ବେଲଗାଁ ମହିମା ଆଶ୍ରମ ପରିସରରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ,ହତ୍ୟା ସନ୍ଦେହ !

ବେଲଗାଁ ମହିମା ଆଶ୍ରମ ପରିସରରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ,ହତ୍ୟା ସନ୍ଦେହ !
ରାମଦାସ ଭତ୍ରାଙ୍କ ରିପୋର୍ଟ-
ଝରୀଗାଁ/ନବରଙ୍ଗପୁର (ବ୍ରାହ୍ମ ମୁହୂର୍ତ୍ତ) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ବେଲଗାଁ ପଂଚାୟତ ସଦର ମହକୁମାରେ ଥିବା ମହିମା ଆଶ୍ରମରୁ ଆଜି ଅପରାହ୍ନ ପ୍ରାୟ ୪ଘଟିକା ସମୟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି |ବ୍ୟକ୍ତିଙ୍କ ବୟସ ପାଖାପାଖି ୫୫ବର୍ଷ ବୋଲି ଅନୁମାନ କରାଯାଉଛି |ମୃତ ବ୍ୟକ୍ତି ଜଣକ ଜଣେ ମହିମା ଧର୍ମା ବଲମ୍ବୀ ଓ ତିନି ଦିନ ହେବ ସେ ଏହି ଆଶ୍ରମରେ ଆସି ରହୁଥିଲେ |ହେଲେ କେଉଁଠୁ ଆସିଥିଲେ ଓ କାହିଁକି ଆସିଥିଲେ, ସେ ଖବର କାହା ପାଖରେ ନାହିଁ |ଅଜଣା ବ୍ୟକ୍ତି ଜଣକ ମରି ପଡ଼ିଥିବା ଦେଖି ଆଶ୍ରମରେ ରହୁଥିବା ସାଧୁ ଓ ଭକ୍ତମାନେ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି |ଏନେଇ ମହିମା ଆଶ୍ରମର କିଛି ଭକ୍ତ ଆଜି ଝରୀଗାଁ ଥାନାରେ ପହଂଚି ଏକ  ଲିଖିତ ଅଭିଯୋଗ କରିଥିବା ଜଣାପଡିଛି |ପୋଲିସର ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶ୍ରମରେ ରହୁଥିବା ସାଧୁ ଓ ଭକ୍ତମାନେ କହିଛନ୍ତି |

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ