ବ୍ୟାଙ୍କ ଅଫ ଇଣ୍ଡିଆ ପିଓ ଙ୍କ ସନ୍ଦେହ ଜନକ ମୃତ୍ୟୁ, ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କଲା ପୋଲିସ, (ହତ୍ୟା ଅଭିଯୋଗ ଆଣିଲେ ବାପା )

ବ୍ୟାଙ୍କ ଅଫ ଇଣ୍ଡିଆ ପିଓ ଙ୍କ ସନ୍ଦେହ ଜନକ ମୃତ୍ୟୁ, ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କଲା ପୋଲିସ,      (ହତ୍ୟା ଅଭିଯୋଗ  ଆଣିଲେ ବାପା )
ସନ୍ତୋଷକୁମାର ପଣ୍ଡାଙ୍କ ରିପୋର୍ଟ -
12.07.2023 ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ କଲେଜ ସାହିର ଏକ ଘରୁ ଜଣେ ଯୁବକ ର ଝୁଲନ୍ତା ମୃତଦେହ କୁ ବୁଧବାର ଉଦ୍ଧାର କରିଛି ପୋଲିସ|ମୃତକ  ଜଣକ ହେଲେ ବ୍ୟାଙ୍କ ଅଫ ଇଣ୍ଡିଆ ପୋଲସରା ଶାଖା ରେ କାର୍ଯ୍ୟରତ ଥିବା ପିଓ ସୁଧାଂଶୁ ଶୁଭଙ୍କର ଦାସ | ସୁଧାଂଶୁ ସବୁଦିନ ପରି  ଖାଇସାରି ରାତିରେ ଶୋଇଥିଲେ |ସକାଳୁ ସୁଧାଂଶୁ ଭଡାଘରେ  ରହୁଥିବା ଘର ର ଗ୍ରିଲ ଖୋଲି ନଥିଲା |ଲୋକଙ୍କ ସନ୍ଦେହ ହୋଇଥିଲା, ସମ୍ପୃକ୍ତ  ବ୍ୟାଙ୍କରେ ବ୍ୟାଙ୍କମିତ୍ର ଭାବେ କାମକରୁଥିବା ପୁଷ୍ପାଞ୍ଜଳି ଦାସ ସକାଳୁ ଫୋନ କରିଥିଲେ ସେ ଫୋନ ନ ଉଠାଇବାରୁ ସୁଧାଂଶୁ ଙ୍କ ଘରନିକଟକୁ ଆସିଦେଖନ୍ତି ଘର ଖୋଲା ନଥିଲା  ବାଧ୍ୟ ହୋଲ ସେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ  ଝୁଲନ୍ତା  ଅବସ୍ଥା ରେ ଥିବା ଦେଖିଥିଲେ |ଏହି କଥା ପ୍ରଘଟ ହୋଇଥିଲା, ବ୍ୟାଙ୍କ କର୍ତୃପକ୍ଷ ଥାନାକୁ ଖବରଦେଇଥିଲେ |ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବାସହିତ ତଦନ୍ତ ଚଳାଇଛି |ମୃତକ ଙ୍କ ବାପା ଗଗନ କୁମାର ଦାସ ପୁଅର ସନ୍ଦେହ ଜନକ ମୃତ୍ୟୁକୁ ନେଇ ପୋଲସରା  ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି |ପୋଲିସ ଅଭିଯୋଗ କାରୀଙ୍କ ଏତଲାକ୍ରମେ ହତ୍ୟା ମାମଲା ରୁଜୁକରି  କେଶନମ୍ବର 406/23ରେ ରୁଜୁ କରି ତଦନ୍ତ ଚଳାଇଛି  ଏବଂ ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି |

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ