ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞରେ ଆଧ୍ୟାତ୍ମିକ ପରିବେଶ ଭିତରେ ଭାବପ୍ରବଣ ଶ୍ରଦ୍ଧାଳୁ
ଅଳସୁଗୁମା (କପାଢିପ ସାହି)/ଜଗନ୍ନାଥ ପ୍ରସାଦ (ବ୍ରାହ୍ମ ମୁହୂର୍ତ୍ତ):- ଫାଲଗୁନ କୃଷ୍ଣ ପକ୍ଷର ପଞ୍ଚମୀ ତିଥିରେ ପ୍ରାତଃ ସମୟରେ ଆରମ୍ଭ ହୋଇଛି ମହାପ୍ରଭୁ ନିତାଇ ଗୈାରଙ୍କ ଦିବ୍ୟତା ଲାଭ ପୂର୍ବକ ଆଧ୍ୟାତ୍ମିକ ପରିବେଶ ଚବିଶ ପ୍ରହର ଅଖଣ୍ଡ ନାମ ସଂକୀର୍ତ୍ତନ। ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଅଳସୁଗୁମା ଗ୍ରାମ ପଞ୍ଚାୟତର ଅଳସୁଗୁମା ଗ୍ରାମ କପାଢିପ ସାହି ବାସୀ ବିଶେଷ କରି ସାହିର (ସୁରଟ୍ ରେ କାର୍ଯ୍ୟ କରୁଥିବା ଯୁବକ)ଙ୍କ ଦ୍ବାରା ଆୟୋଜିତ ଭବ୍ୟ ଦିବ୍ୟ କାର୍ଯ୍ୟକ୍ରମ ପରିଚାଳନା ଗ୍ରାମର ସମସ୍ତ ଯୁବଗୋଷ୍ଠୀଙ୍କ ଅକୁଣ୍ଠ ସମର୍ଥନ ଫଳରେ ଏତେବଡ଼ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି। ଶୁକ୍ଳ ଚତୁର୍ଥୀ ଇଂରାଜୀ ତା ୧୩/୦୨/୨୪ରିଖ ଅର୍ଥାତ୍ ମଙ୍ଗଳବାର ଦିନ ପ୍ରାତଃ ସମୟରେ ଆରମ୍ଭ କରି ବୁଧବାର ଗୁରୁବାର ଶୁକ୍ରବାର ଏବଂ ଶନିବାର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ବିଶେଷ ଦିବ୍ୟତା ଲାଭ କରିଥିଲେ। ଏହି ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞରେ ପାଞ୍ଚୋଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିବା ବେଳେ ପ୍ରତ୍ୟହ ଦିବସରେ ଏବଂ ସନ୍ଧ୍ୟା ସମୟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଆନନ୍ଦ ବଜାରରେ ଏକତ୍ରିତ ହୋଇ ପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଥିଲା। ଅଂଶଗ୍ରହଣକାରୀ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କ ମଧ୍ୟରେ ଥିଲେ ମାଣିତାରା, ଦଦରାଖୋଲ, ଭଗବତୀ ପ୍ରସାଦ, ଛାମୁଣ୍ଡା, ଭୁକ୍ତାଭୂମୀ, ଆଦି ବହୁ ପ୍ରତିଷ୍ଠିତ ସଂକୀର୍ତ୍ତନ ମଣ୍ଡଳୀ। ଗ୍ରାମର ସମସ୍ତ ଗ୍ରାମବାସୀ ନିଜ ନିଜ ଦୈନନ୍ଦିନ ଜୀବନର କର୍ମକ୍ଷେତ୍ରରେ ବିରାମ ଲଗାଇ ବୁଧବାର ଠାରୁ ଶନିବାର ଯାଏଁ ଯେଭଳି ଭାବରେ ନିମନ୍ତ୍ରିତ ଅତିଥି ମାନଙ୍କୁ ସେବା ଯୋଗାଇ ଦେବାରେ ନିମଗ୍ନ ଥିଲେ ସେଥିରୁ ସ୍ପଷ୍ଟ ଚିତ୍ର ମିଳୁଥିଲା ଯେ ଆଜିର ସମୟରେ ମର୍ତ୍ତ୍ୟକୁ ଭଗବାନ ଶ୍ରୀକୃଷ୍ଣ ଶ୍ରୀରାମ କିପରି ଭାବରେ ଈଶ୍ବରଙ୍କ କୃପା ଲାଭ କରାଉଛନ୍ତି। ମଙ୍ଗଳବାର ଦିନ ସାଲା ପ୍ରତିଷ୍ଠା ସହିତ ଜଳଯାତ୍ରା ଶୁଭାଧିବାସ କାର୍ଯ୍ୟ ହୋଇଥିବା ବେଳେ ବୁଧବାର ଦିନ ପ୍ରାତଃ କାଳରେ ନାମ ଯଜ୍ଞ ଆରମ୍ଭ କରି ଶନିବାର ପ୍ରାତଃ ୭ଘଟିକା ସମୟରେ ନାମ ଯଜ୍ଞ ସମାପନ, ଦଧିଭାଣ୍ଡ ଭଞ୍ଜନ, ନଗର ଭ୍ରମଣ, ଯମୁନା ସ୍ନାନ ଆଦି ଦିବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହୋଇଥିଲା। ଦୀର୍ଘ ବର୍ଷ ପରେ ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଥିବା ଏଭଳି କାର୍ଯ୍ୟକ୍ରମକୁ ଆଖପାଖ ବିଭିନ୍ନ ସ୍ଥାନରେ ପ୍ରଶଂସା କରିଥିଲେ।
Comments
Post a Comment