ମୁରବୀ ଶୂନ୍ୟ ଆଜି ଏସିଆ ମହାଦେଶର ସର୍ବବୃହତ ବସ୍ତି ସାଲିଆ ସାହି

 ମୁରବୀ ଶୂନ୍ୟ ଆଜି ଏସିଆ ମହାଦେଶର ସର୍ବବୃହତ ବସ୍ତି ସାଲିଆ ସାହି
ଭୁବନେଶ୍ୱର(ବ୍ରାହ୍ମ ମୁହୂର୍ତ୍ତ) : ଧର୍ମ ପରାୟଣ ପରୋପକାରୀ ସମାଜସେବୀ ମୁରବୀ ଶୂନ୍ୟ ଆଜି ଏସିଆ ମହାଦେଶର ସର୍ବବୃହତ ବସ୍ତି ସାଲିଆ ସାହି। ରାଜ୍ୟ ରାଜଧାନୀ ଭୁବନେଶ୍ବର ଅନ୍ତର୍ଗତ ଉତ୍ତର ଭୁବନେଶ୍ୱରର ସାଲିଆ ସାହିରେ ଘରେ ଘରେ ପରିଚିତ ବରିଷ୍ଠ ମୁରବୀ ଚରଣ ମାଝୀଙ୍କର ହଠାତ୍ ଶନିଵାର ଦିନ ଅକାଳ ବିୟୋଗ ଘଟିଛି । ଏଭଳି ଖବର ପ୍ରସାରଣ ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ସେ ସକାଳୁ ବିଛଣାରୁ ଉଠି ସମସ୍ତ ନିତ୍ୟକର୍ମ ସାରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଏକ ଘରୋଇ ହସ୍ପିଟାଲକୁ ନିଆ ଯାଉଥିବା ବାଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । 
ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସରଳ, ଉଦାର ହୃଦୟର ବ୍ୟକ୍ତି ଥିଲେ । ସାଲିଆ ସାହିରେ ଦୀର୍ଘ ୩୦ ବର୍ଷର ରହଣି କାଳ ମଧ୍ୟରେ ସେ ଲୋକମାନଙ୍କ ସହିତ ମିଶି ବହୁତ ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ବହୁ ସମସ୍ୟାର ସମାଧାନ କରିଛନ୍ତି । ତାଙ୍କ ବିୟୋଗରେ ସମଗ୍ର ସାଲିଆ ସାହିରେ ଶୋକର ଛାୟା ଖେଳି ଯାଇଛି ।  ମୃତ୍ୟୁ ଖବର ପାଇ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସାଲିଆ ସାହିର ୪ ଜଣ କର୍ପୋରେଟର ଓ ବିଭିନ୍ନ ନେତୃମଣ୍ଡଳୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।  ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ମଝିଆ ପୁଅ ସୁଧାକର ମାଝୀ ମୁଖାଗ୍ନି ଦେଇଥିବା ବେଳେ ବଡ ପୁଅ ବଂଶୀଧର ମାଝୀ, ମଝିଆ ପୁଅ ଚକ୍ରଧର ମାଝି ଓ ସାନ ପୁଅ ଜିତେନ୍ଦ୍ର ମାଝୀ ଉପସ୍ଥିତ ଥିଲେ । ଏଭଳି ଦୁଃଖଦ ସମୟରେ ପରିବାର ଜନଙ୍କୁ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣା ପ୍ରାପ୍ତ ହୋଇ ସହାୟ ହୁଅନ୍ତୁ କାମନା କରିବା ସହ  ଅମର ଆତ୍ମାର ସଦଗତି କାମନା କରିଛନ୍ତି ବିଭିନ୍ନ ସଙ୍ଗଠନ ବ୍ୟକ୍ତି ବିଶେଷ ମାନେ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ