କରସାହାଣ୍ଡି ଗ୍ରାମର ଆଦିମାତା ମନ୍ଦିରରେ ଭବ୍ୟ ଦିବ୍ୟ କାର୍ଯ୍ୟକ୍ରମ ରତ୍ନମୁଦ ସ୍ଥାପନ

କରସାହାଣ୍ଡି ଗ୍ରାମର ଆଦିମାତା ମନ୍ଦିରରେ ଭବ୍ୟ ଦିବ୍ୟ କାର୍ଯ୍ୟକ୍ରମ ରତ୍ନମୁଦ ସ୍ଥାପନ |
ରାମଦାସ ଭତ୍ରାଙ୍କ ରିପୋର୍ଟ - 
ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ)ତା 14/07-ନବରଙ୍ଗପୁର ଜିଲ୍ଲା ଝରୀଗାଁ ତଥା ଝରୀଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କରସାହାଣ୍ଡି ଗ୍ରାମର ଆଦିମାତା(ଦୁର୍ଗା )ଙ୍କ ନୂତନ ମନ୍ଦିରର ନିର୍ମାଣ କାର୍ଯ୍ୟ 45ଦିନରେ ପହଞ୍ଚିଥିବା ବେଳେ ଆଜି ମନ୍ଦିରରେ ରତ୍ନମୁଦ ସ୍ଥାପନ ହୋଇଯାଇଛି |ଉକ୍ତ ମାଙ୍ଗଳିକ କାର୍ଯ୍ୟକ୍ରମରେ ଗ୍ରାମର ପ୍ରଫୁଲ୍ଲ ପାଣ୍ଡେ ଏବଂ ତାଙ୍କର ସହ ଧର୍ମିଣୀ ଚନ୍ଦ୍ରକଳା ପାଣ୍ଡେ କର୍ତା ଭାବେ କାର୍ଯ୍ୟ ତୁଲେଇ ଥିବା ବେଳେ ରମେଶ ଚନ୍ଦ୍ର ପାଣ୍ଡେ ପୁରୋହିତ ଭାବେ କାର୍ଯ୍ୟ ତୁଲାଇଛନ୍ତି |ଗ୍ରାମ ତଥା ଆଖପାଖ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି |ଶ୍ରଦ୍ଧାଳୁ ତଥା ମାଁ ଙ୍କ ଉପାସକ ମାନେ ମାଁ ଙ୍କ ଦାନହୁଣ୍ଡୀରେ ସୁନା, ରୁପା, ଚାନ୍ଦି ଆଦି ଧାତୁ ଓ ଧାନ, ବିରି, କାନ୍ଦୁଲ, କୋଳଥ ତଥା ନାନା ପ୍ରକାରର ଶସ୍ୟ ସବୁ ଦାନ କରିଥିବା ଦୃଷ୍ଟି ଗୋଚର ହୋଇଛି |ପୂର୍ବରୁ ଗ୍ରାମରେ ମାଁ ଙ୍କ ଏକ ଚାଲଛପର ମନ୍ଦିର ଥିଲା ଓ ସେଠାରେ ମାଁ ଙ୍କ ପୂଜାର୍ଚନା ହେବା ସହିତ ପ୍ରତିବର୍ଷ ମାର୍ଗଶିର ମାସରେ ନବରାତ୍ରୀ ମଧ୍ୟ ପାଳନ କରାଯାଉଥିଲା |ବର୍ତମାନ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ପୁରୁଣା ମନ୍ଦିର କୁ ଭାଙ୍ଗି ଏକ ନୂତନ ମନ୍ଦିର ତିଆରି ଚାଲିଛି  ଗ୍ରାମବାସୀ ଙ୍କ ଶ୍ରମଦାନ ଯୋଗୁଁ ବର୍ତମାନ ଏକ ସୁନ୍ଦର ମନ୍ଦିର ତିଆରି ଚାଲିଛି |ଗ୍ରାମର ପଦ୍ମନାଭ ପାଣ୍ଡେ, ଚନ୍ଦ୍ରଭାନୁ ନାୟକ, ପବିତ୍ର ନାୟକ, ରୁଦ୍ର ପ୍ରସାଦ ପାଣ୍ଡେ, ଖଗେଶ୍ୱର ପାଣ୍ଡେ, ପ୍ରେମାନନ୍ଦ ପାଣ୍ଡେ, ପବିତ୍ର ପାଣ୍ଡେ, ଗୋପାଳ ପାଣ୍ଡେ ପ୍ରମୁଖ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ରହି ମା ଙ୍କ ରତ୍ନମୁଦ କାର୍ଯ୍ୟକ୍ରମ ର ଗୁରୁ ଦାୟିତ୍ୱ ତୁଲେଇଛନ୍ତି |
ଆଶା କରୁଛୁ ଆପଣ ସଭିଙ୍କୁ ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ପୋର୍ଟାଲ ନିଶ୍ଚୟ ଭଲଲାଗିଲା ସବୁବେଳେ ଏମିତି ଆପଣଙ୍କ ଅଞ୍ଚଳର ପ୍ରତ୍ୟେକ ଟିକିନିଖି ଖବର ପ୍ରସାରିତ ଆମ ପ୍ରତିନିଧି ସହିତ ଯୋଗାଯୋଗ କରନ୍ତୁ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ