନଗର ଉପଖଣ୍ଡ  ବିଡିପୁର ଠାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ 

 ଜଗନ୍ନାଥ ପ୍ରସାଦ/ଗଞ୍ଜାମ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକର ବି.ଡିପୁର ଗ୍ରାମ ପଂଚାୟତର ସଭାଗୃହ ରେ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ ଙ୍କ ସଭାପତିତ୍ୱ ରେ ଗ୍ରାମପଂଚାୟତର ବିକାଶ ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ସଫଳତା ଶୀର୍ଷକୁ ଛୁଇଁବା ପାଇଁ ବିଭିନ୍ନ ଅଧିକାରୀ ଏବଂ ପଞ୍ଚାୟତ କର୍ମକର୍ତ୍ତାଙ୍କୁ ନେଇ ଚଳିତ ବର୍ଷର ତୃତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷା,ସ୍ୱାସ୍ଥ୍ୟ, ଗମନା ଗମନ ଗ୍ରାମ୍ୟ ଜଳ, ପରିମଳ ବିଷୟରେ ଆଲୋଚନା କରାଯାଇଥିଲା । ବୈଠକ ର ଦ୍ୱତୀୟ ପ୍ରଯ୍ୟାୟ ରେ ଦିବା ୧୧ ଘଣ୍ଟ ୩୦ ମିନିଟ ସମୟ ରେ ଜଗନ୍ନାଥ ପ୍ରସାଦ ଥାନା ଆମ ପୋଲିସ ସମିତି ପକ୍ଷରୁ ଆଇ.ଆଇ.ସି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଗୁଣି ଗାରେଣି,ଖଟବିଦ୍ୟା,ଭୁତପ୍ରେତ, ସମାଜ ରେ ଘଟୁଥିବା ସାମାଜିକ ବାସନ୍ଦ ନେଇ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମିତି ସଭ୍ୟା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାରାଣୀ ବାରିକ,ନାଏବ ସରପଞ୍ଚ ଶ୍ରୀମତୀ ଲଷ୍ମୀ ସ୍ୱାଇଁ,କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ,ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ l

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ