ଜିଲ୍ଲା ଜିଆରଏସ ସଂଘ ର ଗୁରୁତ୍ୱ ପୂର୍ଣ୍ଣ ବୈଠକ
ଜିଲ୍ଲା ଜିଆରଏସ ସଂଘ ର ଗୁରୁତ୍ୱ ପୂର୍ଣ୍ଣ ବୈଠକ l
ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ):- ବୌଦ୍ଧ ଜିଲ୍ଲା ଜିଆର ଏସ ସଂଘ ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଜଳେଶ୍ୱର ବାବା ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ଜିଲ୍ଲା ସଭାପତି ଶ୍ରୀ ସରୋଜ ମହାକୁଡ଼ ରାଜ୍ୟ grs ସଂଘ ର କାର୍ଯ୍ୟକାରିଣୀ ରେ ସ୍ଥାନ ପାଇଥିବା ହେତୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ସଭାପତି ଶ୍ରୀ ମହାକୁଡ଼ ଉପସ୍ଥିତ ଥିବା ସମସ୍ତ grs ମାନଙ୍କୁ ତାଙ୍କ ଉପରେ ଆସ୍ଥା ରଖି ଥିବାରୁ ମୋତେ ଆଗାମୀଦିନରେ ସଂଘ କାର୍ଯ୍ୟ କରିବାରେ ଉତ୍ସlହିତ କରିବ ବୋଲି କହିଥିଲେ, ଉକ୍ତ ବୈଠକ ରେ ବୌଦ୍ଧ ଜିଲ୍ଲା ଆଗାମୀ ଦିନରେ ପ୍ରଭାତ ତିୱାରୀ ଙ୍କ ନେତୃତ୍ୱ ରେ ଓଡିଶା ଗ୍ରାମ ରୋଜଗାର ସେବକ ସଂଘ grs ମାନଙ୍କ ବୃହତର ସ୍ୱାର୍ଥ ଦୃଷ୍ଟି ଯାହା ବି ଚରମ ନିଷ୍ପତି ନେବେ ବୌଦ୍ଧ ଜିଲ୍ଲା grs ସଂଘ ତାଙ୍କୁ ଶତପ୍ରତିଶତ ସହଯୋଗ କରିବ ବୋଲି ସଭା ରେ ନିଷ୍ପତି ନିଆ ଗଲା. ଉକ୍ତ ସଭାରେ କଣ୍ଟାମାଲ ବ୍ଲକ ସଭାପତି ସତୀଶ ଦାସ, ବୌଦ୍ଧ ବ୍ଲକ ସଭାପତି ପ୍ରମୋଦ ପ୍ରଧାନ, ହରଭଙ୍ଗା ବ୍ଲକ ସଭାପତି ବିଭୁତି ମିଶ୍ର ଙ୍କ ସହିତ ଜିଲ୍ଲା ର ସମସ୍ତ grs ଯୋଗ ଦେଇଥିଲେ. ଶେଷରେ ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ.l
Comments
Post a Comment