ଅପରାଜିତାଙ୍କ କାର୍ଯ୍ୟକାଳର ଅପରାହ୍ନ ସମୟ
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାଜନୈତିକ କ୍ୟାରିଅରର ପ୍ରଥମ ସୋପାନର ପାଞ୍ଚ ବର୍ଷ ପୂର୍ତ୍ତି ପାଇଁ ଆଉ ମାତ୍ର କେତୋଟି ମାସର ଅପେକ୍ଷା। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ରହିଥିବା ସମସ୍ତ ଗ୍ରାମ ପଞ୍ଚାୟତ ମାନଙ୍କରେ ମାନନୀୟ ସାଂସଦ ମହୋଦୟ କ'ଣ ସବୁ ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ହିଁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ରୂପରେଖ ପ୍ରସ୍ତୁତ କରିବ। ଏବେକାର ଦିନରେ ଚର୍ଚ୍ଚାର ଖବର ହୋଇଛି ରାଜ୍ୟ ସରକାରଙ୍କ ଚର୍ଚ୍ଚିତ କାର୍ଯ୍ୟକ୍ରମ ଭିତରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ପାଣ୍ଡିୟାନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ନେଇ। ତାରି ଭିତରେ ମାନ୍ୟବର ସାଂସଦଙ୍କ ନିର୍ବାଚନୀ କ୍ଷେତ୍ରରେ କେତେବେଳେ ପାଣ୍ଡିୟାନ ପହଞ୍ଚି ଯିବେ ସେକଥା କୁ ଦୃଷ୍ଟିରେ ରଖି ବିଜେପି ସାଂସଦ ଅପରାଜିତା ଆଗୁଆ ସଜବାଜ ହୋଇ ଏଭଳି ସବୁ ତର୍କ ବିତର୍କ ଆରମ୍ଭ କରୁଛନ୍ତି ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ତ୍ତିକେୟ ଙ୍କ ମୟୁର ଯେଉଁ ସବୁ ସ୍ଥାନରେ ଅବତରଣ କରୁଛି ସେଠାରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଯାଇଛି ସରକାରଙ୍କ ବିକାଶ ହିଁ ବିକାଶ। ଏସବୁକୁ ସହଜରେ ଗ୍ରହଣ କରିପାରି ନାହିଁ ରାଜ୍ୟ ବିଜେପି। ରାଜ୍ୟର ୧୪୭ ବିଧାନସଭା ଆସନ ଅଧୀନ ସମସ୍ତ ମତଦାତା ମାନେ ସରକାରୀ ଦଳ ଏବଂ ସରକାରଙ୍କ ପ୍ରଶାସନିକ କଳ ପ୍ରତି ସହମତି ପ୍ରକାଶ କରିବା ଏକ ପ୍ରକାର ଉଚ୍ଚକୋଟୀର ବ୍ୟବସ୍ଥା ବୋଲି ସବୁଠାରେ ଚର୍ଚ୍ଚା ଚାଲିଛି। ତେବେ ବିଜେଡି ପାଇଁ ବିଜେପିର ଏକମାତ୍ର ନେତ୍ରୀ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଘନଘନ ରାଜନୈତିକ ଆକ୍ରମଣ ଦଳର ଏକପ୍ରକାର ନିସ୍ତେଜ ଅବସ୍ଥା ଭିତରକୁ ଟାଣି ନେଇଥିବା ବେଳେ ସାଂସଦ ଅପରାଜିତା ନିଜ ପ୍ରଶାସନିକ ଅଭିଜ୍ଞତା ଭିତରେ ରହିଥିବା ମୁନିଆଁ ଅସ୍ତ୍ର ଏଭଳି ନିକ୍ଷେପ କରିଛନ୍ତି ଯାହା ଫଳରେ ରାଜ୍ୟ ବିଜେପି ଏକପ୍ରକାର ଇଜ୍ଜତ ବଞ୍ଚାଇବା ସ୍ଥିତିରେ ରହିଛି ବୋଲି ଚର୍ଚ୍ଚା ହୁଏ । ରାଜ୍ୟରେ ଦେଖିବାକୁ ମିଳିଛି ଦୁଇ ଆଇଏଏସ୍ ଅଫିସରଙ୍କ ଭିନ୍ନ ଭିନ୍ନ ଅନୁଭୂତି। ରାଜ୍ୟ ରାଜନୀତିରେ ପ୍ରଶାସନିକ ଅଧିକାରୀଣି ରୁ ରାଜନେତ୍ରୀ ବନିଥିବା ଅପରାଜିତା ଏବଂ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିୟାନ ମଧ୍ୟରେ ଦେଖିବାକୁ ମିଳିଛି ରାଜନୈତିକ ଉଷ୍ମତା। ଏଠାରେ ଗୋଟିଏ କଥା ମନକୁ ଆସୁଛି ଯାହା ମହାଭାରତ ଯୁଦ୍ଧ ସମୟରେ ପାଣ୍ଡବ ମାନଙ୍କୁ ସହାୟକ ହୋଇ ସମସ୍ତ ବଳଶାଳୀ ନେତାଙ୍କ ପାଇଁ ଚିନ୍ତାର କାରଣ ସାଜିଥିବା ଶ୍ରୀଖଣ୍ଡୀ ଭୂମିକା ।ସେ ବିଷୟରେ ଅବଶ୍ୟ ଆମେ ସଚେତନ ରହିଛନ୍ତି। ସେହି କ୍ରମରେ ଦେଖିବାକୁ ମିଳିଛି ରାଜ୍ୟ ବିଜେପିର ମାନ ବଞ୍ଚାଇବାକୁ ଏକମାତ୍ର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଭିନ୍ନ ସମୟରେ ତେରେଛା ବାଣ ବିସ୍ଫୋରଣ କରି ନିଜ ଦଳ ପାଇଁ ସଞ୍ଜୀବନୀ ସିଞ୍ଚନ କରିବା ଏକ ପ୍ରୟାସ ମାତ୍ର ବୋଲି ରାଜ୍ୟ ପଣ୍ଡିତମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ଏବେ ଦେଖିବାକୁ ବାକି ରହିଲା ପାଣ୍ଡିୟାନ ଭୁବନେଶ୍ୱର ସାଂସଦୀୟ କ୍ଷେତ୍ରରେ କେବେ ସମୀକ୍ଷା ପାଇଁ ମୟୁରକୁ ଅବତୀର୍ଣ୍ଣ କରାଉଛନ୍ତି ।
Comments
Post a Comment