ବୈଶିଙ୍ଗା ଥାନା ଅଞ୍ଚଳରେ ବାରମ୍ବାର ମନ୍ଦିର ଚୋରି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି
ବୈଶିଙ୍ଗା ଥାନା ଅଞ୍ଚଳରେ ବାରମ୍ବାର ମନ୍ଦିର ଚୋରି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି
ବୈଶିଙ୍ଗା(ବ୍ରାହ୍ମ ମୁହୂର୍ତ୍ତ):୦୮/୧୧(ଜଗନ୍ନାଥ ହେମ୍ବ୍ରମ୍) ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳରେ ବାରମ୍ବାର ମନ୍ଦିର ଚୋରି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଲୁଟ ସାମଗ୍ରୀ କ୍ରୟ କରୁଥିବା କବାଡିଆ ବଡସାହି ଥାନା ଅଧିନ ଭୀମଦା ଗ୍ରାମର ସୋମନାଥ ମହାଳିକର ପୁଅ ମନୁ ମହାଳିକ(୫୦) ଏବଂ କଳମା ନିକଟ ଗୋବିନ୍ଦରାୟପୁର ଗ୍ରାମର ସେକ୍ ୟୁସୁଫ ଖାନ୍ଙ୍କ ପୁଅ ଆନସାରୀ ଖାନ(୨୨) ବୈଶିଙ୍ଗା ପୁଲିସକୁ ଖୋଲା ଚାଲେଞ୍ଜ ଦେଇ କ୍ରମାଗତ ଭାବରେ ବିଭିନ୍ନ ମନ୍ଦିର ଗୁଡିକରୁ ଚୋରି ଯାଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ବଡସାହି ଥାନା ଅଧିନ ଭୀମଦା ଗ୍ରାମର ଜଣାଶୁଣା କବାଡିଆ ମନୁ ମହାଳିକଙ୍କ ଗୋଦାମ ଘରେ ଗଚ୍ଛିତ ଥିବା ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲା।ଖବରପାଇ ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଏକ ସ୍ୱତନ୍ତ୍ର ଟିମ ନେଇ ଅତର୍କିତ ଚଢ଼ାଉ କରି ମନୁକୁ ଗିରଫ କରିଥିବା ବେଳେ ତାଙ୍କୁ ବିଭିନ୍ନ ସମୟରେ ଚୋରି ସାମଗ୍ରୀ ବିକ୍ରୟ କରିଥିବା ଫେରିବାଲା ଆନସାରୀକୁ ଗୋବିନ୍ଦରାୟପୁରରୁ ଗିରଫ କରିଥିଲେ। ପରେ ମନୁ ନିକଟରୁ ବିଭିନ୍ନ ମନ୍ଦିରରୁ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହିତ ନିକଟ ଅତିତରେ ବିଭିନ୍ନ ସ୍ଥାନରୁ ଚୋରି ହୋଇଥି ବ୍ୟାଟେରୀ ଜବତ୍ କରିଥିଲା ପୁଲିସ। ପୁଲିସ ସୂଚନା ଅନୁସାରେ ବୈଶିଙ୍ଗା ଆଖପାଖ ଲକ୍ଷ୍ମୀନାରାୟଣ,ଜଗନ୍ନାଥ ଓ ମହାଦେବ ମନ୍ଦିରରୁ ଏହି ରେକେଟ ବିଭିନ୍ନ ପୂଜା ଉପକରଣ ଓ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ କରିଥିଲେ। ଉଭୟ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି।
Comments
Post a Comment