ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଛି ।
ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଛି ।
ରାୟଗଡା (ବ୍ରାହ୍ମ ମୁହୂର୍ତ୍ତ):- ଜିଲ୍ଲାର ପଦ୍ମପୁର, ଝୁମୁରିଗୁଡା,ଗୁଣପୁର ଅଞ୍ଚଳର ସମସ୍ତ ପ୍ରକାର ସମାଜ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସର୍ବସମ୍ମତିକ୍ରମେ ଆଞ୍ଚଳିକ ନିର୍ବାଚନ ଚୟନ ହୋଇ ଯାଇଛି। କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀ ଦଣ୍ଡାସୀ ସାହୁଙ୍କ ନେତୃତ୍ଵ ରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଧରମା ସାହୁ ଯୋଗ ଦେଇଥିଲେ ।ଉପଦେଷ୍ଟା ଯୋଗୀ ସାହୁ ଯୋଗ ଦେଇଥିଲେ ।ପୂର୍ବତନ ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ନିର୍ବାଚନ ଅଧିକାରୀ ଦାୟିତ୍ଵ ତୁଲାଇଥିଲେ। ଏଥିରେ ୫ଟି ଗ୍ରାମ ପରିଷଦ ଗୋଟିଏ ଆଞ୍ଚଳିକ ପରିଷଦ ଗଠନ ହେଲା ।ଏହି ସଭା କାର୍ଯ୍ୟ ରେ ୧୦୦୦ ରୁ ଊର୍ଦ୍ଧ୍ବ ଜାତି ଭାଇ ସଦସ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଭଲ ଭାଇ ବେହେରା ,ସଭାପତି,ସମ୍ପାଦକ ଓ କର୍ମକର୍ତା ଯୋଗ ଦେଇଥିଲେ । ପଦ୍ମପୁର ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରକାର ଖବର ପ୍ରସାରିତ ପାଇଁ ଆମ ପ୍ରତିନିଧିଙ୍କୁ ଯୋଗାଯୋଗ କରନ୍ତୁ।
କୁରା ସାହୁ, ପଦ୍ମପୁର ବ୍ଲକ ପ୍ରତିନିଧି "ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ"
Comments
Post a Comment