ଅବ୍ୟବସ୍ଥା ଭିତରେ ଭିନ୍ନକ୍ଷମ ମେଳା ଅନୁଷ୍ଠିତ

ଅବ୍ୟବସ୍ଥା ଭିତରେ ଭିନ୍ନକ୍ଷମ ମେଳା ଅନୁଷ୍ଠିତ 
 
ବାଲିଆପାଳ(ବ୍ରାହ୍ମ ମୁହୂର୍ତ୍ତ) 09/11/22- ଏକାଦଶ ପର୍ଯ୍ୟାୟ ଭୀମଭୋଇ ସାମର୍ଥ୍ୟ ଶିବିର  ବାଲିଆପାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଶିବିରକୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସୌଜନ୍ୟତାରେ ଆୟୋଜିତ ହୋଇଥିବା ବେଳେ ବାଲିଆପାଳ ପଞ୍ଚାୟତ ସମିତି ଏହି ଶିବିରକୁ ପରିଚାଳନା କରିଥିଲେ। ତେବେ ଏହି ଶିବିରରେ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା।ଭୀନ୍ନକ୍ଷମ ମାନଙ୍କ ପାଇଁ କୌଣସି ସେଡ୍ ର ବ୍ୟବସ୍ଥା ନଥିବା ବେଳେ ପାନୀୟ ଜଳ କିମ୍ବା ରାମ୍ପ ର ବ୍ୟବସ୍ଥା ନଥିଲା। ଭିନ୍ନକ୍ଷମ ମଉସା, ମାଉସୀ, ଭାଇ ଓ ଭଉଣୀ ମାନେ ସାଥିରେ ଛୁଟ ଛୁଟ ପିଲାଙ୍କୁ ଧରି ନିଛାଟିଆ ଖରାରେ ବସିଥିବା ଦେଖିବାକୁ ମିଳିଛି l ସକାଳ ସାତଟାରୁ ଆସି ଟୁକନ କରି ଦିନ ଦୁଇ ଟା ପ୍ରଯ୍ୟନ୍ତ ଖିଆ ପିଆ ନକରି ଡାକ୍ତରକୁ ଦେଖା କରିବା ପାଇଁ ବସିଛନ୍ତି l ଯଦି ଖାଇବାକୁ ଯିବେ ଡାକ୍ତର ପାଖରେ ସିରିଏଲ ଚାଲିଯିବ ଏଣୁ ବାଧ୍ୟ ହୋଇ ବସିବାକୁ ପଡୁଛି l ତେବେ ଏହି ଶିବିରରେ 978 ଲୋକଙ୍କ ରେଜିଷ୍ଟ୍ରେସନ ହୋଇଥିବା ବେଳେ ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା। ତେବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଶିବିର ଆୟୋଜନ ହୋଇଥିବା ହୀତାଧିକାରୀ ମାନେ ଅଭିଯୋଗ କରିଛନ୍ତି।ଏ ବିଷୟରେ ବିଡିଓ କୁ ପଚାରିବାରୁ ସେ କଣ କହୁଛନ୍ତି ଆସନ୍ତୁ ଶୁଣିବା

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ