ଚିତାବେଡା ଅଧିଷ୍ଠାତ୍ରୀ ଦେବୀ ମାଁ ଠାକୁରାଣୀ ମନ୍ଦିରର ରତ୍ନମୁଦ ସ୍ଥାପନ |

ଚିତାବେଡା ଅଧିଷ୍ଠାତ୍ରୀ ଦେବୀ ମାଁ ଠାକୁରାଣୀ ମନ୍ଦିରର ରତ୍ନମୁଦ ସ୍ଥାପନ | 
ରାମଦାସ ଭତ୍ରାଙ୍କ ରିପୋର୍ଟ-
ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ)  22/11-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚିତାବେଡା ପଞ୍ଚାୟତ ସଦର ମହକୁମାର ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀ ମନ୍ଦିର ର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ  ଆଜି ମନ୍ଦିରରେ ରତ୍ନମୁଦ ସ୍ଥାପନ ହୋଇଯାଇଛି |ଉକ୍ତ ମାଙ୍ଗଳିକ କାର୍ଯ୍ୟକ୍ରମରେ ଗ୍ରାମର ପୂଜାରୀ ଟିକଚନ୍ଦ ପୂଜାରୀ ଏବଂ ତାଙ୍କର ସହ ଧର୍ମିଣୀ  କର୍ତା ଭାବେ କାର୍ଯ୍ୟ ତୁଲେଇ ଥିବା ବେଳେ  ପୂରୋହିତ ସୁରେନ୍ଦ୍ର ଶତପଥିଙ୍କ ପୌରହିତ ରେ ନିତିକାନ୍ତୀ,ହୋମ ଯଜ୍ଞ,ରତ୍ନ ମୁଦ କାର୍ଯ୍ୟ ସମାପିତ ହୋଇଥିଲା।ଗ୍ରାମର ଅନ୍ୟ ଭଦ୍ର ଓ ମୁଖ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ବଳି ପୂଜାରୀ, ଅରୁଣ ପୂଜାରୀ ଫୁଲଚନ୍ଦ ପୂଜାରୀ ଓ ମନ୍ଦିର କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ |ଝରିଗାଁ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତର ଏକାଧିକ  ଗ୍ରାମ ତଥା ଆଖପାଖ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା |ଶ୍ରଦ୍ଧାଳୁ ତଥା ମା ଙ୍କ ଉପାସକ ମାନେ ମା ଙ୍କ ଦାନହୁଣ୍ଡୀ ରେ ଧାନ, ବିରି, କାନ୍ଦୁଲ, କୋଳଥ ତଥା ନାନା ପ୍ରକାରର ଶସ୍ୟ ସାଙ୍ଗକୁ ରୂପା ସୁନା ସବୁ ଦାନ କରିଥିବା ଦୃଷ୍ଟି ଗୋଚର ହୋଇଛି |ଗ୍ରାମବାସୀ ଏକତ୍ରିତ ହୋଇ ମା ଙ୍କ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତି ନେଇ ଶ୍ରମଦାନ କରିଥିଲେ। ଗ୍ରାମବାସୀ ଙ୍କ ପରିଶ୍ରମ ର ଫଳ ସ୍ୱରୂପ ଚିତାବେଡା ଠାରେ ମା ଙ୍କ ଏକ ବିଶାଳ ଭବ୍ୟ ମନ୍ଦିର ଟିଏ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଦେଖିବାକୁ ମିଳିଛି। ମନ୍ଦିର ଟିକୁ ଦେଖିଲେ ଦେଖଣାହାରିଙ୍କ ମନ ମୁଗ୍ଧ ହୋଇଯାଉଛି |ମନ୍ଦିର ରାସ୍ତା ଦେଇ ଯାଉଥିବା ସମସ୍ତ ଜନସାଧାରଣ ମନ୍ଦିର କୁ ଦେଖି ଗ୍ରାମବାସୀଙ୍କ ନିଷ୍ଠା ଓ ପରିଶ୍ରମ କୁ ପ୍ରଶଂସା କରିଛନ୍ତି। ଗ୍ରାମବାସୀଙ୍କ ସ୍ୱେସ୍ଛାକୃତ ଦାନ, ପ୍ରଶାସନ ର ସାହାଯ୍ୟ ସହଯୋଗ ଏବଂ ଗ୍ରାମବାସୀଙ୍କ ଉଦ୍ୟମରେ ମନ୍ଦିର ନିର୍ମାଣ କାର୍ଯ୍ୟ ୭୦ ପ୍ରତିଶତ ଶେଷ ହୋଇଛି। ସକାଳ ୧୦ ଘଣ୍ଟିକା ସମୟରେ ଆରମ୍ଭ ହୋଇ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ପୂଜା ଅର୍ଚ୍ଚନା ଚାଲୁରହିଥିବା ଦେଖିବାକୁ ମିଳିଥିଲା। ଅତି ଶୀଘ୍ର ଏହାର ନିର୍ମାଣ ସାରିବାକୁ ଏବଂ ମନ୍ଦିର ପରିସର ପାଚେରୀ କରିବାକୁ ଅଧିଷ୍ଠାତ୍ରୀ ଦେବୀ ଭକ୍ତ ଗଣ ଦାନ ଦକ୍ଷିଣା ଦେବାକୁ ପ୍ରସ୍ତୁତ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା ଲାଗି ଶ୍ରଦ୍ଧାଳୁ ଆନ୍ତରିକ ଉଦ୍ୟମ ଜାରି ରଖିଥିବା କହିଛନ୍ତି ଗ୍ରାମବାସୀ |50ବର୍ଷରୁ ଉର୍ଦ୍ଧ ବର୍ଷ ହେବ ଏକ ସାଧାରଣ ମନ୍ଦିରରେ ପୂଜା ପାଉଥିବା ଦେବୀ ଙ୍କ ମନ୍ଦିର ର ରତ୍ନମୁଦ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ