ଗୁଣପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲାର ନୂଆ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ ।

ଗୁଣପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲାର ନୂଆ ଭୋଟରଙ୍କ ପାଇଁ   ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ ।
ମାଧବ ବିଡିଟା ଜିଲ୍ଲା ପ୍ରତିନିଧି-
 ଗୁଣପୁର(ବ୍ରାହ୍ମ ମୁହୂର୍ତ୍ତ):- ତା:09,11,2022ରିଖ ଦିନ ରାଜ୍ୟର 138ନମ୍ବର ଗୁଣପୁର ଓ 139ନମ୍ବର ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ଭୋଟର ତାଲିକା ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳବେହେରାଙ୍କ ଦ୍ୱାରା ପ୍ରକାଶିତ ହୋଇ ଯାଇଛି । 09,11,2022ତାରିଖ ଠାରୁ 08,12,2022ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ, ଯୋଗ, ବାଦ ସହ ଭୋଟର କାର୍ଡ ସହ ଆଧାର ଲିଙ୍କ କରାଯିବ । ଚଳିତ ବର୍ଷ ନୂତନ ଭାବେ ସରକାର ନିଷ୍ପତି ନେଇଛନ୍ତି ଯେ, ଯେଉଁମାନଙ୍କ ବୟସ 17 ବର୍ଷ ହୋଇଥିବ ସେମାନେ ଫର୍ମ ନଂ 05ରେ ଦରଖାସ୍ତ କରି ପାରିବେ । ଯେଉଁ ଦିନ ସେମାନଙ୍କ ବୟସ 18 ବର୍ଷ ହେବ ସେଇଦିନ ତାଙ୍କ ନାମ ଭୋଟର ତାଲିକାରେ ଯୋଗ କରାଯିବ । ଭୋଟର ତାଲିକା ପ୍ରତ୍ୟେକ ବୁଥରେ ସର୍ବ ସାଧାରଣ ଙ୍କ ଅବଗତି ନିମନ୍ତେ ଆଜିଠାରୁ ଉପଲବ୍ଧ ହେବ । ଯେଉଁ ମାନଙ୍କ ନାମ ତାଲିକାରେ ନାହିଁ, ଭୁଲ ଅଛି, ଅନ୍ୟ ବୁଥରେ ଅଛି ସେମାନେ ତାଲିକା ଦେଖି ବୁଥରେ ଆବେଦନ କରି ପାରିବେ । ସେହିପରି ସ୍ୱତନ୍ତ୍ର ଭାବେ ନିରୀକ୍ଷଣ କରିବା ନିମନ୍ତେ ନିର୍ବାଚନ ଅଧିକାରୀ, ସହକାରୀ ନିର୍ବାଚନ ଅଧିକାରୀ ମାନେ ନଭେମ୍ବର 12,13, 26 ଓ 27 ତାରିଖ ଦିନ ବୁଥ ପରିଦର୍ଶନ କରିବେ । 08,12,2022 ତାରିଖ ସୁଦ୍ଧା ଗ୍ରହଣ କରାଯାଇଥିବା ସମସ୍ତ ଦରଖାସ୍ତ ଗୁଡିକ 26,12,2022ତାରିଖ ଦିନ ସମାଧାନ କରାଯିବ । ସ୍ୱତନ୍ତ୍ର ଭୋଟର ତାଲିକା 05,01,2023 ତାରିଖ ଦିନ ବିଧିବଦ୍ଧ ଭାବେ ପ୍ରକାଶ କରାଯିବ ବୋଲି ଉପ ଜିଲ୍ଲାପାଳ ସୂଚନା ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ  ସମସ୍ତ ତହସିଲଦାର ତଥା ସହକାରୀ ନିର୍ବାଚନ ଅଧିକାରୀଙ୍କ ସହ କଂଗ୍ରେସ, ବିଜେଡି,ବିଜେପି,ବିଏସପି ଦଳ ତରଫରୁ ଶ୍ରୀ ବିଜୟ କୁମାର ଗମାଙ୍ଗ, ଶ୍ରୀ ଅଶ୍ବିନୀ କୁମାର ଗମାଙ୍ଗ,  ଶ୍ରୀ ରାମ ଦାସ ଶବର, ଶ୍ରୀ ୟାଇ, ଗଣପତି, ଶ୍ରୀ କୈଳାସ ଶବର    ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନ ଶାଖାର ସୁଶାନ୍ତ କୁମାର ଦାସ, ପ୍ରସନ୍ନ କୁମାର ପଣ୍ଡା ପରିଚାଳନା କରିଥିଲେ ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ