ଦୁର୍ଘଟଣା ରେ ବାପ ମୃତ୍ୟୁ ଓ ପୁଅ ଗୁରୁତର

ଦୁର୍ଘଟଣା ରେ ବାପ ମୃତ୍ୟୁ ଓ ପୁଅ ଗୁରୁତର

ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ - 
ପୋଲସରା (ବ୍ରାହ୍ମ ମୁହୂର୍ତ୍ତ)- ୧୬/୦୭/୨୩  ପୋଲସରା ରୁ ସିଂହାସନୀ ମଧ୍ୟରେ ସ୍ଥିତ ମଧ୍ୟମ ଜଳ ଭଣ୍ଡାର ନିକଟରେ ଏକ ମର୍ମନ୍ତୁଦ ସଡକ ଦୃଘଟଣା ଘଟିବା ସୂଚନା ମିଳିଛି  l ମିଳିଥିବା ସୂତ୍ର ରୁ ଜଣାପଡିଛି ଅପରାହ୍ନ ପ୍ରାୟ ତିନିଟା ସମୟରେ ସିଂହାସନୀ ମାଳ ଗୋଛାବାଡି ଗ୍ରାମପଞ୍ଚାୟତ ର ତିରିବିରି ଗ୍ରାମ ରୁ ପତିଆ ପ୍ରଧାନ (80) ପୁଅ ନକୁଳ ପ୍ରଧାନ (45) ବର୍ଷ  ବାପ ପୁଅ ମିଶି ପୋଲସରା ପଟକୁ ଆସୁଥିବା ବେଳେ ପୋଲସରା ରୁ ମହାଦକ୍ଷିଣକାଳୀ ମିନି ବସ ଯାତ୍ରୀ ମାନଙ୍କୁ ନେଇ ସିଂହାସନୀ ପୀଠ କୁ ଯାଉଥିଲା l ଉଭୟ ବାଇକ ଓ ମିନି ବସ ଭାବରଡ଼ା ଗ୍ରାମ ପଞ୍ଚୟତ ଅଧିନସ୍ଥ ରାଆଣ୍ଡି ଜଳ ଭଣ୍ଡାର ନିକଟରେ ମୁହାଁମୁହିଁ ଅବସ୍ଥା ରେ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା l ଫଳରେ ବସ ଧକ୍କା ରେ ବାଇକ ରେ ବସିଥିବା ଦୁଇ ଜଣ ବାପ ପୁଅ ଖୁବ ଜୋର ରେ ଆଘାତ ପାଇଥିଲେ l ଖବର ପାଇ ଘଟଣା ସ୍ଥଳ କୁ ଅଗ୍ନିଶମ ଆମ୍ବୁଲାନ୍ସ ଏବଂ ପୋଲସରା ପୋଲିସ ଯାଇ ଗୁରୁତର ଅବସ୍ଥା ରେ ଉଭୟ ବାପ ପୁଅ କୁ ପୋଲସରା ମେଡିକାଲ କୁ ଆଣି ଭର୍ତ୍ତି କରିଥିଲେ l ଡାକ୍ତର ପରୀକ୍ଷା କରି ପତିଆ ପ୍ରଧାନ କୁ ମୃତ୍ୟୁ ଘୋଷଣା କରିଥିଲେ ଏବଂ ନକୁଳ ପ୍ରଧାନଙ୍କ ଦୁଇଟି ଯାକ ଗୋଡ଼ ହାଡ଼ ଭଗିଯାଇଥିବାରୁ ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଥିବା ସୂଚନା ମିଳିଛି l ପୋଲିସ ଗାଡି କୁ ଜବତ କରି ଘଟଣା ର ସତ୍ୟାସତ୍ୟ କୁ ନେଇ ତଦନ୍ତ ଚଳାଇଛି ଏବଂ ଡ୍ରାଇଭର ଫେରାର ଥିବାବେଳେ ଗାଡି  ଅଟକ ରଖିଥିବା ଜଣାପଡିଛି l

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ