ଝାରସୁଗୁଡାର ବିକଳ ଚିତ୍ର ରାସ୍ତା ନଥିବାରୁ ଅଧା ବାଟରେ ଚାଲିଗଲା ଜୀବନ

 ଝାରସୁଗୁଡା ଜିଲ୍ଲାର ବିକଳ ଚିତ୍ର ରାସ୍ତା ନଥିବାରୁ ଅଧା ବାଟରେ ଚାଲିଗଲା ଜୀବନ
ଲଇକେରା/ଝାରସୁଗୁଡ଼ା (ବ୍ରାହ୍ମ ମୁହୂର୍ତ୍ତ):- ସରକାରଙ୍କ ବିକଶିତ ଯୋଜନା କେଉଁଠି କିପରି କାର୍ଯ୍ୟକାରୀ ହେଉଛି ତା'ର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ନିକିତିମାଲ ପଂଚାୟତର ନାୟକ ଡିହି ଗ୍ରାମର ଝାଙ୍କରପଡାରେ। ମିଳିଥିବା ସୂଚନା ଅନୁସାରେ ଝାଙ୍କରପଡା ଗାଆଁର ଜୈନିକ ମହିଳା  କୁନ୍ତି ଓରାମ ଯାହାଙ୍କ ଗୋଡ ଭାଙ୍ଗି  ଯାଇଥିବାବେଳେ ଦୁଇ ତିନି ମାସ ହେଲା ଅସୁସ୍ଥ ହୋଇ ଘରେ ପଡିରହିଥିଲେ। ରବିବାର ଦିନ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ହସ୍‌ପିଟାଲ୍ ନେବା ପାଇଁ ୧୦୮ ଆମ୍ବୁଲାନ୍ସ ଡକାଇଥିଲେ । ହେଲେ ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗ୍ରାମରେ ପହଁଚି ନ ପାରି ଯୋର ଆର ପାରି ରେ ଅଟକି ରହିଥିଲା । ପରିବାର ଲୋକେ ଓ ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ପ୍ରାୟ ୧କି ଲୋମିଟର ଦୂର ଆମ୍ବୁଲାନ୍ସକୁ ଆଣି ଥିଲେ । ତାପରେ ଜିଲ୍ଲା ଚିକିତ୍ସାଳୟକୁ ଅଣାଯାଇଥିଲା । ସୂଚନା ଥାଉକି, ନିକିଚିମାଲ ପଂଚାୟତର ନାୟକ ଡିହି ଗ୍ରାମର ୭ନଂ ଓ୍ଵାର୍ଡ ଝାଙ୍କରପଡା ରେ ରୁହନ୍ତି । ୮ରୁ୧୦ ଘର ଆଦିବାସୀ ଶ୍ରେଣୀ ଲୋକ ଏଠାରେ ବସବାସ କରୁଛନ୍ତି । ପଂଚାୟତର ମୁଖ୍ୟ ରାସ୍ତାରୁ ପଡ଼ାର ଦୂରତ୍ୱ ପ୍ରାୟ ୨ କିଲୋମିଟର ହେବ । ଏହି ପଡାକୁ ପକ୍କା ରାସ୍ତା ଖଣ୍ଡିଏ ନାହିଁ  ପଡ଼ାକୁ ଯିବା ରାସ୍ତାର ମଝିରେ ଏକ ଯୋର ରହିଛି । । ଯୋର ଉପରେ ବ୍ରିଜଟେ ନାହିଁ  ପଡାବାସୀ ଯାହା ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ତରଫରୁ ବିଡିଓ ବିଡିଓ ଅଲେଖ ଘୁଟା, ସରପଂଚ ସାବିତ୍ରୀ ସିଂହ ବରିହା ପ୍ରମୁଖ ଗ୍ରାମରେ ପହଂଚି  ମୃତକଙ୍କ ପରିବାରଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଏନେଇ ବିଡିଓ ଶ୍ରୀ ଘୁଟା ଝାଙ୍କରପଡାକୁ ପକ୍ତା  ରାସ୍ତା ନଥିବା ସାଙ୍ଗ୍ଲକୁ ଯୋର(ନାଳ) ଉପରେ ବ୍ରିଜ୍ ନଥିବା କହିଛନ୍ତି । ଯୋର ଓପରେ ପୋଲ ନିର୍ମାଣ କରିବା ଏହା ଏକ ବଡପ୍ରୋଜେକ୍ଟ  ଏ ସମ୍ପର୍କରେ ସେ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି । ଏନେଇ ସରପଂଚ ସିଂହ ବରିହା କହିଛନ୍ତି ଉକ୍ତ ପଡ଼ାକୁ ଯାତାୟତ କରିବା ପାଇଁ ଯୋର ଉପରେ ଏକ ବ୍ରିଜ୍ ନିର୍ମାଣ  ପଡାକୁ ପକ୍କା ରାସ୍ତା ନିର୍ମାଣର ଆବଶ୍ୟକତା ରହିଛି । ପଂଚାୟତ ତରଫରୁ ବ୍ଲକ୍ ଓ ଜିଲ୍ଲ ପ୍ରଶାସନକୁ ଅବଗ ଗତ କରାଯାଇଛି ବୋଲି ସେ କହିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ପ୍ରଶାସନ ଲୋକଙ୍କୁ କ'ଣ କହୁଛନ୍ତି ତାହା ସମୟ ହିଁ କହିବ!

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ