ନବରଙ୍ଗପୁର ସ୍ବାଧୀନତା ସଂଗ୍ରାମୀ ସ୍ମୃତି କମିଟି ଗଠିତ
ନବରଙ୍ଗପୁର ସ୍ବାଧୀନତା ସଂଗ୍ରାମୀ ସ୍ମୃତି କମିଟି ଗଠିତ
ଜିଲ୍ଲା ପ୍ରତିନିଧି ସାଜ୍ଜାଦ୍ ଖାନ୍ ଙ୍କ ରିପୋର୍ଟ-
ନବରଙ୍ଗପୁର(ବ୍ରାହ୍ମ ମୁହୂର୍ତ୍ତ) ୧୬/୧୧: ସହିଦ ପରିବାରକୁ ସହାୟତା ଉଦ୍ଦେଶ୍ୟରେ ଜିଲ୍ଲାରେ ଗଠନ ହୋଇଛି ସ୍ଵାଧୀନତା ସଂଗ୍ରାମୀ ସ୍ମୃତି କମିଟି। ଏହି କମିଟି ଜରିଆରେ ସଂଗ୍ରାମୀ ପରିବାରମାନଙ୍କ ହକ୍ ପାଇଁ ଲଢ଼େଇ କରାଯିବ ବୋଲି ସୂଚନା ଦିଆଯାଇଛି। କେବଳ ସେମାନଙ୍କ ପରିବାର ନୁହେଁ ସମାଜର ବିଭିନ୍ନ ସମସ୍ୟା ଦୂର କରିବା ସହ ଓ ଦୁର୍ନୀତିକୁ ଏହା ଜରିଆରେ ବିରୋଧ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ମୃତି କମିଟି ସଭାପତିରାଜ ଉଦ୍ଦିନ ଅହମ୍ମଦ ।
କମିଟି ପକ୍ଷରୁ କୁହାଯାଇଛି, ଟୁରି ନଦୀ ଗୁଳିକାଣ୍ଡରେ କେବଳ ୧୯ ଜଣ ସହିଦ୍ ହୋଇଛନ୍ତି ତା ନୁହେଁ। ବହୁ ସଂଖ୍ୟାରେ ଲୋକ ନିଜ ଜୀବନକୁ ଏଥିରେ ଝାସ ଦେଇଥିଲେ ମଧ୍ୟ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉ ନାହିଁ। ଟୁରି ନଦୀ ଗୁଳିକାଣ୍ଡ ଘଟଣା ପିଲାଙ୍କ ପାଠ୍ୟ ପୁସ୍ତକରେ ସ୍ଥାନିତ ହେଲେ ଆଗାମୀ ପିଢି ସହିଦଙ୍କ ବିଷୟରେ ଜାଣିପାରିବେ ବୋଲି ସିରାଜଉଦ୍ଦିନ ଓ ଉପଦେଷ୍ଟା କେଦାର ତ୍ରିପାଠୀ କହିଛନ୍ତି । ଏହି ଅବସରରେ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରସ୍ତୁତ କରାଯାଇଛି। ଦାବିଗୁଡିକ ମଧ୍ୟରେ ସଂଗ୍ରାମୀ ପରିବାର ଦାୟାଦଙ୍କୁ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ କରିବା, ସଂଗ୍ରାମୀ ପରିବାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବା, ଜଣଙ୍କୁ ଚାକିରି ଦେବା, ଜଣଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିବା, ସଂଗ୍ରାମ ହୋଇଥିବା ଜାଗାକୁ ଚିହ୍ନଟ କରି ରାଷ୍ଟ୍ରୀୟ ସ୍ମାରକୀ କରିବା, ସହିଦ ଓ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିବା, ସରକାରୀ ଜାଗା ପ୍ରଦାନ କରିବା, ସ୍ଵାଧୀନତା ସଂଗ୍ରାମ ସମୟରେ ଯେଉଁ ଜେଲ୍ ରହିଛି ସେଠାକୁ ରାଷ୍ଟ୍ରୀୟ ସ୍ମାରକୀ ନିର୍ମାଣ କରିବା ରହିଛି । ଏହି ଅବସରରେ ଏକ କମିଟି ଘୋଷଣା କରାଯାଇଛି। ଏହାର ସଭାପତିଭାବେ ସିରାଜ ଉଦ୍ଦିନ ଅହମ୍ମଦ, ଉପସଭାପତି କେଶବ ନାୟକ, ସରାଦୁ ଭିତରା, ସମ୍ପାଦକ କପୁର ଚନ୍ଦ୍ର ନାୟକ, ସହ ସମ୍ପାଦକ ନୀଳକଣ୍ଠ ମାଝୀ, କୋଷାଧ୍ୟକ୍ଷ ବଳି ଭତରା, ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ବେହେରା, ଉପଦେଷ୍ଟା ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ସାଂସଦ ଭଗବାନ ମାଝୀ, ପୂର୍ବତନ ମନ୍ତ୍ରୀ ପରମା ପୂଜାରୀ ଓ କେଦାର ତ୍ରିପାଠୀଙ୍କ ନାମ ଘୋଷଣା କରାଯାଇଛି ।
Comments
Post a Comment