ବାଉଁଶୁଣୀ ଥାନା ରେ ଦଲାଲ୍ ସକ୍ରିୟ
ବାଉଁଶୁଣୀ ଥାନା ରେ ଦଲାଲ୍ ସକ୍ରିୟ
ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ):ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନାରେ ପୁଣି ଦଲାଲ୍ ସକ୍ରିୟ ଥିବା ଚର୍ଚ୍ଚା ହେଉଛି। ପୁର୍ବରୁ ଭାରପ୍ରାପ୍ତ ଥାନା ଅଧିକାରୀ ଭାବରେ ବିକ୍ରମ କେଶରୀ ଦେହୁରୀ ଥିବା ସମୟରେ ଦଲାଲଙ୍କ ରାଜୁତି ଚାଲୁଥିବା ଦେଖିବାକୁ ମିଳିଥିଲା। ପରେ ନୂତନ ଥାନା ଅଧିକାରୀ ଭାବରେ ଅଞ୍ଜଳି ବିଶ୍ଵାଳ ଯୋଗଦେବା ପରେ ପ୍ରଥମେ ଥାନାକୁ ଠିକଠାକ୍ ଚାଲିଥିଲା। କିନ୍ତୁ ବର୍ତ୍ତମାନ ଥାନା ପୁଣି ଦଲାଲଙ୍କ କବଳରେ ଥିବା ଚର୍ଚ୍ଚା ଜୋରଧରିଛି। ଥାନା ଅଧିକାରୀ ଶ୍ରୀମତୀ ବିଶ୍ଵାଳ ପ୍ରକୃତରେ ଦଲାଲମାନଙ୍କୁ ପ୍ରସୟ ଦେଉଛନ୍ତି ନା ଥାନାର ଅନ୍ୟ କୌଣସି କର୍ମଚାରୀ ଦଲାଲଙ୍କ ଠାରୁ ଟଙ୍କା ଆଣି ବିଭିନ୍ନ କେସ୍ ର ରଫାଦଫା କରୁଛନ୍ତି ତାହା ତଦନ୍ତ କଲେ ଜଣାପଡ଼ିବ। ପ୍ରତ୍ୟେକ ଦିନ ବାଉଁଶୁଣୀ ଅଞ୍ଚଳ ଦେଇ ବାହାର ରାଜ୍ୟକୁ ଗଞେଇ ଚୋରାଚାଲାଣ ହେଉଥିବା ବେଳେ ବାଉଁଶୁଣୀ ଥାନା ଧରିବାରେ ବିଫଳ ।ସେହିଭଳି ଥାନା ଅଧିକାରୀ ଶ୍ରୀମତୀ ବିଶ୍ଵାଳ କୌଣସି ଘଟଣା କିମ୍ବା ଗଞ୍ଜେଇ,ମଦ ଜବତ ଘଟଣା ବିଷୟରେ ମଧ୍ୟ ଗଣମାଧ୍ୟମକୁ କୌଣସି ସୂଚନା ଦେଉନାହାନ୍ତି। ଯାହା ଫଳରେ ପାଠକ ମାନେ ମଧ୍ୟ ଅଞ୍ଚଳର କୌଣସି ଘଟଣା ବିଷୟରେ ଜାଣିପାରୁନାହାନ୍ତି । ଏ ବିଷୟରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଦୃଷ୍ଟି ଦେବାକୁ ଅନୁରୋଧ।
Comments
Post a Comment