ଚତୁର୍ବିଂଶ ସାଧନା ଶିବିର ସଂଘ ର ଦିବ୍ୟ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ



ଚତୁର୍ବିଂଶ ସାଧନା ଶିବିର ସଂଘ ର ଦିବ୍ୟ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ମାଧବ ବିଡିକାଙ୍କ ରିପୋର୍ଟ-
ରାମନାଗୁଡା/ରାୟଗଡ଼ା(ବ୍ରାହ୍ମ ମୁହୂର୍ତ୍ତ):- ଜିଲ୍ଲାର ରାମନାଗୁଡା ବ୍ଳକ ଅନ୍ତରଝୋଲି (ଗୁମୁଡା)ଠାରେ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ର ଦିବ୍ୟ  ଆଶ୍ରମ ପରିସରରେ ଗତ ଦିନ ତା 6/11/22ଠାରୁ ଚତୁର୍ବିଂଶ ସାଧନା ଶିବିର ସଂଘ ର କେନ୍ଦ୍ରୀୟ କମିଟି ସଭାପତି ,ପୂଜ୍ୟ ଗୁରୁଦୀପ ଭାଇ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜୋଳନ କରାଯାଇ ଶୁଭାରମ୍ଭ କରାଗଲା ।ଶିବିର ରେ ବିଭିନ୍ନ ପ୍ରାନ୍ତରୁ ପାଞ୍ଚଶହ ଶିଷ୍ୟ ଶିଷ୍ୟା ଯୋଗଦାନ କରିଛନ୍ତି। ପୂର୍ବାହ୍ନ ଅଧିବେଶନରେ ସଭାପତି ଙ୍କ ଅଭିଭାଷଣ ପରେ ସ୍ସଂପାଦକ ପୂଜ୍ୟ କେଶବ ଭାଇ ଦିବ୍ୟ ଦର୍ଶନ ସଂପର୍କରେ ଆଲୋଚନା କରିଥିଲେ । ଅପରାହ୍ନ ଅଧିବେଶନରେ କେନ୍ଦ୍ରୀୟ କମିଟି ଙ୍କ ସାଂଗଠନିକ ଆଲୋଚନା ହୋଇଥିଲା ।ସାନ୍ଧ୍ୟ ଅଧିବେଶନରେ ଗୁରୁ ପ୍ରତିନିଧି  ବିଶ୍ୱନାଥ ଭାଇ, "କର୍ମଫଳ ଓ ଜନ୍ମାନ୍ତରବାଦ", ତଥା ଉପ-ସଭାପତି ରବିନ୍ଦ୍ରନାଥ ଭାଇଙ୍କ "ସତ୍ୟ ସ୍ୱୟଂ ପ୍ରକାଶ" ବିଷୟରେ ଆଲୋଚନା ଭାଇ ଭଉଣୀ ମାନଙ୍କୁ ଭାବ ଗମ୍ଭୀର କରିଦେଇଥିଲା । ଆଜି ଦ୍ୱିତୀୟ ଦିବସରେ ପ୍ରାତଃ ଯୋଗ ଓ ପ୍ରାଣାୟାମ ଶିକ୍ଷା ଦିଆଯାଇଥିଲା, ପୂର୍ବାହ୍ନ ଅଧିବେଶନରେ ଶିବିରରେ ସାମିଲ ସଦସ୍ୟ ମାନଙ୍କୁ ଦଶଟି ଦଳରେ ଭାଗ କରି  ସଦଗୁରୁଙ୍କ ପ୍ରଦତ୍ତ ବହୁ ବିଷୟ ଉପରେ ଦଳଗତ ଆଲୋଚନା କରାଗଲା ।ଅପରାହ୍ନରେ ଗୁଡିଆବନ୍ଧ ଠାରେ ବିଧାୟକ ପାଣ୍ଠି ଅନୁଦାନ ରେ ଗଠିତ ଦିବ୍ୟ ଦର୍ଶନ ଗୋଷ୍ଠି କେନ୍ଦ୍ରର ଶୁଭ ଉଦଘାଟନ ନିମନ୍ତେ ସମସ୍ତେ ଗୁଡିଆବନ୍ଧରେ ପହଞ୍ଚି ଥିଲେ । ଶୁଭ ଉଦଘାଟନ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ମାନ୍ୟବର ଆଦିବାସୀ ହରିଜନ କଲ୍ୟାଣ ତଥା ଆଇନ ବିଭାଗ କ୍ୟାବିନେଟ ପାହ୍ୟ ମନ୍ତ୍ରୀ, ଓଡ଼ିଶା ସରକାର । ଶ୍ରୀଯୁକ୍ତ ସୁଧୀର କୁମାର ଦାସ, ଉପଦେଷ୍ଟା,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ଓଡ଼ିଶା ସରକାର ।ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ମାନ୍ୟବର ବିଧାୟକ, ଗୁଣପୁର। ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ମାନ୍ୟବର ବିଧାୟକ, ରାୟଗଡ଼ା । ସୁଶ୍ରୀ ସରସ୍ୱତୀ ମାଝୀ, ଅଧ୍ୟକ୍ଷା ଜିଲ୍ଲା ପରିଷଦ, ରାୟଗଡ଼ା । ଶ୍ରୀମତୀ ଅନୁସୂୟା ମାଝୀ, ଅଧ୍ୟକ୍ଷା , ସ୍ୱତନ୍ତ୍ର ବିକାଶ ପରିଷଦ,ରାୟଗଡ଼ା । ଶ୍ରୀମତୀ ମଣିମାଳା ଶବର, ଚେୟାରମେନ ପଞ୍ଚାୟତ ସମିତି, ପଦ୍ମପୁର। ଶ୍ରୀମତୀ ସୁଭଦ୍ରା ଶବର, ସରପଞ୍ଚ,ଗୁଡିଆବନ୍ଧ ।ତଥା ଜିଲ୍ଲା ବି.ଜେ.ଡି. ସାଧାରଣ ସମ୍ପାଦକ ଶ୍ରୀ ଗଗନ ଆଚାର୍ଯ୍ୟ ଙ୍କ ସମେତ ବହୁ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ରେ ଦିବ୍ୟ ଦର୍ଶନ ଶୈଳୀ ରେ ଶୁଭ ଉଦଘାଟନ କରାଗଲା । ଦିବ୍ୟ ଦର୍ଶନ ସଂଘର ପ୍ରାୟ ପାଞ୍ଚ ଶହ ଭାଇ-ଭଉଣୀ ଓ ବି.ଜେ.ଡି ର ବହୁ କର୍ମକର୍ତ୍ତା ଓ ସମର୍ଥକ ଉତ୍ସବ ରେ ଯୋଗଦାନ କରିଥିଲେ । ଗୁଡିଆଵନ୍ଧ ଗ୍ରାମଟି ଗୁରୁ ଜୟ ଧ୍ୱନୀରେ ମୁଖରିତ ହୋଇ ଉଠିଥିଲା ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ