Posts

Showing posts from June, 2023

ଏଠି ଦିନରେ ବିଜୁଳି ରାତିରେ ଅନ୍ଧାରଏହା କାହାର ଅପାରଗତା ପୌରପାଳିକା ନା ଟାଟା ପାୱାର ???

Image
ଏଠି ଦିନରେ ବିଜୁଳି ରାତିରେ ଅନ୍ଧାର ଏହା କାହାର ଅପାରଗତା ପୌରପାଳିକା ନା ଟାଟା ପାୱାର ??? ବ୍ୟାସନଗର;୧୭/୦୬(ବ୍ରାହ୍ମ ମୁହୂର୍ତ୍ତ) : ବ୍ୟାସନଗର ଫେରୋକ୍ରୋମ କଲୋନୀ ଗେଟ୍ ଠାରୁ  ମଣି ମନ୍ଦିର ଗଳି ଯାହାକି ବିଦ୍ୟାଧର ମହାନ୍ତି ଅଫିସ୍ ପର୍ଯ୍ୟନ୍ତ ସଂଯୋଗ କରୁଛି ଦୀର୍ଘ ୧୨ ଦିନ ହେବ ରାସ୍ତା ଲାଇଟ୍ ଜଳୁନି ସନ୍ଧ୍ୟାରେ ପୁରା ଅନ୍ଧାର ଚୋରି ର ଭୟ ରହୁଛି । ଏହି ଗଳିରୁ କିଛି ବର୍ଷ ହେଲା ଲଗାତାର ଚୋରି ମଧ୍ୟ ହେଉଛି। ବାଇକ୍ ଠାରୁ ଆରମ୍ଭ କରି ମୋବାଇଲ ,ଗହଣା ମଧ୍ୟ ଚୋରି ହୋଇଛି। ଖାସ କରି ମଣି ମନ୍ଦିର ନିକଟସ୍ଥ ଘରୁ ଦୁଇ ଦୁଇ ଥର ଚୋରି ହୋଇଛି।ଥାନାରେ ଅଭିଯୋଗ ହେବା ସତ୍ବେ ବି ଆଜି ପର୍ଯ୍ୟନ୍ତ ଚୋର ଧରା ପଡିନି କି ଚୋରି ଗାଡ଼ି ବି ଧରା ପଡିନି। ଏହି ଗଳି ଦେଇ ରାତିରେ କୌଣସି ପେଟ୍ରୋଲିଂ ଗାଡ଼ି ମଧ୍ୟ ଯାଉନି।ଏଭଳି ସମସ୍ୟା କ୍ଷେତ୍ରରେ ସନ୍ଧ୍ୟା ହେଲେ ଘୋର ଅନ୍ଧାର ।ଏଠାକାର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବ୍ୟାସନଗର ଅଞ୍ଚଳର କେତେକାଂଶରେ ଦିନରେ ରାସ୍ତା ଲାଇଟ୍ ଜଳୁଛି କିନ୍ତୁ ଏଠି ୧୨ଦିନ ହେବ ଅନ୍ଧାର।ଏଠାକାର ବିଜୁଳି ବିଭାଗର କର୍ମଚାରୀ ଙ୍କୁ ପଚାରିଲେ ସେ ଷ୍ଟ୍ରାଇକ କହି ଖସି ଯାଉଛନ୍ତି। ପୌରପାଳିକା କର୍ମଚାରୀ ଏହି କଥାକୁ କର୍ଣ୍ଣପାତ କରୁନାହାନ୍ତି। ଏହି ସମସ୍ୟାର ତୁରନ୍ତ କାର୍ଯ୍ୟାନଷ୍ଠାନ ନିଆଗଲେ ଅଞ୍ଚଳବାସୀଙ୍କୁ ସମସ୍ୟାରୁ ମୁକ୍ତି ମିଳି ପାରନ୍ତା।ଅଞ୍ଚଳବାସୀଙ୍କ ଅଭିଯୋଗ କରିଛନ୍ତି।

ମାନିକପୁରୀ ପନକା ସମାଜର ଜିଲ୍ଲା ସ୍ତରୀୟ କମିଟି ଗଠନ

Image
ମାନିକପୁରୀ ପନକା ସମାଜର ଜିଲ୍ଲା ସ୍ତରୀୟ କମିଟି ଗଠନ ଝରିଗାଁ(ବ୍ରାହ୍ମ ମୁହୂର୍ତ୍ତ):- ନବରଙ୍ଗପୁର ଜିଲ୍ଲାର   ମାନିକପୁରୀ ପନକା ସମାଜର ଜିଲ୍ଲା ସ୍ତରୀୟ କମିଟି ଝରିଗାଁ ବ୍ଲକ ଅନ୍ତର୍ଗତ କୁସୁମୀ କବୀର୍ କୁଟୀର ଠାରେ ଗଠନ କରାଯାଇଅଛି। ଜିଲ୍ଲା ର ସାତ ଗୋଟି ବ୍ଲକ ରେ ଥିବା ପନକା ସମାଜର ବ୍ଲକ ସଭାପତି ମାନଙ୍କ ସହମତି ରେ ଆୟୋଜିତ ବୈଠକ ରେ ବରିଷ୍ଠ ମହନ୍ତ ରାମ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିଲେ  । ସର୍ବ ସମ୍ମତି କ୍ରମେ ଜିଲ୍ଲା ସଭାପତି ଭାବେ ଝରିଗାଁ ବ୍ଲକ ନିବାସୀ ନୀଳାମ୍ବର ପନକା ଙ୍କୁ ଚୟନ କରା ଯାଇଥିଲା। ସେହିପରି କାର୍ଯ୍ୟକାରୀ ସଭାପତି ପାଇଁ ଉମରକୋଟ ବ୍ଲକ ର ରମେଶ ଦାସ, ଉପସଭାପତି ପାଇଁ ଝରିଗାଁ ବ୍ଲକ ର କିରଣ ପନକା, ଉମରକୋଟ ବ୍ଲକ ର ମାଧବ ପନକା, କୋଷାଗୁମୁଡ଼ା ବ୍ଲକ ର ଚନ୍ଦ୍ରଭାନୁ କାମେଡୀ, ପାପଡାହାଣ୍ଡି ବ୍ଲକ ର ଭରତ ମିର୍ଗାନ, ରାଇଘର ବ୍ଲକ ର ସୁକଚାନ୍ଦ  ପନକା ଏବଂ ଡାବୁଗାଁ ବ୍ଲକ ର ଲକ୍ଷ୍ମଣ ପନକା ଙ୍କୁ ମନୋନୀତ କରାଯାଇଥିଲା। ସାଧାରଣ ସମ୍ପାଦକ ପାଇଁ ଝରିଗାଁ ବ୍ଲକ୍ ର ମାନସାୟ ପନକା ଙ୍କୁ ମନୋନୀତ କରାଯାଇଥିବା ବେଳେ ସହ ସମ୍ପାଦକ ପାଇଁ ରାଇଘର ବ୍ଲକ ର ମୁନା ଦାସ ଏବଂ ଡାବୁଗାଁ ବ୍ଲକ ର କୃଷ ପନକା ଙ୍କୁ ମନୋନୀତ କରାଯାଇଥିଲା ।  ଝରିଗାଁ ବ୍ଲକ ନିବାସୀ ନାରାୟଣ ପନକା ଙ୍କୁ କୋଷାଧ୍ୟକ୍ଷ ଭାବେ,  ଶଙ୍କର ଦାସ ପନକା ଙ୍କୁ ଜିଲ୍ଲା ସଂଗଠକ ଭାବେ ଏବଂ ପ...

ଓଡିଶା କୃଷକ ସଭା, ଓଡିଶା ଆଦିବାସୀ ଅଧିକାର ମଞ୍ଚ ଏବଂ ଜଙ୍ଗଲ ଅଧିକାର କମିଟି ମହାସଙ୍ଘ ର ମିଳିତ ରେ ଜିଲ୍ଲାପାଳ ଙ୍କୁ ୧୪ଦଫା ଦାବିପତ୍ର ପ୍ରଦାନ

Image
ଓଡିଶା କୃଷକ ସଭା, ଓଡିଶା ଆଦିବାସୀ ଅଧିକାର ମଞ୍ଚ ଏବଂ ଜଙ୍ଗଲ ଅଧିକାର କମିଟି ମହାସଙ୍ଘ ର ମିଳିତ ରେ ଜିଲ୍ଲାପାଳ ଙ୍କୁ ୧୪ଦଫା ଦାବିପତ୍ର ପ୍ରଦାନ | ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ) ତା 16/06-ଓଡିଶା କୃଷକ ସଭା,ଓଡିଶା ଆଦିବାସୀ ଅଧିକାର ମଞ୍ଚ ଏବଂ ଜଙ୍ଗଲ ଅଧିକାର କମିଟି ତରଫରୁ ଆଜି ଝରୀଗାଁ ତହସିଲଦାର ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏକ ୧୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି | ଉକ୍ତ ଦାବିପତ୍ର ରେ ଉଲ୍ଲେଖ ରହିଛି  ଝରୀଗାଁ ବ୍ଲକ ସଦର ମହକୁମା ର ୨୩ଟି ପଂଚାୟତ ର ଆଦିବାସୀ ଓ ଅଣ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଘରଡିହ ଚି଼ହ୍ନଟ କରି ଘରଡିହ ପଟ୍ଟା ପ୍ରଦାନ ଚାଷ ଜମି ମରାମତି ସମୟରେ ବେଆଇନ ଭାବେ ବନବିଭାଗ ଦ୍ୱାରା ଟ୍ରାକ୍ଟର, ଜେସିବି ଆଦି କୁ ଧରିବା ବନ୍ଦ କରାଯାଉ, ସତୀଘାଟ ଡ୍ୟାମ ନିର୍ମାଣ ପ୍ରସ୍ତାବ କୁ ବାତିଲ କରାଯାଉ ତେଲନଦୀ ପଂଚାୟତ ର ଭିଳାଇଲାଟି ଡ୍ୟାମ ନିର୍ମାଣ କୁ ବାତିଲ କରାଯାଉ, ଟାଟା କମ୍ପାନୀ ଦ୍ୱାରା ମନଇଛା ବିଦ୍ୟୁତ ବିଲ ଆଦାୟ କୁ ବନ୍ଦ କରାଯାଉ,ଜଙ୍ଗଲ ଭିତରେ ଥିବା ପୁରୁଣା ଗ୍ରାମ  ଦୀର୍ଘ ବର୍ଷ ପରେ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ପାଇନାହାନ୍ତି, ସେସବୁ ଗ୍ରାମ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଉ, ବ୍ଲକ ସାମ୍ନାରେ ତିଆରି ହେଉଥିବା ଦୋକାନ ଗୃହ ସବୁ ଯଥାଶୀଘ୍ର ତିଆରି କରି ବେକାରୀ ଯୁବକ ଯୁବତୀ ମାନଙ୍କୁ ଦୋକାନ କରିବାକୁ ଦିଆଯାଉ |ପ୍ରତି ଗ୍ରାମ ମା...