ଓଡିଶା କୃଷକ ସଭା, ଓଡିଶା ଆଦିବାସୀ ଅଧିକାର ମଞ୍ଚ ଏବଂ ଜଙ୍ଗଲ ଅଧିକାର କମିଟି ମହାସଙ୍ଘ ର ମିଳିତ ରେ ଜିଲ୍ଲାପାଳ ଙ୍କୁ ୧୪ଦଫା ଦାବିପତ୍ର ପ୍ରଦାନ
ଓଡିଶା କୃଷକ ସଭା, ଓଡିଶା ଆଦିବାସୀ ଅଧିକାର ମଞ୍ଚ ଏବଂ ଜଙ୍ଗଲ ଅଧିକାର କମିଟି ମହାସଙ୍ଘ ର ମିଳିତ ରେ ଜିଲ୍ଲାପାଳ ଙ୍କୁ ୧୪ଦଫା ଦାବିପତ୍ର ପ୍ରଦାନ |
ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ) ତା 16/06-ଓଡିଶା କୃଷକ ସଭା,ଓଡିଶା ଆଦିବାସୀ ଅଧିକାର ମଞ୍ଚ ଏବଂ ଜଙ୍ଗଲ ଅଧିକାର କମିଟି ତରଫରୁ ଆଜି ଝରୀଗାଁ ତହସିଲଦାର ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏକ ୧୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି | ଉକ୍ତ ଦାବିପତ୍ର ରେ ଉଲ୍ଲେଖ ରହିଛି ଝରୀଗାଁ ବ୍ଲକ ସଦର ମହକୁମା ର ୨୩ଟି ପଂଚାୟତ ର ଆଦିବାସୀ ଓ ଅଣ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଘରଡିହ ଚି଼ହ୍ନଟ କରି ଘରଡିହ ପଟ୍ଟା ପ୍ରଦାନ ଚାଷ ଜମି ମରାମତି ସମୟରେ ବେଆଇନ ଭାବେ ବନବିଭାଗ ଦ୍ୱାରା ଟ୍ରାକ୍ଟର, ଜେସିବି ଆଦି କୁ ଧରିବା ବନ୍ଦ କରାଯାଉ, ସତୀଘାଟ ଡ୍ୟାମ ନିର୍ମାଣ ପ୍ରସ୍ତାବ କୁ ବାତିଲ କରାଯାଉ ତେଲନଦୀ ପଂଚାୟତ ର ଭିଳାଇଲାଟି ଡ୍ୟାମ ନିର୍ମାଣ କୁ ବାତିଲ କରାଯାଉ, ଟାଟା କମ୍ପାନୀ ଦ୍ୱାରା ମନଇଛା ବିଦ୍ୟୁତ ବିଲ ଆଦାୟ କୁ ବନ୍ଦ କରାଯାଉ,ଜଙ୍ଗଲ ଭିତରେ ଥିବା ପୁରୁଣା ଗ୍ରାମ ଦୀର୍ଘ ବର୍ଷ ପରେ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ପାଇନାହାନ୍ତି, ସେସବୁ ଗ୍ରାମ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଉ, ବ୍ଲକ ସାମ୍ନାରେ ତିଆରି ହେଉଥିବା ଦୋକାନ ଗୃହ ସବୁ ଯଥାଶୀଘ୍ର ତିଆରି କରି ବେକାରୀ ଯୁବକ ଯୁବତୀ ମାନଙ୍କୁ ଦୋକାନ କରିବାକୁ ଦିଆଯାଉ |ପ୍ରତି ଗ୍ରାମ ମାନଙ୍କ ରେ ବୈଠକ କରି କୃଷକ ସଭା, ଆଦିବାସୀ ଅଧିକାର ମଞ୍ଚ ଏବଂ ଜଙ୍ଗଲ ଅଧିକାର କମିଟି ବିଷୟରେ ଅବଗତ କରାଯାଉ ଆଦି ଉଲ୍ଲେଖ ରହିଛି |ଏହି ତିନୋଟି ସଙ୍ଘଠନ ଏକ ବିଶାଳ ରାଲିରେ ବାହାରି ପ୍ରଥମେ ତହସିଲ ଅଫିସ ରେ ପହଂଚିଥିଲେ ଏବଂ ଅତିରିକ୍ତ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଓ ପରେ ବିଡ଼ିଓ, ରେଞ୍ଜର ଙ୍କୁ ଦାବିପତ୍ର ସବୁ ପ୍ରଦାନ କରିଥିଲେ |
Comments
Post a Comment