ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ବିରୋଧ କରି ଭାରତୀୟ ଜନତା ପାର୍ଟିର ବ୍ଲକ ଅଫିସ ଘେରାଉ
ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ବିରୋଧ କରି ଭାରତୀୟ ଜନତା ପାର୍ଟିର ବ୍ଲକ ଅଫିସ ଘେରାଉ |
ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ) 18/11-ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ବିରୋଧ କରି ଆଜି ଝରୀଗାଁ ବ୍ଲକ ବିଜେପି ତରଫରୁ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଜୟନ୍ତ ହାଲଦାରଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ 7ଦଫା ଦାବୀପତ୍ର ପ୍ରଦାନ କରିବା ସହିତ ବ୍ଲକ ଅଫିସ ଘେରାଉ କରାଯାଇଛି |ଉକ୍ତ ଦାବୀପତ୍ରରେ ଦର୍ଶାଯାଇଛି କି, ଝରୀଗାଁ ବ୍ଲକରେ ଜଳସେଚନ ର ସୁବିଧା ନଥିବା ଯୋଗୁଁ ଏହି ଅଞ୍ଚଳର ଚାଷୀମାନେ ମରୁଡିର ଶିକାର ହେଉଛନ୍ତି, ଅଥଚ ରାଜ୍ୟ ସରକାର ଝରୀଗାଁ ବ୍ଲକକୁ ମରୁଡି ଘୋଷଣା କରୁନାହାନ୍ତି |କେନ୍ଦ୍ର ସରକାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗେଇ ଦେଉଛନ୍ତି ହେଲେ ପ୍ରକୃତ ହିତାଧିକାରୀଙ୍କୁ ଏହି ଘର ସବୁ ଦିଆଯାଉନି |କେନ୍ଦ୍ର ସରକାର ବୁଢାବୁଢ଼ୀ ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତାର ବ୍ୟବସ୍ଥା କରିଛନ୍ତି ହେଲେ, ପ୍ରକୃତ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ପାରୁନାହାନ୍ତି |କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ପାଇଁ କୋଟି କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଉଛନ୍ତି ହେଲେ, ରାଜ୍ୟ ସରକାର ସେ ଟଙ୍କା ସବୁର ସଦୁପଯୋଗ ନକରି ଆତ୍ମସାତ କରୁଛନ୍ତି |କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ପ୍ରତ୍ୟେକ ଗାଁକୁ ବିଜୁଳି ସଂଯୋଗ କରିବାକଥା ହେଲେ ଆଜି ବି ଝରୀଗାଁ ବ୍ଲକର ଅନେକ ଗାଁରେ ବିଜୁଳି ସଂଯୋଗ ହୋଇନଥିବା ଯୋଗୁଁ ଲୋକେ ଦୁର୍ବିସହ ଜୀବନ ବିତାଉଛନ୍ତି |ମନରେଗା କାର୍ଯ୍ୟରେ ଶ୍ରମିକ ମାନଙ୍କୁ କାମ ଯୋଗେଇ ନଦେଇ ଜେସିବି ଓ ହିଟାଚି ଭଳି ଯନ୍ତ୍ରପାତି ସବୁ ଲଗେଇ କାର୍ଯ୍ୟ କରାଯାଉଛି |ଫଳରେ ଏଠିକାର ଶ୍ରମିକମାନେ ଅନ୍ୟ ସବୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି |ଏହିଭଳି ରାଜ୍ୟ ସରକାରଙ୍କ ୭ଗୋଟି ଦୁର୍ନୀତି ବିରୋଧରେ ମୁହଁ ଖୋଲିଚି ବ୍ଲକ ବିଜେପି ଓ ଆଗାମୀ ୧୫ଦିନ ଭିତରେ ଓଡିଶା ସରକାର ଏହିସବୁ ଦୁର୍ନୀତିରେ ସଂଶୋଧନ ନଆଣନ୍ତି ତେଵେ ଭାରତୀୟ ଜନତା ପାର୍ଟି ଆନ୍ଦୋଳନକୁ ଓ଼ଲ୍ଳେଇବ ବୋଲି ଦଳ ତରଫରୁ ଚେତାବନୀ ଦିଆଯାଇଛି |ପ୍ରଥମେ ଝରୀଗାଁ ହନୁମାନ ଛକ ଠାରେ ସମସ୍ତ କର୍ମୀ ଓ ସମର୍ଥକ ଏକତ୍ରିତ ହୋଇଥିଲେ ଓ ଏକ ଶୋଭାଯାତ୍ରା ବାହାରି ଝରୀଗାଁ ବ୍ଲକ କାର୍ଯ୍ୟାଳୟରେ ପହଂଚି ମୁଖ୍ୟ କିରାଣୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ,ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ବିଜେପି ଯୁବମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ନାୟକ, ବାସନ୍ତୀ ମାଝୀ, ଦିଲୀପ ଦାସ, ଗୋପାଳ ପୂଜାରୀ, ଏକାଳୁ ଜାଳି, ଶ୍ୟାମସୁନ୍ଦର ମାଝୀ ପ୍ରମୁଖ ବରିଷ୍ଠ ବିଜେବି ନେତା ଓ ନେତ୍ରୀଙ୍କ ସମେତ ଶତାଧିକ କର୍ମୀ ଓ ସମର୍ଥକ ଉପସ୍ଥିତ ରହିଥିଲେ |
Comments
Post a Comment