ମାନିକପୁରୀ ପନକା ସମାଜର ଜିଲ୍ଲା ସ୍ତରୀୟ କମିଟି ଗଠନ
ମାନିକପୁରୀ ପନକା ସମାଜର ଜିଲ୍ଲା ସ୍ତରୀୟ କମିଟି ଗଠନ
ଝରିଗାଁ(ବ୍ରାହ୍ମ ମୁହୂର୍ତ୍ତ):- ନବରଙ୍ଗପୁର ଜିଲ୍ଲାର ମାନିକପୁରୀ ପନକା ସମାଜର ଜିଲ୍ଲା ସ୍ତରୀୟ କମିଟି ଝରିଗାଁ ବ୍ଲକ ଅନ୍ତର୍ଗତ କୁସୁମୀ କବୀର୍ କୁଟୀର ଠାରେ ଗଠନ କରାଯାଇଅଛି। ଜିଲ୍ଲା ର ସାତ ଗୋଟି ବ୍ଲକ ରେ ଥିବା ପନକା ସମାଜର ବ୍ଲକ ସଭାପତି ମାନଙ୍କ ସହମତି ରେ ଆୟୋଜିତ ବୈଠକ ରେ ବରିଷ୍ଠ ମହନ୍ତ ରାମ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିଲେ । ସର୍ବ ସମ୍ମତି କ୍ରମେ ଜିଲ୍ଲା ସଭାପତି ଭାବେ ଝରିଗାଁ ବ୍ଲକ ନିବାସୀ ନୀଳାମ୍ବର ପନକା ଙ୍କୁ ଚୟନ କରା ଯାଇଥିଲା। ସେହିପରି କାର୍ଯ୍ୟକାରୀ ସଭାପତି ପାଇଁ ଉମରକୋଟ ବ୍ଲକ ର ରମେଶ ଦାସ, ଉପସଭାପତି ପାଇଁ ଝରିଗାଁ ବ୍ଲକ ର କିରଣ ପନକା, ଉମରକୋଟ ବ୍ଲକ ର ମାଧବ ପନକା, କୋଷାଗୁମୁଡ଼ା ବ୍ଲକ ର ଚନ୍ଦ୍ରଭାନୁ କାମେଡୀ, ପାପଡାହାଣ୍ଡି ବ୍ଲକ ର ଭରତ ମିର୍ଗାନ, ରାଇଘର ବ୍ଲକ ର ସୁକଚାନ୍ଦ ପନକା ଏବଂ ଡାବୁଗାଁ ବ୍ଲକ ର ଲକ୍ଷ୍ମଣ ପନକା ଙ୍କୁ ମନୋନୀତ କରାଯାଇଥିଲା। ସାଧାରଣ ସମ୍ପାଦକ ପାଇଁ ଝରିଗାଁ ବ୍ଲକ୍ ର ମାନସାୟ ପନକା ଙ୍କୁ ମନୋନୀତ କରାଯାଇଥିବା ବେଳେ ସହ ସମ୍ପାଦକ ପାଇଁ ରାଇଘର ବ୍ଲକ ର ମୁନା ଦାସ ଏବଂ ଡାବୁଗାଁ ବ୍ଲକ ର କୃଷ ପନକା ଙ୍କୁ ମନୋନୀତ କରାଯାଇଥିଲା । ଝରିଗାଁ ବ୍ଲକ ନିବାସୀ ନାରାୟଣ ପନକା ଙ୍କୁ କୋଷାଧ୍ୟକ୍ଷ ଭାବେ, ଶଙ୍କର ଦାସ ପନକା ଙ୍କୁ ଜିଲ୍ଲା ସଂଗଠକ ଭାବେ ଏବଂ ପିତମ ପନକା ଙ୍କୁ ସାଂଗଠାନିକ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସେହିପରି ସମୀକ୍ଷକ ଭାବେ କାମଦେବ ପନକା, ବିଦ୍ୟା ଦାସ ପନକା, ଚନ୍ଦ୍ର ମୋହନ ପନକା , ରାଜକୁମାର ପନକା ଏବଂ ଦୁର୍ଯୋଧନ ପନକା ଙ୍କୁ ରଖାଯାଇଥିଲା। ଉପଦେଷ୍ଟା ମଣ୍ଡଳୀ ରେ ରାମଚନ୍ଦ୍ର ମହନ୍ତ, ଗରିବ ଦାସ ମହନ୍ତ, ମାନଦାସ ମହନ୍ତ, ପ୍ରେମ ଦାସ ମହନ୍ତ, ବେଣୁ ଦାସ ମହନ୍ତ, ଖଗ ଦାସ ମହନ୍ତ, ପ୍ରେମ ଦାସ ମହନ୍ତ, ପିଲାବାବୁ ପନକା, କୃଷ୍ଣ ଦାସ ପନକାଏବଂ ପଦନ ଦାସ ଙ୍କୁ ରଖାଯାଇଥିଲା । ବୈଠକ କୁ ପିତମ ପନକା ପରିଚାଳନା କରିଥିଲେ । ଏଠାରେ ଝରିଗାଁ ବ୍ଲକ ସଭାପତି ଲକ୍ଷ୍ମୀଧର ପନକା, ରାଇଘର ବ୍ଲକ ସଭାପତି କାର୍ତ୍ତିକ ପନକା, ଉମରକୋଟ ବ୍ଲକ ସଭାପତି ମୋହନ ପନକା, ଡାବୁଗାଁ ବ୍ଲକ ସଭାପତି ଦୁର୍ଯୋଧନ ପନକା, ଝରିଗାଁ ସମରଥ ନୋଉଳୁ ପନକା, ଲଛମନ ପନକା, ଚନ୍ଦ୍ର ପନକା, କିଶନ ପନକା, ଦୁଆ ଦାସ ପନକା, ବଳରାମ ପନକା, ଲୋକନାଥ ପନକା, ଶୋଭା ପନକା, ବନ୍ଧୁ ପନକା, ଚରଣ ପନକା, କପିଲ ପନକା, ତୁଳସୀ ପନକା, ଶ୍ୟାମଲାଲ ପନକା, ତିଳକ ପନକା, ସୋମନାଥ ପନକା ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।
Comments
Post a Comment