ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପୋଲସରାରେ ପ୍ରାକ ପ୍ରସ୍ତୁତି ବୈଠକ l

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପୋଲସରାରେ ପ୍ରାକ ପ୍ରସ୍ତୁତି ବୈଠକ l
ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ-
ପୋଲସରା(ବ୍ରାହ୍ମ ମୁହୂର୍ତ୍ତ) ତା 19/11/203 ଆସନ୍ତା 2024ଜାନୁଆରୀ ମାସ 22ତାରିଖ ପବିତ୍ର ସୋମବାର ଦିନ ବହୁ ପ୍ରତିକ୍ଷୀତ ଉତ୍ତରପ୍ରଦେଶ ଅଯୋଧ୍ୟା ରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ଙ୍କ ଭବ୍ୟ ରାମ ମନ୍ଦିରର ହେବାକୁ ଥିବା ପ୍ରତିଷ୍ଠା ଉର୍ତ୍ସବକୁ ସ୍ୱରଣୀୟ କରିବାକୁ ନେଇ ପୋଲସରା ସ୍ଥିତ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ୍ୟଦେଇ ଏହି ଗୌରବମୟ ମନ୍ଦିର ପ୍ରତିଷ୍ଠା ଉର୍ତ୍ସବକୁ ନେଇ ଆଲୋଚନା କରିଥିଲେ l ପୋଲସରା ଏନ. ଏ. ସି. ସମେତ ପୋଲସରା ବ୍ଲକର ସମସ୍ତ ପାଞ୍ଚୟତ ରେ କିପରି ଭାବରେ ପାଳନ କରାଯିବ ସେଥିର ରୂପରେଖ ପ୍ରସ୍ତୁତ କରିଥିଲେ l ବୈଠକ ରେ ଆଗାମୀ ଦିନରେ ସମସ୍ତ ପାଞ୍ଚୟତ ର ଲୋକଙ୍କୁ ସାମିଲ କରାଯାଇ ଏକ ପୂର୍ଣ୍ଣାଙ୍ଗ କମିଟି କରାଯାଇ କାର୍ଯ୍ୟକ୍ରର ଚୂଡାନ୍ତ ପ୍ରସ୍ତୁତି କରାଯିବାକୁ ନିଷ୍ପତି ନିଆଯାଇଛି l ବୈଠକରେ ମୃତୁଞ୍ଜୟ ପଟ୍ଟନାୟକ, ମନୋଜ ସାହୁ, ଶିବରାମ ଜେନା, ନାରାୟଣ ସାହୁ, ହୃଷିକେଶ ସାହୁ, କୃଷ୍ଣଚନ୍ଦ୍ର ଦୀକ୍ଷିତ, ରୋହିତ ଜେନା, ଦଧିବାମନ ନାହାକ, ସିମାଞ୍ଚଳ ସାହୁ, କୃଷ୍ଣ ଚରଣ ପଟ୍ଟନାୟକ, ବୁଲୁ ବେହେରା, ବିଜୁଳି ଗୌଡ଼, ବଳରାମ ସାହୁ, ସନ୍ତୋଷ କୁମାର ପଣ୍ଡା, କାମଦେବ ପ୍ରଧାନ, କୃଷଚନ୍ଦ୍ର ପ୍ରଧାନ, ସୁକାନ୍ତି ସାହୁ ପ୍ରମୁଖ ଉପସ୍ଥିତି ଥିଲେ l

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ