ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଶାଖା କମିଟି ପକ୍ଷରୁ ଦାବି ପତ୍ର ପ୍ରଦାନ
ମାଲକାନଗିରି/ କୋରୁକୋଣ୍ଡା:(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଅଖିଳ ଭାରତ ଛାତ୍ର ସଂଘ। (ଏ ଆଇ ଏସ୍ ଏଫ୍) ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଶାଖା କମିଟି ପକ୍ଷରୁ ଆଜି ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ରଙ୍କ ସହ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଗୁଣାତ୍ମକ ଶିକ୍ଷା ଏବଂ ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦରେ ସ୍ଥାୟୀ ନିଯୁକ୍ତି, ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପଦବୀରେ ସ୍ଥାୟୀ ନିଯୁକ୍ତି, ଛାତ୍ରମାନଙ୍କ ପାଇଁ ଉନ୍ନତ ମାନର ଶୌଚାଳୟ, ଶିକ୍ଷାନୁଷ୍ଠାନର ବ୍ୟାୟାମଶାଳାକୁ ବ୍ୟାୟାମ ନିମନ୍ତେ ଖୋଲା ରଖିବା, ସ୍ଵତନ୍ତ୍ର ପାଠାଗାର, ବିଜ୍ଞାନାଗାର, ଆବଶ୍ୟକୀୟ ଶ୍ରେଣୀ ଗୃହ, ସଭା ଗୃହ, କ୍ରୀଡ଼ା ସାମଗ୍ରୀ, ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ, ସ୍ଵତନ୍ତ୍ର କ୍ରୀଡ଼ା ଶିକ୍ଷକ ତୁରନ୍ତ ନିଯୁକ୍ତି, ଛାତ୍ରାବାସ ଗୁଡ଼ିକର ମରାମତି, ଉନ୍ନତିକରଣ ସହ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ଦାବି କରିଛନ୍ତି। ଉକ୍ତ ଦାବି ଗୁଡ଼ିକ ପୂରଣ ନହେଲେ ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବେ ବୋଲି ଏ ଆଇ ଏସ୍ ଏଫ୍ ପକ୍ଷରୁ ସୂଚନା ମିଳିଛି । ଦାବିପତ୍ର ପ୍ରଦାନ ସମୟରେ ଛାତ୍ରଛାତ୍ରୀଙ୍କ ସହିତ ଏ ଆଇ ଏସ୍ ଏଫ୍ ର ରାଜ୍ୟ ସଭାପତି ସଂଘମିତ୍ରା ଜେନା ଉପସ୍ଥିତ ଥିଲେ । ତତ୍ ସହିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଶିକ୍ଷା ନୀତି ୨୦୨୦ ବିଷୟରେ ଅବଗତ କରାଇଥିଲେ ।
Comments
Post a Comment