ଗୁଣପୁର ବ୍ଲକ ସଭାଗୃହରେ ମୋ ଘର ଯୋଜନା ସମ୍ପର୍କରେ ଆଲୋଚନା
ଗୁଣପୁର ବ୍ଲକ ସଭାଗୃହରେ ମୋ ଘର ଯୋଜନା ସମ୍ପର୍କରେ ଆଲୋଚନା
ଗୁଣପୁର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ାର ଗୁଣୁପୁର ବ୍ଳକ କାର୍ଯ୍ୟାଳୟ ସଭାଗୃହ ଠାରେ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ତଥା ରାଜ୍ୟରେ ବହୁ ସଂଖ୍ୟାରେ ହିତାଧିକାରୀ ମାନଙ୍କ ଦ୍ବାରା ପ୍ରଶଂସିତ ମୋ ଘର ଯୋଜନା ବ୍ଳକ ବିଡ଼ିଓଙ୍କ ଉପସ୍ଥିତିରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୋ ଘର ଯୋଜନା ସମ୍ପର୍କରେ ବିଶେଷ ଆଲୋଚନାରେ ବ୍ଳକ ମିଶନ ଶକ୍ତି ବିଭାଗ ପକ୍ଷରୁ ଗୁଣପୁର ବ୍ଲକର ୧୯ଗୋଟି ପଞ୍ଚାୟତରେ କାର୍ଯ୍ୟରତ ସିଆରପି ଓ ଏମବିକେ କର୍ମଚାରୀଙ୍କ ସହିତ ଓଡ଼ିଶା ଲାଇଭହୁଡ ମିଶନର ବିପିଏମ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମୋ ଘର ଯୋଜନା ସମ୍ପର୍କରେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିସ୍ତୃତ ଭାବରେ ଉପସ୍ଥାପିତ କରିଥିଲେ। ଏବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ମୋ ଘର ଯୋଜନା ଗୁଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ କିଭଳି ସଫଳତା ହାସଲ କରି ସରକାରଙ୍କ ଏହି ମହାନ୍ କାର୍ଯ୍ୟକ୍ରମ ହିତାଧିକାରୀ ମାନଙ୍କୁ ଉପକୃତ ହେବାରେ ସଫଳ ହେବ ତାହା ହିଁ ସମୟ ସୂଚନା ଦେବ।
Comments
Post a Comment