ମାଲକାନଗିରି ମହୋତ୍ସବ ପାଳନ ପାଇଁ ଦେଶିଆ ନାଚ କୁ ଅଣଦେଖା,। ଜିଲ୍ଲାରେ ଅସନ୍ତୋଷ।

ମାଲକାନଗିରି ମହୋତ୍ସବ ପାଳନ ପାଇଁ ଦେଶିଆ ନାଚ କୁ ଅଣଦେଖା,। ଜିଲ୍ଲାରେ ଅସନ୍ତୋଷ।
ମାଲକାନଗିରି (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଜିଲ୍ଲାର ପ୍ରାଚୀନ ସ୍ମୃତି ବିଷୟରେ ବହୁ ତଥ୍ୟ ଆଜିବି ଜନ ସାଧାରଣଙ୍କ ସମୁଖରେ ଅଗୋଚର ହୋଇ ରହିଛି। ଯେପରିକି   ମାଲ୍ୟବନ୍ତ ନାଁ ଶୁଣିବାପରେ ପୁରାଣର ମୁଖ୍ୟ ବିଷୟ ବସ୍ତୁ ଉପରେ ପ୍ରଶ୍ନ ଉଠେ ନାନା ପ୍ରକାର ଆଲୋଚନା ସହିତ। ମାଲକାନଗିରି ଜିଲ୍ଲାର ମାଲ୍ୟବନ୍ତ ପର୍ବତରେ ପୂର୍ବେ ବସତି ସ୍ଥାପନ କରିଥିଲେ ବହୁ ସ୍ୱାଧୀନତା ସଂଗ୍ରାମୀ ବନ୍ଧୁମାନେ ଏବଂ ସେସମୟରେ ସେମାନେ ରାଜା ଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ବର୍ତମାନ ସମୟ ମଧ୍ୟରେ ସେହି ସମୟକୁ ମନେ ପକେଇ ଆଜି ପର୍ଯ୍ୟନ୍ତ ପାଳନ କରି ଆସୁଥିବା ଦେଶିଆ ନାଟକ ମାଧ୍ୟମରେ ପରମ୍ପରାକୁ ବଜାୟ ରଖିଥିବା ମାଲକାନଗିରି ଜିଲ୍ଲାର ଦେଶିଆ ଗୁରୁ ସାଂସ୍କୃତିକ ସଂଘର କର୍ମକର୍ତ୍ତାଙ୍କ ସମେତ ଜିଲ୍ଲାର ବିଭାଗୀୟ ପ୍ରଶାସନିକ ଅଧିକାରୀ ବିନା ବିଚାର ଆଲୋଚନାରେ ଜିଲ୍ଲା ସ୍ତରୀୟ ମହୋତ୍ସବ ପାଳନ କରୁଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ। ଏହି ଅବସରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସଂଗଠନ ଦେଶିଆ ନାଟ୍ୟ ସଂଗଠନର ସଭାପତି ଅନାଦି କଡା ଉପସଭାପତି ଘେନୁମୁଦୁଲି ସମ୍ପାଦକ  ଧନୁରଜୟ ହନ୍ତଳ ଦାନ୍ ପୁଲ ବାରିକ୍ ସମେତ ଅନେକ କର୍ମ କର୍ତା ଜିଲ୍ଲା ଲୋକ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀଙ୍କ ଖାମଖିଆଲି ନୀତି ନିୟମ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସବରେ ପ୍ରଶାସନ ରଙ୍ଗ ବେରଙ୍ଗ ପ୍ରତି ଆକୃଷ୍ଟ ହୋଇ ପାରମ୍ପରିକ ରୀତିନୀତି ଭୁଲି ଯାଇଛନ୍ତି। କଳା ସଂସ୍କୃତିର ପାରମ୍ପରିକ ର ନାଚ ଗିତ ନେଇ ଉତ୍ସବ ପାଳନ କରିବାପାଇଁ ନିମନ୍ତେ ଅତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଏହି ଅବସରରେ ସଂଗଠନ ପକ୍ଷରୁ ସମାଜକୁ ଆଗକୁ ବଢ଼ାଇବା ନିମନ୍ତେ ଜିଲ୍ଲାର ସାଧାରଣ ଜନତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ବୀର ଲକ୍ଷ୍ମଣ ପୁର କଳା ଗ୍ରାମରେ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ