ପୋଲସରା ବିଜେପି ପକ୍ଷରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିକ୍ଷୋଭ।

  ପୋଲସରା ବିଜେପି ପକ୍ଷରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିକ୍ଷୋଭ।
ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ-
ପୋଲସରା(ବ୍ରାହ୍ମ ମୁହୂର୍ତ୍ତ) ୧୮/୧୧/୨୦୨୩
ରାଜ୍ୟରେ ଗତ ୨୩ ବର୍ଷ ହେଲା ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଥିବା ଅଭିଯୋଗ କରି ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବି ପତ୍ର କରାଯାଇଛି।
ଆଜି ଦଳ ନେତା ଓ କର୍ମୀ ମାନେ ପୋଲସରା ସହର ଆରମ୍ଭ ରେ ଥିବା ବାଲୁଙ୍କେଶ୍ବର ମନ୍ଦିର ଠାରୁ ଗୋଟିଏ ଶୋଭାଯାତ୍ରାରେ ବାହାରି  ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ତେବେ ଶୋଭାଯାତ୍ରା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ବେଳକୁ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୂଖ୍ୟ ଫାଟକ ବନ୍ଦ କରିଦେବାରୁ ବିଜେପି କର୍ମୀ ମାନେ ଉତ୍ୟକ୍ତ ହୋଇ ଫାଟକ କୁ ଠେଲାପେଲା କରିବା ସହିତ ପାଣି ପାଉଚ ପ୍ରଭୃତି ଫିଙ୍ଗା ଫୋପଡା କରିଥିଲେ। ଫଳରେ ଫାଟକ ସମ୍ମୁଖରେ କିଛି ସମୟ ପାଇଁ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା। ପୋଲିସ ବୁଝାସୁଝା କରିବା ପରେ ଅବସ୍ଥା ଶାନ୍ତ ପଡିଥିଲା। ଏହା ପରେ ଦଳର ଏକ ପ୍ରତନିଧି ଦଳ ସହକାରୀ ଯନ୍ତ୍ରୀ ଙ୍କୁ ୧୦ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଥିବା ଦୁର୍ନୀତି ବନ୍ଦ , ଯୋଗ୍ୟ ହିତାଧିକାରୀଙ୍କୁ ଖାଉଟି କାର୍ଡ ପ୍ରଦାନ , ଭତ୍ତା ପ୍ରଦାନରେ ସ୍ବଚ୍ଛତା , ପୋଲସରା ନିର୍ବାଚନ ମଣ୍ଡଳୀ କୁ ମରୁଡି ଅଞ୍ଚଳ ଘୋଷଣା ପ୍ରଭୃତି ଦାବି ସମ୍ପର୍କରେ ଦଳର ରାଜ୍ୟ ନେତ୍ରୀ ଅନିତା ଶୁଭଦର୍ଶନି , ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ , ଉପ ସଭାପତି ପ୍ରଭାକର ପଣ୍ଡା , ଯୁବମୋର୍ଚ୍ଚା ସଭାପତି ଦିପକ କୁମାର ପ୍ରଧାନ , ନାରୀ ନେତ୍ରୀ ଜୟନ୍ତୀ ପଢିହାରି ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ଗତ ୨୩ ବର୍ଷ ର ନବୀନ ବାବୁଙ୍କ ଶାସନ କାଳରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ପଞ୍ଚାୟତ ଠାରୁ ସଚିବ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ହେଉଛି ବୋଲି ଅଭିଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ସାମଲ , ପ୍ରସନ୍ନ ଡାକୁଆ , ସୀମାଞ୍ଚଳ ସାହୁ , ଦିନବନ୍ଧୁ ସାହୁ , ରଘୁନାଥ ପଣ୍ଡା , ରାଜେନ୍ଦ୍ର ପାତ୍ର , ଦେବ ପ୍ରସାଦ ସାହୁ , ରାଜୀବ କୁମାର ଜେନା , ମହେଶ୍ୱର ପରିଡା , ଦିପକ ପୋଲେଇ , ପୂର୍ଣ୍ଣ ଚନ୍ଦ୍ର ଖଟୁଆ , ଜିତୁ ବିଷୋୟୀ , ବିଦେଶୀ ସାମଲ , ରଞ୍ଜିତ ପଢିହାରି ଓ ଅକ୍ଷୟ ସାହୁ ପ୍ରଭୃତି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ