ସ୍କୁଲ ଚୋରl ଚାଉଳ କିଣିବା ପଡିଲା ମହାଙ୍ଗା,ଚୋରା ଚାଉଳ ଜବଦ ହେବା ସହିତ ଗିରଫ ହେଲେ ଦୋକାନ ମାଲିକ

 ସ୍କୁଲ ଚୋରl ଚାଉଳ କିଣିବା ପଡିଲା ମହାଙ୍ଗା,
ଚୋରା ଚାଉଳ ଜବଦ ହେବା ସହିତ ଗିରଫ ହେଲେ ଦୋକାନ ମାଲିକ।

ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-23/11. ସ୍କୁଲ ରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ରଖାଯାଇଥିବା ଚାଉଳ କୁ  ଚୋରି ଘଟଣାର ପର୍ଦାଫାଶ କରିଛି ବାଉଁସୁଣୀ ପୋଲିସ ।ଘଟଣା ଅନୁଯାଇ ବୌଦ୍ଧ ଜିଲ୍ଲା ସଦର ବ୍ଲକ ତେଲିବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମ୍ପରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚାଉଳ ଚୋରୀ ଅଭିଯୋଗରେ  ଜଣେ ଗିରଫ ।  ଉକ୍ତ  ବିଦ୍ୟାଳୟର ଗୋଦାମ୍ ଗୃହର ତାଲା ଭାଙ୍ଗି ଛାତ୍ରଛାତ୍ରିଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ହୋଇଥିବା ନେଇ ଆଜି ସକାଳୁ ୯:୩୦ ମିନିଟ୍ ରେ ବିଦ୍ୟାଳୟ ଖୋଲିବା ପରେ ଶିକ୍ଷକମାନେ ଜାଣିବାକୁ ପାଇଥିଲେ! ବିଦ୍ୟାଳୟ ପ୍ରଧାନଶିକ୍ଷକ ଛୁଟିରେ ଥିବାରୁ ଉପସ୍ଥିତ ଥିବା ଶିକ୍ଷକ  ବାଉଁଶୁଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବରକୁ ଆଧାର କରି ବାଉଁଶୁଣି ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଚୋରୀ ଚାଉଳ ସବୁ ସାହାଜପାଲ୍ ସ୍ଥିତ ପ୍ରେମାନନ୍ଦ ମେହେର କିଣିଥିବା ନେଇ କୌଣସି ବିଶ୍ଵସ୍ତ ସୂତ୍ରରୁ ପୋଲିସ୍ ଖବରପାଇବ ଚାଉଳ ଗୋଦାମରେ ଚଢାଉ କରିଥିଲା। ଚଢାଉ ରେ ବିଦ୍ୟାଳୟର ଷ୍ଟିକର୍ ଲାଗିଥିବା ଅଖାବସ୍ତା ଦେଖିବାକୁ ପାଇବା ପରେ ଚୋରୀ ଚାଉଳ କିଣିଥିବା ନେଇ ୮ବସ୍ତା ଚାଉଳ ଜବତ୍ କରିବା ସହ ଦୋକାନ ମାଲିକ ପ୍ରେମାନନ୍ଦ ମେହେରଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରିରହିଛି । ଏହି ଚୋରୀରେ ସଂପୃକ୍ତ ଥିବା ଅନ୍ୟ ମାନଙ୍କ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବାଉଁଶୁଣି ଥାନା ଅଧିକାରୀ ସସ୍ମିତା ମଗର ସୁଚନା ଦେଇଛନ୍ତି।

ରିପୋର୍ଟର :ବୌଦ୍ଧ ରୁ ସୁଶାନ୍ତ କୁମାର ବେହେରା

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ