ବିଶ୍ଵ ଆଦିବାସୀ ଦିବସକୁ ସଫଳ କରିବା ପାଇଁ ଗୁଣପୁର ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବିଶ୍ଵ ଆଦିବାସୀ ଦିବସକୁ ସଫଳ କରିବା ପାଇଁ ଗୁଣପୁର ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
  ଗୁଣପୁର/ଚିନାସାରି(ବ୍ରାହ୍ମ ମୁହୂର୍ତ୍ତ):ରାୟଗଡ଼ା ଜିଲ୍ଲାର ଗୁଣୁପୁର ବ୍ଳକ ଅନ୍ତର୍ଗତ ଚିନାସାରି ଗ୍ରାମ ପଞ୍ଚାୟତ ଅଧୀନ ଆଜିଙ୍ଗତାଙ୍ଗ ଗ୍ରାମରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ଆହୋଜନ ହୋଇଯାଇଛି। ଏଥିରେ ଜିଲ୍ଲାର ମୂଳ ବାସିନ୍ଦା ରୂପେ ପରିଚିତ ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ଆଗାମୀ ଅଗଷ୍ଟ ୯ ତାରିଖ ଦିନ ବିଶ୍ଵ ଆଦିବାସୀ ଦିବସ ପାଳନ କରିବା ଅବସରରେ ଆଦିବାସୀ ମାନେ ବର୍ଷ ବର୍ଷ ଧରି ଜଙ୍ଗଲରେ ରହି ଚାଷ କରି ସରକାରଙ୍କୁ ଖଜଣା ଦେଇ ଆସୁଥିବା ସତ୍ୱେ ସରକାର କାହିଁକି ସେମାନଙ୍କ ଘର ଡିହ ପଟା  ସହ ଜଗଂଲ ଜମି ପଟ୍ଟା ଦେବା ପାଇଁ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି ସେ ସମ୍ପର୍କରେ ସ୍ପଷ୍ଟୀକରଣ କରିବାକୁ ହେବ ବୋଲି କହିଥିଲେ। ବୈଠକରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର କେନ୍ଦ୍ରୀୟ ନେତା ଅନାସିମ ଶବର, ତ୍ରିପତି ଗମାଙ୍ଗ , ରାଜେନ୍ଦ୍ର ଶବରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।  ଏବେ ଦେଖିବାକୁ ବାକି ରହିଲା ଆଗାମୀ ଅଗଷ୍ଟ ମାସ ନଅ ତାରିଖରେ ମୋର୍ଚ୍ଚା ପକ୍ଷରୁ ଆଦିବାସୀ ମାନଙ୍କ ହିତରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରିବା ସଫଳତା ହାସଲ କରୁଛନ୍ତି।ପ୍ରକାଶ ଥାଉକି ଅଗଷ୍ଟ ନଅ ତାରିଖକୁ ବିଶ୍ବ ଆଦିବାସୀ ଦିବସ ରୂପେ ପାଳନ କରାଯାଏ। ଏହି ପ୍ରସ୍ତୁତି ବୈଠକରେ ଗୁଣପୁର ଉପଜିଲ୍ଲାପାଳ ଓ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ସ୍ଥିର ହୋଇଥିବା ସୂଚନା ମିଳିଛି। ତତ୍ ସହିତ ବିଶ୍ଵ ଆଦିବାସୀ ଦିବସକୁ ସଫଳତା ସହ ପାଳନ କରିବା ପାଇଁ ଆଲୋଚନା ହୋଇଥିଲା।
ଗୁଣପୁର ବ୍ଲକ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ସବରଙ୍କ ରିପୋର୍ଟ -

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ