ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ୍ ଓ ବ୍ଲକ ଉନୟନ ଅଫିସ ଗୋପବନ୍ଧୁନଗର ମିଳିତ ଆନୁକୁଲ୍ୟରେ ସମ୍ମିଳନୀ ସଭା
ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ୍ ଓ ବ୍ଲକ ଉନୟନ ଅଫିସ ଗୋପବନ୍ଧୁନଗର ମିଳିତ ଆନୁକୁଲ୍ୟରେ ସମ୍ମିଳନୀ ସଭା
ଗୋପବନ୍ଧୁ ନଗର/ମୟୁରଭଞ୍ଜ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ରାଜ୍ୟର ଅଗ୍ରଣୀ ସ୍ଵେଚ୍ଛା ସେବୀ ଅନୁଷ୍ଠାନ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଦ୍ଵାରା ଆଜି ଗୋପବନ୍ଧୁ ନଗର ବ୍ଲକ ର ଉନୟନ ଅଧିକାରୀଙ୍କ ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା । ଉକ୍ତ ବୈଠକ ରେ ଶ୍ରୀ କରୁଣାକର ଧ୍ୟଣ୍ଡା (ଓ.ପ୍ର. ସେ.) ଗୋପବନ୍ଧୁ ନଗର ବ୍ଲକ ଉନୟନ ଅଧିକାରୀଙ୍କ ଅଧ୍ୟକ୍ୟତାରେ ହୋଇଥିଲା। ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ର ବରିଷ୍ଠ ରାଜ୍ୟ ପ୍ରୋଗ୍ରାମ ପ୍ରବନ୍ଧକ ଶ୍ରୀ ରାଜ କମଲ ଶର୍ମା, ଇଣ୍ଟିଗ୍ରେଟେଡ୍ ପ୍ରୋଗ୍ରାମ୍ ଯାହା କି ଗୋପବନ୍ଧୁ ନଗର ବ୍ଲକର ୧୬୪ ଟି ଅଙ୍ଗନବାଡି କେନ୍ଦ୍ରରେ ୬ ବର୍ଷରୁ ତଳ ଶିଶୁମାନଙ୍କୁ ନେଇ ଗରମ ରନ୍ଧା ଖାଦ୍ୟ ଯୋଗାଣ, ଏବଂ ୬୦ ଟି ବିଦ୍ୟାଳୟରେ ବାଲ୍ୟକାଳର ଶିକ୍ଷା – କିଶୋର କିଶୋରୀ ମାନଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥାବସ୍ଥା ଉପରେ ଚାଲି ଆସୁଥିବା ପ୍ରୋଗ୍ରାମ୍ କୁ ବିସ୍ତୃତ ଭାବରେ ଉପସ୍ଥାପନ କରି ଥିଲେ। ଏବଂ ସ୍ବାସ୍ଥ୍ୟ, ପୋଷଣ, ଶିକ୍ଷା, ମୁଖ୍ୟମନ୍ତ୍ରୀ ସମପୂର୍ଣ ପୁଷ୍ଟି ଯୋଜନା ଏବଂ ପୋଷଣ ଅଭିଯାନ କିପରି ସଫଳ ହୋଇପାରିବ ସେ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ ଓ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଉକ୍ତ ଆଲୋଚନାରେ ଗୋପବନ୍ଧୁ ନଗର ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ - ଶ୍ରୀମତୀ ସୁଜାତା ମହାପାତ୍ର, ବ୍ଲକ ଶିକ୍ଷା ଅଧିକାରୀ – ଶ୍ରୀ ଅଭିମନ୍ୟ ସେଠୀ, ବ୍ଲକ ପ୍ରୋଗ୍ରାମ ପ୍ରବନ୍ଧକ, ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ – ଶ୍ରୀ ଅନୁଭବ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ, ବ୍ଲକ ଉପାଧ୍ୟକ୍ଷ, ଶିକ୍ଷା, ସ୍ୱାସ୍ଥ୍ୟ ବିଭାଗ ଓ ଶିଶୁ ବିକାଶ ପ୍ରକଳ୍ପ ପରି ବିଭିନ ବିଭାଗର ଅଧିକାରୀ, ତଥା ୧୩ ଗୋଟି ପଂଚାୟତ ର ସରପଞ୍ଚ ଉପସ୍ଥିତ ରହି ଆଲୋଚନାକୁ ସଫଳ କରିଥିଲେ। ବ୍ଲକ ବିକାଶ ଅଧିକାରୀ ଓ ବ୍ଲକର ସମସ୍ତ ବିଭାଗ ଅଧିକାରୀ ଗୋପବନ୍ଧୁନଗର ବ୍ଲକର ଉନ୍ନତି ଆଣିବା ପାଇଁ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନକୁ ସହାୟତା ପ୍ରଦାନ କରିବାକୁ ନିଶ୍ଚିତ କରିଛନ୍ତି। ଶେଷରେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ୍ ଅନୁଷ୍ଠାନର ଜିଲ୍ଲା ସଂଯୋଜକ – ଶ୍ରୀ ସୁବ୍ରତ କ୍ଷେତ୍ରୀୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
Comments
Post a Comment