ଏଠି ଦିନରେ ବିଜୁଳି ରାତିରେ ଅନ୍ଧାରଏହା କାହାର ଅପାରଗତା ପୌରପାଳିକା ନା ଟାଟା ପାୱାର ???

ଏଠି ଦିନରେ ବିଜୁଳି ରାତିରେ ଅନ୍ଧାର
ଏହା କାହାର ଅପାରଗତା ପୌରପାଳିକା ନା ଟାଟା ପାୱାର ???
ବ୍ୟାସନଗର;୧୭/୦୬(ବ୍ରାହ୍ମ ମୁହୂର୍ତ୍ତ) : ବ୍ୟାସନଗର ଫେରୋକ୍ରୋମ କଲୋନୀ ଗେଟ୍ ଠାରୁ  ମଣି ମନ୍ଦିର ଗଳି ଯାହାକି ବିଦ୍ୟାଧର ମହାନ୍ତି ଅଫିସ୍ ପର୍ଯ୍ୟନ୍ତ ସଂଯୋଗ କରୁଛି ଦୀର୍ଘ ୧୨ ଦିନ ହେବ ରାସ୍ତା ଲାଇଟ୍ ଜଳୁନି ସନ୍ଧ୍ୟାରେ ପୁରା ଅନ୍ଧାର ଚୋରି ର ଭୟ ରହୁଛି । ଏହି ଗଳିରୁ କିଛି ବର୍ଷ ହେଲା ଲଗାତାର ଚୋରି ମଧ୍ୟ ହେଉଛି। ବାଇକ୍ ଠାରୁ ଆରମ୍ଭ କରି ମୋବାଇଲ ,ଗହଣା ମଧ୍ୟ ଚୋରି ହୋଇଛି। ଖାସ କରି ମଣି ମନ୍ଦିର ନିକଟସ୍ଥ ଘରୁ ଦୁଇ ଦୁଇ ଥର ଚୋରି ହୋଇଛି।ଥାନାରେ ଅଭିଯୋଗ ହେବା ସତ୍ବେ ବି ଆଜି ପର୍ଯ୍ୟନ୍ତ ଚୋର ଧରା ପଡିନି କି ଚୋରି ଗାଡ଼ି ବି ଧରା ପଡିନି। ଏହି ଗଳି ଦେଇ ରାତିରେ କୌଣସି ପେଟ୍ରୋଲିଂ ଗାଡ଼ି ମଧ୍ୟ ଯାଉନି।ଏଭଳି ସମସ୍ୟା କ୍ଷେତ୍ରରେ ସନ୍ଧ୍ୟା ହେଲେ ଘୋର ଅନ୍ଧାର ।ଏଠାକାର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବ୍ୟାସନଗର ଅଞ୍ଚଳର କେତେକାଂଶରେ ଦିନରେ ରାସ୍ତା ଲାଇଟ୍ ଜଳୁଛି କିନ୍ତୁ ଏଠି ୧୨ଦିନ ହେବ ଅନ୍ଧାର।ଏଠାକାର ବିଜୁଳି ବିଭାଗର କର୍ମଚାରୀ ଙ୍କୁ ପଚାରିଲେ ସେ ଷ୍ଟ୍ରାଇକ କହି ଖସି ଯାଉଛନ୍ତି। ପୌରପାଳିକା କର୍ମଚାରୀ ଏହି କଥାକୁ କର୍ଣ୍ଣପାତ କରୁନାହାନ୍ତି। ଏହି ସମସ୍ୟାର ତୁରନ୍ତ କାର୍ଯ୍ୟାନଷ୍ଠାନ ନିଆଗଲେ ଅଞ୍ଚଳବାସୀଙ୍କୁ ସମସ୍ୟାରୁ ମୁକ୍ତି ମିଳି ପାରନ୍ତା।ଅଞ୍ଚଳବାସୀଙ୍କ ଅଭିଯୋଗ କରିଛନ୍ତି।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ