ଝାରସୁଗୁଡ଼ା ଜିଲ୍ଲା ବିକାଶରେ ସ୍ଥାନ ନାହିଁ ଉଚ୍ଚ ଶିକ୍ଷା


 ଝାରସୁଗୁଡ଼ା ଜିଲ୍ଲା ବିକାଶରେ ସ୍ଥାନ ନାହିଁ ଉଚ୍ଚ ଶିକ୍ଷା
ଝାରସୁଗୁଡ଼ା (ବ୍ରାହ୍ମ ମୁହୂର୍ତ୍ତ):- ଦେଶ ସ୍ୱାଧୀନତା ପାଇ ଅମୃତ ମହୋତ୍ସବ ସ୍ବରୂପ 75 ବର୍ଷ ପାଳନ କରିଛି। କିନ୍ତୁ ଆମ ରାଜ୍ୟରେ ଥିବା ଝାରସୁଗୁଡା ଜିଲ୍ଲା ଭାଗ୍ୟରେ ଏ ପର୍ଯ୍ୟନ୍ତ ମିଳିପାରିଲାନି ସରକାରୀ କଲେଜଟିଏ। ଜିଲ୍ଲାର ଛାତ୍ରଛାତ୍ରୀ ମାନେ ରାଜ୍ୟ ସରକାର ଏବଂ ପ୍ରଶାସନ ଠାରୁ ନିରାଶ ହୋଇ ଶେଷରେ ଫେବୃଆରୀ ମାସର ବାର ତାରିଖ ସୋମବାର ଦିନ ଝାରସୁଗୁଡ଼ା ଛାତ୍ର ସାମୁଖ୍ୟ ଦେଇଥିଲା ଝାରସୁଗୁଡ଼ା ବନ୍ଦ ର ଡାକରା। ଯେଉଁଥିରେ ଜିଲ୍ଲା ବଣିକ ସଂଘ ଘରୋଇ ବସ ସଂଘ ସମେତ ରାଜନୈତିକ ଦଳ ନେତୃବୃନ୍ଦ ସାଙ୍ଗକୁ ଡାକ୍ତର ଓକିଲ ବ୍ୟବସାୟୀ ମଧ୍ୟ ହୋଇଥିଲେ ସାମିଲ । ସକାଳେ ଝାରସୁଗୁଡ଼ା ସହରର ବସଷ୍ଟାଣ୍ଡ  ଗାନ୍ଧିଛକକୁ ଜାମ କରି ବସିଥିଲେ ଛାତ୍ର ଛାତ୍ରୀ ଅଭିଭାବକ ଓ ବୁଦ୍ଧିଜୀବୀ  ।
ସ୍ୱାଧୀନତା ୭୫ ବର୍ଷ ପରେ ମଧ୍ୟ ଶିଳ୍ପ ବିକଶିତ ଓ ଦେଶ ରାଜ୍ୟ ରାଜସ୍ବକୁ ପୃଷ୍ଟ କରୁଥିବା  ଝାରସୁଗୁଡା ଜିଲ୍ଲାରେ ନାହିଁ ଗୋଟେ ହେଲେ ସରକାରୀ କଲେଜ ,ଜିଲ୍ଲା ସଦର ମହକୁମାରେ ୧୯୬୯ ମସିହାରୁ ସ୍ଥାପିତ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ହୋଇପାରିଛି ଏକ ସରକାରୀ କଲେଜ ନା ଏଥିରେ ଖୋଲିଛି ପି.ଜି ଶିକ୍ଷା ପାଇଁ ବ୍ୟବସ୍ଥା l ଜିଲ୍ଲାର ମୋଟ ୫ଟି ବ୍ଲକ ମଧ୍ୟ ଉଚ୍ଚ ଶିକ୍ଷା ସେପରି କିଛି ଆଶାନୁରୁପ ବିକାଶ ହେଇ ପାରିନାହିଁ l ସେହି ପରି ଜିଲ୍ଲାରେ ଥିବା ଗୋଟିଏ ମାତ୍ର ସରକାରୀ ଯାନ୍ତ୍ରିକ ସ୍କୁଲ ୧୯୫୫ ମସିହାରେ ସ୍ଥାପନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ଯାନ୍ତ୍ରିକ ଡ଼ିଗ୍ରୀ କଲେଜ ହୋଇପାରିଲା ନାହିଁ l ଜିଲ୍ଲାର ଉପାନ୍ତ ୧୯ ଖଣ୍ଡ ମୌଜାରେ ସରକାରୀ କଲେଜ ସ୍ଥାପନ ଏକ ସ୍ବପ୍ନ  ହୋଇ ରହିଯାଇଛି l ଏହି ପରିପ୍ରେକ୍ଷୀରେ ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ଝାରସୁଗୁଡାରେ ଯୁକ୍ତଦୁଇ ରୁ ପି.ଜି ପର୍ଯ୍ୟନ୍ତ ସରକାରୀ କଲେଜ ସ୍ଥାପନ ,ଲଖନପୁର  ବ୍ଲକର ୧୯ ଖଣ୍ଡ  ମୌଜାରେ ଯୁକ୍ତଦୁଇ ରୁ ଯୁକ୍ତତିନି ପର୍ଯ୍ୟନ୍ତ ସରକାରୀ କଲେଜ ସ୍ଥାପନ ,ଝାରସୁଗୁଡା ସରକାରୀ ଯାନ୍ତ୍ରିକ ସ୍କୁଲକୁ ଯାନ୍ତ୍ରିକ ଡ଼ିଗ୍ରୀ କଲେଜ କରିବା ,ଲଇକେରା ପଂଚାୟତ ସମିତି ମହାବିଦ୍ୟାଳୟରେ  ଯୁକ୍ତତିନି ବିଜ୍ଞାନ ବିଭାଗ ଖୋଲିବା ଏବଂ କିର୍ମିରା ଶୋଭମ ମେମୋରିଆଲ କଲେଜରେ ଯୁକ୍ତଦୁଇ ବିଜ୍ଞାନ ବିଭାଗ ଖୋଲିବା , କୋଲାବିରା ବ୍ଲକ ସମlସିଂହା ସ୍ଥିତ ବସୁମତୀ +୨ ବିଜ୍ଞାନ କଲେଜରେ ସ୍ନାତକ ବିଜ୍ଞାନ ମହାବିଦ୍ୟାଲୟରେ ପରିଣତ କରିବା  ଦାବି ରେ ଅଖ ଚକ ବନ୍ଦ କରିଥିଲା ଜିଲ୍ଲା ଛାତ୍ର ସାମୁଖ୍ୟ ।  ଏଥିରେ ଛାତ୍ର ସାମୁଖ୍ୟ ର ଅସିତ ପଟେଲ ଜିତେନ୍ଦ୍ରିୟ ଧୁରୁଆ ରବି ରୋହିଦାସ ନନ୍ଦ ରୋହିଦାସ  ପୂର୍ଣ୍ଣିମା ବରିହା ବିଜେପି ଦଳରୁ ରାଧେଶ୍ୟାମ ପ୍ରଧାନ ରଘୁନନ୍ଦନ ପଣ୍ଡା ମହେନ୍ଦ୍ର କେଡ଼ିଆ  ସୁଧାଂଶୁ ଦୋରା  ବାମ ଦଳରୁ ସୁରେଶ ତ୍ରିପାଠୀ ସରଙ୍ଗଧର ମିଶ୍ର  କଂଗ୍ରେସ ଦଳରୁ ସିଆରାମ ଦାସ ଦେବାନନ୍ଦ ବାରିକ ସମାଜସେବୀ ଡାକ୍ତର ପ୍ରକାଶ ରଣା ବିଜୟ ଦାସ  ବିରଞ୍ଚି ସାହୁ ରତ୍ନାକର ପ୍ରଧାନ ପ୍ରଭାକର ଓରାମ ସାଧନା ପାଣ୍ଡେ  ଅମର ବଜାଜ ଉପସ୍ଥିତ ପ୍ରମୁଖ ଉପସ୍ଥିତ ଥିଲେ । ଯଦି ଦାବି ପୁରୁଣ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି ଜିଲ୍ଲା ଛାତ୍ର ସାମୁଖ୍ୟ ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ