ଖରଭୂଇଁ ପରିବେଶ ସୁରକ୍ଷା ଆନ୍ଦୋଳନ ପହଞ୍ଚିଲା ୦୯ମ ଦିନରେ ।

ଖରଭୂଇଁ ପରିବେଶ ସୁରକ୍ଷା ଆନ୍ଦୋଳନ ପହଞ୍ଚିଲା ୦୯ମ ଦିନରେ ।
(ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ)
  ବୌଦ୍ଧ (:ସୁଶାନ୍ତ କୁମାର ବେହେରା )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରଭୂଇଁ ଠାରେ ପରିବେଶ ଓ ଜୀବନ ଜୀବିକା ସୁରକ୍ଷା ନିମିତ୍ତ ଚାଲିଥିବା ଆନ୍ଦୋଳନ ଆଜି ନବମ ଦିନରେ ପହଞ୍ଚିଛି । ଆଜିର ଦିନଟି ମଧ୍ୟ ବିଦ୍ୟାଳୟକୁ ନଯାଇ ଶ୍ରେଣୀ ବର୍ଜନ କରିଛନ୍ତି ଛାତ୍ର ଛାତ୍ରୀ । ଖରଭୂଇଁ ଠାରେ ଥିବା ୦୫ଟି ପଥରକ୍ବାରୀ ମଧ୍ୟରୁ ୦୪ଟି କ୍ବାରୀର ଇସି ନଥିବାବେଳେ ଏବଂ ଯାହାର ଇସି ଅଛି ସେ ଗୋଟିଏ ବର୍ଷରେ ଆବଶ୍ୟକତା ଠାରୁ ଅଧିକ ଖଣିଜଦ୍ରବ୍ୟ ଉତ୍ତୋଳନ କରିଥିବାରୁ ତାହାଠାରୁ ପେନାଲଟି ଆଦାୟ ପାଇଁ ତହସିଲଦାର ମାମଲା ସଂଖ୍ୟା ୧୬/୨୦୨୧ ତା ୦୨ /୧୨ /୨୧ରେ ତିନିକୋଟି ତେୟାଅଶୀଲକ୍ଷ ସତେଇଶ ହଜାର ଆଠଶତ ଏକୋଇଶ ଟଙ୍କା ସାତ ପଇସା ଜୋରିମାନା ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି । ଅନ୍ୟ ପଥର କ୍ବାରୀଗୁଡିକରୁ ଅଧିକ ଖଣିଜଦ୍ରବ୍ୟ ଉତ୍ତୋଳନ ହୋଇଥିବା ଏବଂ ଜଙ୍ଗଲ ଥିବା ମଧ୍ୟ ସିଆ  ଅନୁଭବ କରି ତହସିଲଦାରଙ୍କୁ ଚିଠି ଲେଖିଛି । ଏଣୁ ସଂପୃକ୍ତ ସଂସ୍ଥାଗୁଡିକ ଠାରୁ ବକେୟା ଟଙ୍କା ଅସୁଲ କରିବାସହ ଇସି ପ୍ରତ୍ୟାହାର ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ବୌଦ୍ଧ ଡେପୁଟି ଡାଇରେକ୍ଟର ଜଙ୍ଗଲ ପରିବେଶ ଓ ପାଣିପାଗ ପରିବର୍ତ୍ତନ ବିଭାଗ ଆଞ୍ଚଳିକ ନିର୍ଦେଶାଳୟ  ସିଆ ଭୁବନେଶ୍ବର  ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ଭୁବନେଶ୍ବର ପ୍ରମୁଖଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଯଣାଯାଇଛି ।  ଆଜିର ଗଣଧାରଣାରେ ଗ୍ରାମ୍ୟକମିଟି ସଭାପତି ଅକ୍ଷୟ ନାୟକ ସମ୍ପାଦକ ହୃଦାନନ୍ଦ ଦେହୁରୀ ଉତ୍ତର ଭୋକ୍ତା ସଞ୍ଜୟ ବେହେରା କମ୍ଭୁପାଣି ରଣା ଧର୍ମୁ ଝାଙ୍କର ପବିତ୍ର ନାୟକ ସାଗର କହଁର ସୁନୀତା ପ୍ରଧାନ ଶୈଳବାଳା ସାହୁ ନଳିନୀ ଦେହୁରୀ କୌଶଲ୍ୟା ବଗର୍ତ୍ତୀ ତୁଳା ଦେହୁରୀ ତିଳୋତ୍ତମା କହଁର ପ୍ରମୁଖଙ୍କ ନେତୃତ୍ବରେ ସମସ୍ତ ଗ୍ରାମବାସୀ ଯୋଗ ଦେଇଥିଲେ ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ