ପିକ-ଅପ ଭ୍ୟାନ ପାଲଟି ହେବାରୁ ୨୦ଜଣ ଗୁରୁତର |

ପିକ-ଅପ ଭ୍ୟାନ ପାଲଟି ହେବାରୁ ୨୦ଜଣ ଗୁରୁତର |
ଝରୀଗାଁ ତା ୧୮/୦୨(ବ୍ରାହ୍ମ ମୁହୂର୍ତ୍ତ)-ପିକ-ଅପ ଭ୍ୟାନ ପାଲଟି ହୋଇ ୨୦ଜଣ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଲିଛି |ମିଳିଥିବା ସୂଚନା ପ୍ରକାରେ ଝରୀଗାଁ ବ୍ଲକ ଏକମ୍ବା ପଂଚାୟତ ସଦର ମହକୁମାର ପାଖାପାଖି ୨୫ଜଣ ଲୋକ ଏକ ପିକ-ଅପ ଭ୍ୟାନ(ଓ ଡି ୨୪ ଏଚ ୮୮୪୦)ରେ ନିକଟରେ ଥିବା ମହଣ୍ଡି ଗ୍ରାମକୁ ମାହାଲ କାର୍ଯ୍ୟରେ ଯାଉଥିଲେ |ହେଲେ ଘଲଘଳିଆଗୁଡା ଓ ମହଣ୍ଡି ଗ୍ରାମର ମଝିରେ ଭାରସାମ୍ୟ ହରାଇ ପିକ-ଅପ ଭ୍ୟାନଟି ଓଲଟି ପଡିବାରୁ ପାଖାପାଖି ୨୦ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ଓ ଗୁରୁତର ମହିଳା ଓ ବ୍ୟକ୍ତି ମାନଙ୍କୁ ଦୁଇଟା ଆମ୍ବୁଲାନ୍ସ ଯୋଗେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଛି |ହେଲେ ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଫେରାର ଥିବା ଜଣା ପଡିଛି |

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ